ସେପଟେ ସାଙ୍ଗଠନିକ ସମ୍ପାଦକ ଥିବା ପ୍ରଣବ ପ୍ରକାଶ ଦାସ ତଥା ବବିଙ୍କ ମାଙ୍କୁ ଟିକେଟ୍ ମିଳିବା ପରେ ଦଳର ଗୋଟିଏ ପରିବାର ଗୋଟିଏ ଟିକେଟ୍ ନୀତି କୂଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । କାରଣ ଖୋଦ୍ ଦଳର କିଛି କୁହାଳିଆ ମୁଖପାତ୍ର ଏବଂ ଆଗ ଧାଡିର ବିଧାୟକ ଅରିନ୍ଦମ ରାୟ ଦଳ ଛାଡିବା ବେଳେ ବବିଙ୍କ ଗୁଣଗାନ କରି ସୋସିଆଲ ମିଡିଆରେ ଏଭଳି କିଛି ପୋଷ୍ଟ କରିଥିଲେ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଥିଲା କି ବବି ଚାହିଁଥିଲେ ନିଜ ଭିଣେଇ ଅରିନ୍ଦମକୁ ଟିକେଟ୍ ଦେଇ ପାରିଥାନ୍ତେ କିନ୍ତୁ ଗୋଟିଏ ପରିବାର ଗୋଟିଏ ଟିକେଟ୍ ନୀତିରେ ଅରିନ୍ଦମଙ୍କ କଥା ଶୁଣିନଥିଲେ । କିନ୍ତୁ ବର୍ତ୍ତମାନ ବବିଙ୍କ ମା ଙ୍କୁ ଟିକେଟ୍ ମିଳିବା ପରେ ସବୁ ଆଡେ ସେଇ ଗୋଟିଏ ପ୍ରଶ୍ନ କୁଆଡେ ଗଲା ବିଜେଡିର ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ ନୀତି ।
କେବଳ ପ୍ରଣବ ପ୍ରକାଶ ଦାସ ଓ ତାଙ୍କ ମାଆ ସନ୍ଧ୍ୟାରାଣୀ ଦାସ ନୁହେଁ ବରଂ ସୁଦାମ ମାର୍ଣ୍ଡି ଓ ତାଙ୍କ ସ୍ତ୍ରୀ ରଞ୍ଜିତା ମାର୍ଣ୍ଡି, ସୁଧୀର ସାମଲ ଓ ତାଙ୍କ ପୁତୁରା ଅବିନାଶ ସାମଲ, ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପୁତୁରା ଦେବେଶ ଆଚାର୍ଯ୍ୟଙ୍କୁ ମଧ୍ୟ ଟିକେଟ୍ ଦେଇଛି ଦଳ । ଅନ୍ତିମ ପର୍ଯ୍ୟାୟ ତାଲିକା ଘୋଷଣା ହେବା ପରେ ବିଜେଡିରେ ବଢିଛି ବିବାଦ । ଖଣ୍ଡପଡାରେ ଟିକେଟ୍ ଆଶାୟୀ ଥିବା ଅନୁଭବ ପଟ୍ଟନାୟକଙ୍କୁ ଦଳ କ୍ୟାଣ୍ଡେଟ୍ ନ କରି ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ଦଳ ଛାଡିଛନ୍ତି ଅନୁଭବ । ଏପରିକି ତାଙ୍କୁ ବ୍ୟବହାର କରି ନଜ ସ୍ବାର୍ଥ ସାଧନ କରିବା ପରେ ବିଜେଡି ଜଣେ ଅପରାଧୀକ ପରିବାରକୁ ଟିକେଟ୍ ଦେଇଥିବା ଲେଖିଛନ୍ତି ଅନୁଭବ । ସେହିପରି ନୀଳଗିରିରେ ଆମଦାନୀ ନେତା ସୁକାନ୍ତ ନାୟକଙ୍କୁ ଟିକେଟ୍ ମିଳିବା ପରେ 2019 ରେ ଦଳର କ୍ୟାଣ୍ଡେଟ୍ ଥିବା ସନ୍ତୋଷ ଖଟୁଆ ମଧ୍ୟ ଦଳ ଛାଡିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର