2014, ନିର୍ବାଚନୀ ପ୍ରଚାର ବେଳେ ଇନ୍ଦ୍ରାବତୀକୁ ମା କହି ନବରଙ୍ଗପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀାନ ପଟ୍ଟନାୟକ । ଯୋଜନା ଥିଲା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ମାଧ୍ୟମରେ 50 ହଜାର ହେକଟର ଚାଷ ଜମି ଜଳସେଚିତ ହେବ । ହେଲେ ମା କହି ଧୋକ୍କା ଦେଲେ ନବୀନ ସରକାର। 10 ବର୍ଷ ପରେ ଇଏ ହେଉଛି ଚିତ୍ର । ଜଳସେଚନ ପ୍ରକଳ୍ପ ଫେଲ୍, ଚାଷ ଜମିକୁ ଯାଉନାହିଁ ଇଦ୍ରାବତୀ ପାଣି, ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ନବରଙ୍ଗପୁରବାସୀ। ଖାଲି ସେତିକି ନୁହେଁ, ବିସ୍ଥାପିତଙ୍କୁ ବି ମିଳିନାହିଁ କ୍ଷତିପୂରଣ ।
କେସ୍ ନମ୍ବର-2
ମହାନଦୀ ବନ୍ଧ
ପୂର୍ବରୁ ମହାନଦୀକୁ ମା କହି ମଧ୍ୟ ଓଡ଼ିଶାବାସୀଙ୍କୁ ପ୍ରତାରିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 2017ରେ ମହାନଦୀକୁ ନେଇ ଢେର ରାଜନିତୀ କରିଥିଲା ବିଜେଡି । ଛତିଶଗଡ଼ ବନ୍ଧ ବାନ୍ଧି ପାଣିକୁ ସଂରକ୍ଷଣ କରୁଥିବା ବେଳେ ଓଡ଼ିଶାରେ ପାଣି ଯାଇ ମିଶୁଛି ସମୁଦ୍ରରେ। 2018ରେ ସରକାର ଘୋଷଣା କଲେ ମହାନଦୀରେ ନିର୍ମାଣ ହେବ 7 ବ୍ୟାରେଜ। 6 ବର୍ଷ ପରେ ଫଳ ଶୂନ । ଶୁଖିଲା ପଡିଛି ମହାନଦୀ। ପାଣି ପାଇଁ ଚାରିଆଡେ ହାହାକାର ।...
କେସ୍ ନମ୍ବର-3
ଚାଷୀଙ୍କୁ ବୋନସ୍
ମା କହି ମହାନଦୀ ଓ ଇନ୍ଦ୍ରାବତୀକୁ ଧୋକ୍କା ଦେଇଦେଲେ ନବୀନ। ଖାଲି ମହାନଦୀ ଇନ୍ଦ୍ରାବତୀ ନୁହେଁ, ଚାଷୀଙ୍କୁ ବି ଠକିଦେଇଛନ୍ତି ନବୀନ। 2015 ସୋହେଲା ସମାବେଶରେ କ୍ବିଣ୍ଟାଲ ପିଛା ଚାଷୀଙ୍କୁ ଶହେ ଟଙ୍କା ବୋନସ୍ ଦେବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 9 ବର୍ଷ ପରେ ଚାଷୀଙ୍କୁ ମିଳିଲା କେବଳ ପ୍ରତାରଣା।
ଅଧିକ ପଢନ୍ତୁ ଓଡ଼ିଶା ଖବର