ଅଧିକ ପଢନ୍ତୁ ଭାରତ ଖବର
ନୃତ୍ୟ କେବଳ ଏକ କଳା ନୁହେଁ, ଶରୀରକୁ ସୁସ୍ଥ ରଖିବାରେ ନୃତ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ନାଚକୁ ଭଲପାଉଥିବା ଲୋକ ସବୁବେଳେ ଫିଟ ଏବଂ ସ୍ମାର୍ଟ ରହିଥାନ୍ତି । କାରଣ ନାଚ ଶରୀରର ଅନେକ ସମସ୍ୟା ଦୂର କରିଥାଏ । ଯେପରି ମଣିଷ ଅତ୍ୟଧିକ ଚିନ୍ତାରେ ଥିଲେ ନିଜ ମନ ପସନ୍ଦର ଗୀତରେ ନାଚିବା ଦ୍ବାରା ମନ ହାଲକା ହୋଇଥାଏ । ମନର ସମସ୍ତ ଚାପ ଦୂର ହୋଇଥାଏ । ଆପଣ ସକାଳେ ନିଜର ବ୍ୟାୟାମ ସ୍ଥାନରେ ଡ୍ୟାନ୍ସ କରି ମଧ୍ୟ ନିଜକୁ ଫିଟ ରଖିପାରିବେ । ନୃତ୍ୟ କରିବା ଦ୍ବାରା ଶରୀରରେ ହାପି ହରମୋନ କ୍ଷରଣ ହୋଇଥାଏ । ଯାହାଦ୍ବାରା ମନ ଖୁସି ରହିଥାଏ । ଏବଂ ନୂଆନୂଆ ଷ୍ଟେପ ଡ୍ୟାନ୍ସ ଶିଖିବା ଦ୍ବାରା ମନରେ ଏକ ଆତ୍ମବିଶ୍ବାସ ମଧ୍ୟ ବଢିଥାଏ । ତେଣୁ ସମସ୍ତେ ନୃତ୍ୟକୁ ଆଦରି ନିଜ ଜୀବନଶୈଳୀରେ ଏହାକୁ ଯୋଡିଲେ ଶରୀର ସହ ମନ ଖୁସି ରହିଥାଏ ବୋଲି ବୈଜ୍ଞାନିକଙ୍କ ଦ୍ବାରା ପ୍ରମାଣିତ ହୋଇଛି ।