ମେଷ-
ଅଶ୍ୱନୀ- ଧୈର୍ଯ୍ୟ ଦ୍ୱରା ସଫଳତା ପ୍ରାପ୍ତ କରିବେ । ଅନ୍ତର୍ଜ୍ଞାନ ଓ ସୃଜନ ଶକ୍ତିର ବିକାଶ ଘଟିବ । କର୍ମରେ ବୃଦ୍ଧିର ପ୍ରୟୋଗ ଦ୍ୱାରା ସଫଳତା ହାସଲ କରିବେ
ଦ୍ୱିଜା- ସାମାଜିକ ସ୍ତରରେ ଖ୍ୟାତି ହେବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବାଯୋଗେ ଦୃଢ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଆଗକୁ ବଢିବାର ଯୋଜନା ସଫଳ ହେବ ।
କୃତିକା- ମହିଳାମାନେ ରକ୍ଷଣ ଶୀଳ ହେବେ । ଛାତ୍ରଛାତ୍ରୀ ମାନେ ପଢାଡପଢିରେ ମନଯୋଗ ଦେବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ
ବୃଷ-
କୃତିକା- ମାନସିକ ତଥା ପାରିବାରିକ ଅଶାନ୍ତି ଲାଗି ରହିବ । ବାଣିଜ୍ୟ ବ୍ୟବସାୟରେ ପ୍ରତିକୂଳତା ଆସିପାରେ । କର୍ମ କ୍ଷେତ୍ରରେ ଅସାବଧାନତା ହେତୁ ଅପମାନିତ ହେବେ ।
ରୋହିଣୀ- ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ । ପିଲାମାନଙ୍କ ଆଚରଣରେ ଅତିଷ୍ଟ ହେବାର ସମ୍ଭାବନା ଅଛି ।
ମୃଗଶିରା-ପୈତୃକ ସମ୍ପତି କୁ ନେଇ ଦୁଇଜଣଙ୍କ ବିବାଦରେ ତୃତୀୟ ବ୍ୟକ୍ତି ଲାଭବାନ ହେବେ । ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କଟକଚଣ୍ଡିଙ୍କ ମନ୍ତ୍ର ପାଠ କରନ୍ତୁ
ମିଥୁନ-
ମୃଗଶିରା- କୌଣସି ନୂତନ ବନ୍ଧୁ ବ୍ୟକ୍ତି ସହିତ ଭେଟ ହେବେ । ଅସହାୟତା କାରଣରୁ ନିଜ ବୈବାହିକ ଜୀବନରେ ଛନ୍ଦି ହେବେ ।
ଆଦ୍ରା- ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ବ୍ୟବସାୟରେ ଦ୍ରବ୍ୟ ହାନି ଘଟିବାର ସମ୍ଭାବନା ରହିଛି ।
ପୁନର୍ବସୁ- ଆଇନ ଅଦାଲତରେ ଜୟଯୁକ୍ତ କରିବେ । ନକରାତ୍ମକ ବିଚାରରୁ ଦୂରେଇ ରୁହନ୍ତୁ । ଧର୍ମ ଭାବନାରୁ ଶକ୍ତି ମିଳିବ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
କର୍କଟ-
ପୁନର୍ବସୁ- ଜୀବନକୁ ସୁନ୍ଦର କରି ଗଢିବା ପାଇଁ ଚେଷ୍ଟା କରିବେ । ବାପାମାଆଙ୍କ ସହିତ ସମାରୋହକୁ ଯାଇପାରନ୍ତି । ପାରିବାରିକ ସମ୍ବନ୍ଧ ନିବିଡ ହେବ ।
ପୁଷ୍ୟା-ଅଫିସ୍ ରେ କାମ ଚାପ ରହିବ । ବିଦ୍ୟାର୍ଥୀଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ରାଜନୀତିରେ ମାନ ସମ୍ମାନ ବଢିବ ।
ଅଶ୍ଳେଷା- କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରରେ । କୌଣସି ଭଲ ଖବର ପାଇବେ । ଘରକୁ ବନ୍ଧୁ ଆସିପାରନ୍ତି ।
ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା କରନ୍ତୁ
ସିଂହ-
ମଘା- ଆଜି ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ । ନବ ବିବାହିତା କୌଣସି ଧର୍ମାନୁଷ୍ଠାନ ଯିବେ ।
ପୂ- ଫାଲ୍ଗୁନୀ- ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ । ପରିବାର ସହିତ ଅଭୁଲା କ୍ଷଣର ଆନନ୍ଦ ଉପଭୋଗ କରିବେ ।
ଉ- ଫାଲ୍ଗୁନୀ- ଦୀର୍ଘ ଦିନରୁ ଅଟକିଥିବା କାମ ସଂମ୍ପୂର୍ଣ୍ଣ ହେବ । ଆୟ ଅନୁଯାୟୀ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିପାରିବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ବିଷ୍ଣୁଙ୍କ ଉପାସନା କରନ୍ତୁ
କନ୍ୟା-
ଉ- ଫାଲ୍ଗୁନୀ- ଜୀବନ ସାଥୀଙ୍କ ସହିତ ଲାଗିରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ । କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ ।
ହସ୍ତା- ପ୍ରଶାସନ ସହିତ ଜଡିତ ଲୋକମାନେ ଉଚ୍ଚ ପଦପଦବୀ ପାଇପାରିବେ । ନୂତନ ଆୟର ଉତ୍ସ ବିକାଶ ହେବ ।
ଚିତ୍ରା- କୌଣସି ଅଜଣା ବ୍ୟକ୍ତିଙ୍କୁ ଭରସା କରନ୍ତୁ ନାହିଁ । ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି ।
ଶୁଭ ରଙ୍ଗ - ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ସର୍ବକାର୍ୟ୍ୟ ସିଦ୍ଧି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଚିତ୍ରା- ଦୈନିଦିନ କାର୍ଯ ସହଜ ସରଳରେ ହେବା ସହ ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ଲୋକମାନେ ଆପଣଙ୍କ ଅଚରଣରେ ବହୁତ ଖୁସି ହେବେ ।
ସ୍ୱାତୀ- ରାଜନୀତି କାର୍ଯ୍ୟରେ ସଫଳତା ମିଳିବ । ନୂତନ ବନ୍ଧୁଙ୍କୁ ପାଇ ଖୁସି ହେବେ । ଦୂର ଯାତ୍ରାରେ ସଫଳ ହେବେ ।
ବିଶାଖା- ଧାର ନେବା ଦେବା ରୁ ନିବୃତ ରୁହନ୍ତୁ । ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମ ଫଟକୁ ପୂଜାର୍ଚ୍ଚନା କରନ୍ତୁ
ବିଛା-
ବିଶାଖା- ପରିବାରେ ଆପଣଙ୍କ ଗୁଣର ପ୍ରଶଂସା ହୋଇପାରେ । ଜୀବନ ସାଥୀଙ୍କ ସହିତ ରାତ୍ରୀ ଭୋଜନ ପାଇଁ ଯୋଜନା କରିବେ ।
ଅନୁରାଧା- ନୂତନ କାମରେ ବଡଲୋକଙ୍କ ପରାମର୍ଶ ନେବା ଭଲ । ବ୍ୟବସାୟରେ ଲାଭ ହେବାର ଯୋଗ ଅଛି । ନିଜ ପସନ୍ଦର ପୁସ୍ତକ ପଢିବେ ।
ଜ୍ୟୋଷ୍ଠା- ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇନେବା ପାଇଁ ଚେଷ୍ଟା କରିପାରନ୍ତି ।
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ବଗଳା ମୂଖିଙ୍କର ପୂଜାର୍ଚ୍ଛନା କରନ୍ତୁ
ଧନୁ-
ମୂଳା- ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ । ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ ।
ପୂ, ଷାଢା- ଦୀର୍ଘଦିନରୁ ଲାଗିରହିଥିବା ଚିନ୍ତା କମ୍ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ ।
ଉ, ଷାଢା- ଯାନ ବାହନ ସାବଧାନତାର ଦହ ଚଳାନ୍ତୁ । ଗାୟକଙ୍କ ଲାଗି ଭଲ ଦିନଟିଏ । ସମାଜରେ ମାନ ସମ୍ମାନ ବଡିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମ ରକ୍ଷକ ସ୍ତୋତ୍ର ପାଠ କରନ୍ତୁ
ମକର
ଉ, ଷାଢା- ପରିବାରରେ ଲାଗିରହିଥିବା ଅଶାନ୍ତି ଦୂର ହେବ । ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିଦେବ ।
ଶ୍ରବଣା- ରାଜନୀତିରେ ସାମାଜିକ ପରିସର ବୃଦ୍ଧି ହେବ । ଅଫିସ୍ ରେ ଅଧିକ ସମୟ କାମ କଲେ ଯାଇ ଅବଶିଷ୍ଟ କାମ ପୂରା ହେବ ।
ଧନିଷ୍ଠା-ବାଲ୍ୟବନ୍ଧୁ ସହିତ ମିଶିବା ପାଇଁ ମନ କହିବ । କାମ କରିବା ସମୟରେ ମନ କୁ ଶାନ୍ତ ରଖନ୍ତୁ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।
ଶୁଭ ରଙ୍ଗ - ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ମଙ୍ଗଳା ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
କୁମ୍ଭ
ଧନିଷ୍ଠା- ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢିବ । ବନ୍ଧୁ ଓ ପରିବାର ଲୋକଙ୍କ ସହ ହସ ଖୁସିରେ ସମୟ ବିତାଇବେ ।
ଶତଭିଷା- ଅଫିସ୍ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିବେ । ସଙ୍ଗୀତ କ୍ଷେତ୍ରରେ ଥିବା ଲୋକ ଭଲ ପ୍ରଦର୍ଶନ କରିବେ । ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ ।
ପୂ, ଭାଦ୍ରପଦ- ଆପଣଙ୍କର ବିଚାର ସକରାତ୍ମକ ରହିବ । ରାଜନେତାଙ୍କ ଲାଗି ଭଲ ଦିନଟିଏ । ନୂତନ ପ୍ରକଳ୍ପ ପାଇଁ ଯୋଜନା କରିପାରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସବୁଜ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ
ମୀନ
ପୂ, ଭାଦ୍ରପଦ- ବୟବସାୟ ଅଭିବୃଦ୍ଧି ପାଇଁ ଋଣ ନେଇ ପାରିବେ । ଟଙ୍କା କାରବାରରେ ଥିବା ବାଧା ଦୂର ହେବ ।
ଉ, ଭାଦ୍ରପଦ- ବିବାଦର ସମାଧାନ ପାଇଁ ଦିନଟି ବହୁତ ଭଲ । ଛାତ୍ରଛାତ୍ରୀ ମାନେ କିଛି ନୂଆ ଶିଖିବା ପାଇଁ ସୁଯୋଗ ପାଇବେ । ଶତୃମାନଙ୍କ ଠାରୁ ଶୁଭ ଖବର ପାଇବେ ।
ରେବତୀ- ଜମି କିଣିବା ଲାଗି ଭାବି ପାରନ୍ତି । ସିଭିଲ୍ ଇଂଜିନିୟରଙ୍କ ଲାଗି ଦିନଟି ଆରାମଦାୟକ ରହିବ । ମହିଳା ମାନେ ପାରିବାରିକ ସମସ୍ୟାରେ ବ୍ୟସ୍ତ ରହିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ
ଅଧିକ ପଢ଼ନ୍ତୁ ରାଶିଫଳ ଖବର: