ଲଗାତାର ୨୪ ବର୍ଷ ହେଲାଣି ରାଜ୍ୟରେ ସ୍ଥିର ସରକାର ସହ ସ୍ଥିର ମୁଖ୍ୟମନ୍ତ୍ରୀ ବି ଅଛନ୍ତି । ହେଲେ ବିକାଶ ଯେତେ ମାତ୍ରାରେ ହେବାର କଥା ହୋଇନି । କାରଣ ଲୋକଙ୍କର କଥା ଶୁଣିବାକୁ ନବୀନ ବାବୁଙ୍କ ପାଖରେ ସମୟ ହିଁ ନାହିଁ । ନିଜେ ଭିଡିଓରେ କଥା ହେଉଛନ୍ତି ହେଲେ ରିମୋର୍ଟ କଂଟ୍ରୋଲ ଗୁମାସ୍ତାଙ୍କ ପାଖରେ ରହିଛି । ତେଣୁ ପ୍ରକ୍ସି ସରକାର ବେଶୀ ଦିନ ତିଷ୍ଠି ପାରବନି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଓଡ଼ିଆଙ୍କ ଅସ୍ମିତା କଥା କହିଲା ବେଳକୁ ବିଜେଡି ନେତାଙ୍କୁ ଭାରି ବାଧୁଛି । ଆମେ ଓଡ଼ିଆ, ତେଣୁ ଓଡ଼ିଆଙ୍କର ବିକାଶ କଥା ଚିନ୍ତା କରିବୁ । ତେଣୁ ଏଥର ବିଜେପିକୁ ମୌକା ଦେବାକୁ ଧର୍ମେନ୍ଦ୍ର କହିବା ସହ ରାଜ୍ୟ ସରକାରଙ୍କ ପିଠା ଯୋଜନା, ବିଜୁ ଯୁବବାହିନୀ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି? ଏହାସହ ଓଡ଼ିଶା ପ୍ରତି ଅବଦାନ କ'ଣ ପଚାରୁଥିବା ନେତାଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର। ଖଆଲି ଏତିକି ନୁହେଁ ବରଂ ଗୁମାସ୍ତା ପଚାରିବେ ଓଡ଼ିଶା ପାଇଁ ମୁଁ କ'ଣ କରିଛି ବୋଲି ଧର୍ମେନ୍ଦ୍ର କହିବା ସହ ବିକାଶ କଣ କରିଛନ୍ତି ରାଜ୍ୟ ସରକାର ବୋଲି ଓଲଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ନାମାଙ୍କନ ପୂର୍ବରୁ ବର୍ଷିଥିବାରୁ ଏବେ ଚର୍ଚ୍ଚା ଜୋର ।