ଆଜି ଚୈତ୍ର ପୂର୍ଣ୍ଣୀମାରୁ ଏହାକୁ ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥାଏ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିରରେ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି । ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଏବଂ ବୈଜଯନ୍ତ୍ରୀ ନାମକ ୫ଟି ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବାୟତ ମାନଙ୍କ ଦ୍ୱାରା ଉଦ୍ଧାର କରାଯ଼ାଇଛି ।
ଆଜି ଚୈତ୍ର ପୂର୍ଣ୍ଣୀମାରୁ ଏହାକୁ ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥାଏ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ । ହତ୍ୟାକାଣ୍ଡ ପଛରେ ବିଜେଡି ନେତା ତଥା ଖଲ୍ଲିକୋଟ ରାଣୀଙ୍କ ପୁତୁରା ସାକେତ ରାମା ରାଓ ଏବଂ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀ ଦୈତାରି ବେହେରାଙ୍କ ହାତ ଥିବା ବିଜେପି ଅଭିଯୋଗ କରିଥିଲା । ଏ ନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ଖଲ୍ଲିକୋଟ ଥାନାରେ ଗଞ୍ଜାମ ଏସ୍ପିଙ୍କୁ ଭେଟି ଅଭିଯୋଗ କରିଥିଲେ ।
ତୁରନ୍ତ ଏହି ଦୁଇଜଣକୁ ଗିରଫ କରିବା ପାଇଁ ଦାବି କରିଥିଲେ। ହେଲେ ଏ ପର୍ଯ୍ୟନ୍ତ ପୋଲିସ ଏହି ଦୁଇଜଣଙ୍କୁ ତଦନ୍ତ ପରିସରକୁ ଆଣିଲା ନାହିଁ । ଗତକାଲି ଏହି ଏହି ହତ୍ୟାକାଣ୍ଡକୁ ନେଇ ଖଲ୍ଲିକୋଟ ଥାନା ରଣକ୍ଷେତ୍ର ପାଲଟିଥିଲା । ପୋଲିସ ଏବଂ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା । ଲାଠି ଚାଲଣା ସହ ପଥର ମାଡ଼ ହୋଇଥିବା ବେଳେ ପୋଲିସ ଏବଂ ସାଧାରଣ ଲୋକ ଆହତ ହୋଇଥିଲେ । ପ୍ରଶ୍ନ ଉଠୁଛି ପୋଲିସ କାହାକୁ ସୁରକ୍ଷା ଦେବାକୁ ଚେଷ୍ଠା କରୁଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡି ବାଣ୍ଟୁଛି ପୁଳା ପୁଳା ଟଙ୍କା । ସମ୍ବଲପୁର ମୁଖ୍ୟମନ୍ତ୍ରୀଙ୍କ ସଭାରୁ ଆସିଲା ଚିତ୍ର ।
500 ଟଙ୍କା ନୋଟ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ବିଜେଡି କର୍ମୀଙ୍କ ଭିତରେ ଯୁକ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଜେଡି ନେତା ବାଣ୍ଟୁଛନ୍ତି ପୁଳା ପୁଳା ଟଙ୍କା । ପୂର୍ବରୁ କିଛି ମହିଳା ମାନଙ୍କୁ ଲଗାଇ ଟଙ୍କା ବଣ୍ଟା ହେଉଥିବା ଚିତ୍ର ସାମ୍ନାକୁ ଆସିଥିଲା । ହାରିବା ଭୟରେ ବିଜେଡି ଟଙ୍କା ବଣ୍ଟା ଅଭିଯାନ ଆରମ୍ଭ କରିଛି।
ଆହୁରି ପଢନ୍ତୁ ଓଡିଶା ଖବର...
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବଳ 'କବି' କହିଲେ ପାଣ୍ଡିଆନ । ସଭାରେ ଏଭଳି ଭାଷଣ ଦେଇଛନ୍ତି ବିଜେଡି ନେତା ପାଣ୍ଡିଆନ ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶାର ବରପୁତ୍ରଙ୍କୁ ଅପମାନ । ଗଙ୍ଗାଧର ମେହେର ସାରା ବିଶ୍ୱରେ ସ୍ୱଭାବ କବି ନାଁରେ ଖ୍ୟାତ । ହେଲେ ପାଣ୍ଡିଆନଙ୍କ ଏହି ଭୂଲ୍ ଉଚାରଣ ସୂଚାଉଛି ଓଡିଆ ଅସ୍ମିତାକୁ ସେ କେତେ ବୁଝନ୍ତି । କେତେ ସମ୍ମାନ ଦିଅନ୍ତି ।
ଅନ୍ୟପଟେ ଦେବଗଡ଼ ପରେ ଏବେ ସମ୍ବଲପୁର ରେ ପାଣ୍ଡିୟାନ୍ ଙ୍କ ସଭାରୁ ଉଠି ଚାଲି ଯାଇଛନ୍ତି ଶହ ଶହ ମହିଳା । ସମ୍ବଲପୁର ସ୍ଥିତ ପିଏଚଡି ପଡ଼ିଆରେ ବିଜୁ ଜନତା ଦଳର ବିରାଟ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିୟାନ, ସାଂସଦ ପାର୍ଥି ବବି ଦାସ, ବିଧାୟକ ପାର୍ଥି ରୋହିତ ପୂଜାରୀ ସଭାରେ ଥିଲେ । ସଭା ଆରମ୍ଭ ପୂର୍ବରୁ ସମସ୍ତ ଚେୟାର ଫାଙ୍କା ପଡିଥିବା ଦେଖିବା ପାଇଁ ମିଳିଲା । ସମସ୍ତ ମହିଳା ଚେୟାରରୁ ଉଠି ପଳେଇ ଯାଇଥିବା ଦେଖିବା ପାଇଁ ମିଳିଥିଲା । ବଡ଼କଥା ହେଲା କାର୍ତ୍ତିକ ପାଣ୍ଡିୟାନଙ୍କୁ ଆଉ ମହିଳା ଗ୍ରହଣ କରୁ ନାହାନ୍ତି । କିଛି ଦିନ ପୂର୍ବରୁ ସମାନ ଘଟଣା ଦେବଗଡ଼ରେ ବିଜେଡି କାର୍ଯ୍ୟକ୍ରମରେ ଦେଖିବା ପାଇଁ ମିଳିଥିଲା ।
ଆହୁରି ପଢନ୍ତୁ ଓଡିଶା ଖବର...