ବଲିଉଡର ଏହି ଯୋଡ଼ିଙ୍କ ବିବାହର ସମସ୍ତ ଘଟଣାକ୍ରମକୁ ଗୋପନ ରଖାଯାଇଛି। ଏବେ କିଆରା ଜୈସଲମେର ପହଞ୍ଚିବାପରେ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଷ୍ଟାର କପଲ ତାଙ୍କର ନୂଆ ଜର୍ଣ୍ଣି ଆରମ୍ଭ କରିବାକୁ ଯାଉଛନ୍ତି। ହ୍ବାଇଟ ଆଉଟ୍ଫିଟରେ ଥିବା କିଆରାଙ୍କୁ ଦେଖିବାକୁ ଏୟାରପୋର୍ଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। କିଆରା-ସିଦ୍ଧାର୍ଥଙ୍କ ଓ୍ବେଡିଂ ସେରିମନୀ ଆଜିଠୁ ଆରମ୍ଭ ହୋଇଯାଇଛି।
ଓ୍ବେଡିଂ ପାଇଁ ଜୈସଲମେରରେ ପହଞ୍ଚିଲେ କିଆରା

ଅର୍ଗସ ବ୍ୟୁରୋ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଭାବି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ବିବାହ ପାଇଁ ଏବେ ଖୁବ ଚର୍ଚ୍ଚାରେ। ବାହାଘର ପାଇଁ କାଉଣ୍ଟ ଡାଉନ ଆରମ୍ଭ ହାଇଯାଇଥିବାବେଳେ ଶନିବାର କିଆରା ଦ୍ବିପ୍ରହରରେ ମୁକେଶ ଅମ୍ବାନୀଙ୍କ ଚାର୍ଟର ପ୍ଲେନରେ ଫ୍ୟାଶନ ଡିଜାଇନର ମନିଷ ମାଲହୋତ୍ରା ଓ ତାଙ୍କ ଟିମ୍ ସହ ଜୈସଲମେରରେ ପହଞ୍ଚିଛନ୍ତି। ରବିବାରଠୁ ଆରମ୍ଭ ହେବାକୁ ଥିବା ରାଜକୀୟ ଓ୍ବେଡିଂ ଫଙ୍କସନ ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସ ହୋଟେଲକୁ ସଜା ଯାଇଛି। ସେପଟେ ଅଭିନେତା ସିଦ୍ଧାର୍ଥ ବି ଜୈସଲମେରରେ ପହଞ୍ଚିସାରିଛନ୍ତି।
Download Argus News App
