ଦୁଇ ଜଣ ବାଇକ୍ରେ ଆସି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଏହି ମାମଲରେ ପୁଲିସ ଧାରା ୩୦୭ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହାପରେ ଏପ୍ରିଲ ୧୬ ତାରିଖରେ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟ ଭୁଜରୁ ଗିରଫ କରିଥିଲା। ଗୁପ୍ତା ବାଇକ୍ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘରକୁ ଉପରକୁ ଗୁଳିମାଡ କରିଥିବା ଅଧିକାରୀମାନେ କହିଛନ୍ତି। ଏମାନଙ୍କୁ ଅନୁଜ ଥାପାନ ହିଁ ବନ୍ଧୁକ ଯୋଗାଇଥିଲା। ପୁଲିସ ପଞ୍ଜାବରୁ ଅନୁଜ ଥାପାନଙ୍କ ସମେତ ସୋନୁ ସୁଭାଷ ଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର