ମାଇକ୍ ବାଲଟେଜଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ କରିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି । ମାର୍କୋ ରୁବିଓ ଜଣେ ଭାରତୀୟ ସମର୍ଥକ ହୋଇଥିବାବେଳେ ଜଣେ ଚୀନ ବିରୋଧୀ ନେତା ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆମେରିକା ବିରୋଧୀଙ୍କ ପ୍ରତି ଆଲୋଚନାତ୍ମକ ଆଭିମୁଖ୍ୟ ରଖୁଥିବା ୫୩ ବର୍ଷୀୟ ମାର୍କୋ ରୁବିଓ ନିଜର ବିଦେଶୀ ନୀତି ପାଇଁ ବେଶ୍ ଚର୍ଚ୍ଚିତ । ମାର୍କୋଙ୍କ ସହ ଭାରତର ସଂପର୍କ କିନ୍ତୁ ବେଶ୍ ନିବିଡ ।
ରୁଷିଆ-ଭାରତ ସଂପର୍କକୁ ମଜଭୁତ୍ କରିବାରେ ମାର୍କୋ ବଡ ଭୂମିକା ନିଭାଇଥିଲେ । ସେ ଭାରତ-ପ୍ରଶାନ୍ତ ମହାସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଭାରତକୁ ପ୍ରତିଷ୍ଠା କରିବାରେ ସାହାର୍ଯ୍ୟ କରିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ସେ ବିଶେଷ କରି ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେରିକା-ଭାରତ ସଂପର୍କକୁ ଗଭୀର କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।