ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବିଜେପି ବିଧାନସଭା ପ୍ରାର୍ଥୀ । ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଘସିପୁରା- ଶମ୍ଭୁନାଥ ରାଉତ, ଭୋଗରାଇ- ଆଶିଷ ପାତ୍ର, ଭଣ୍ଡାରୀପୋଖରୀ- ସୁଧାଂଶୁ ନାୟକ, ବରୀ- ଉମେଶ ଜେନା, ବାରବାଟୀ କଟକ- ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବେଗୁନିଆ- ପ୍ରକାଶ ରଣବିଜୁଳି ନାମ ଘୋଷଣା କରିଚି ବିଜେପି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡରେ କରିବେ ରୋଡ୍ ସୋ । ରାଜ୍ୟ ବିଜେପି ନେତା, କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ପାଖାପାଖି 1 ଘଣ୍ଟା ଯାଏଁ ନିର୍ବାଚନ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବେ ମୋଦି । ଏହାପରେ ଅନୁଗୁଳ ଯାଇ ସେଠାରେ ବିଶାଳ ଜନସଭାରେ ଯୋଗଦେବା ସହ ତାପରେ କଟକ ଆସି ଜନ ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ : ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍ୟ ହ୍ରାସ କରାଯାଇଛି । ଏହା ସହ ଜଡିତ ୪୧ ଟି ସାଧାରଣ ଔଷଧର ମୂଲ୍ୟ ସରକାରଙ୍କ ଦ୍ଵାରା ହ୍ରାସ କରାଯାଇଛି । ଜାତୀୟ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ମାନେ ଏହାର ଏକ ବୈଠକ କରି ୪୧ ଔଷଧ ତଥା ୭ଟି ଫର୍ମୁଲେଶନର ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅଧୀନରେ ବିଭିନ୍ନ କମ୍ପାନୀର ଔଷଧର ଖୁଚୁରା ମୂଲ୍ୟ ସ୍ଥିର କରାଯାଇଥିଲା। ଖାଲି ତାହା ନୁହେଁ ଆଲର୍ଜି ବ୍ୟତୀତ ମଲ୍ଟିଭାଇଟାମିନ ଏବଂ ଆଣ୍ଟିବାୟୋଟିକ ମୂଲ୍ୟ ଅଧିକ ହୋଇଥିବାରୁ । ସାଧାରଣ ଚିକିତ୍ସାର ମୂଲ୍ୟ ମଧ୍ୟ ବଢିଥାଏ। ତେଣୁ ଔଷଧ ଶସ୍ତା ହେଲେ ଲୋକମାନେ ଆରାମ ପାଇବେ। ଫେବୃଆରୀରେ ଏନ୍ପିପିଏ ସୁଗାର ଏବଂ ବିପି ସମେତ ୬୯ ଔଷଧର ମୂଲ୍ୟକୁ କମାଇ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଭାରତରେ ସର୍ବାଧିକ ସଂଖ୍ୟକ ମଧୁମେହ ରୋଗୀ ଆର୍ଥାତ ୧୦ କୋଟିରୁ ଅଧିକ ମଧୁମେହ ରୋଗୀ ରହିଛିନ୍ତି । ଏହାର ମୂଲ୍ୟ କମିବା ଯୋଗୁଁ ସାଧାରଣ ଲୋକଙ୍କୁ ବହୁତ ଲାଭଦାୟକ ହେବ ଯେଉଁମାନେ ଔଷଧ ଏବଂ ଇନସୁଲିନ୍ ଉପରେ ନିର୍ଭରଶୀଳ ସେହି ମାନେ ଅଧିକ ଲାଭବାନ ହେବେ ।