ମୋଦି 3.0 ଯୁଗ ଆରମ୍ଭ
by Argus News
Mon, Jun 10 | 8:17 a.m.

ଅର୍ଗସ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ- ସ୍ବାଧୀନ ଦାୟିତ୍ବ ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ୨୦୧୪ରେ ମୋଦିଙ୍କ ୧୮ ଜଣ ଓ ୨୦୧୯ରେ ମୋଦିଙ୍କ ସହ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଏଥର ରେକର୍ଡ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଦ୍ବିତୀୟ ପାଳିର ମୋଦୀ କ୍ୟାବିନେଟରେ ପାୱାରଫୁଲ ବିଭାଗ ସମ୍ଭାଳିଥିବା ଅମିତ୍ ଶାହ, ଦ୍ବିତୀୟ ଥର ପାଇଁ କେନ୍ଦ୍ରମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । 

ସେହିପରି ମୋଦି କ୍ୟାବିନେଟରେ ସାମିଲ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରୀ ହୋଇ ନଥିଲେ । ଏବେ ତାଙ୍କର ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଥିବାରୁ ମୋଦି ତାଙ୍କୁ କ୍ୟାବିନେଟରେ ସ୍ଥାନ ଦେଇଛନ୍ତି । ଚିରାଗ ପାସୱାନ୍, ରାମମୋହନ ନାଇଡୁଙ୍କ ଭଳି ଯୁବ ଚେହେରା ବି ସାମିଲ ହୋଇଛନ୍ତି। JDUରୁ ଲଲନ ସିଂହ ଓ ସିନ୍ଦେ ସେନାରୁ ପ୍ରତାପ ରାଓ ଯାଧବଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଛି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ଜୟସ୍ୱାଲ
8m ago
ଟେଷ୍ଟରେ ଜୟସ୍ୱାଲଙ୍କ ଧମାକା କଲେ ଏମିତି ରେକର୍ଡ..
ଅର୍ଗସ ବ୍ୟୁରୋ:ଟେଷ୍ଟରେ ରେକର୍ଡ କଲେ ଟିମ୍ ଇଣ୍ଡିଆର ଷ୍ଚାର ବ୍ୟାଟର ଯଶସ୍ବୀ ଜୟସ୍ୱାଲ,ପଛରେ ପଡିଲେ ରନ୍ ମେସିନ ବିରାଟ କୋହଲି, ଏବଂ ହିଟ୍ ମ୍ୟାନ୍ ରୋହିତ ଶର୍ମା। ବାଂଲାଦେଶ ବିପକ୍ଷ ଟେଷ୍ଟର
ଗୁଟଖା
ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ
ବ୍ରହ୍ମପୁର: ବେଆଇନ ଗୁଟଖା କାରଖାନା ଉପରେ ଚଢ଼ାଉ। ଲକ୍ଷାଧିକ ଟଙ୍କାର ମେସିନ ଗୁଟଖା ଜବତ । ଗଂଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଉଁଶିଆପାଲ୍ଲୀରେ ଥିବା ନୀଳଚକ୍ର ପ୍ରଡକ୍ସନରେ ଦୀର୍
ହରିଲୁଟ
ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା
ନୂଆପଡା: ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ନୂଆପଡ଼ା ଜିଲ୍ଲାରୁ ଆସିଲ