ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଦୂରରେ ଭୂକମ୍ପର ସଂଘଠିତ ହୋଛି । ସମୁଦ୍ର ପୃଷ୍ଠରୁ ୧୦ କିମି ଆଭ୍ୟନ୍ତରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି ।ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍ ।
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ଭୂକମ୍ପ ହୋଇଥିବା ସୂଚନା। ସୋମବାର ସକାଳୁ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି ।ରିକ୍ଟରସ୍କେଲରେ ଭୂମିକମ୍ପର ତିବ୍ରତା ୫.୧ ରହିଛି ।ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି ।
ପୁରୀ ଠାରୁ ସମୁଦ୍ର ମଧ୍ୟରେ ୪୩୧ କିଲୋମିଟର ଦୂରରେ ଭୂକମ୍ପର ସଂଘଠିତ ହୋଛି । ସମୁଦ୍ର ପୃଷ୍ଠରୁ ୧୦ କିମି ଆଭ୍ୟନ୍ତରରେ ଏହାର ଉତ୍ପତ୍ତି ସ୍ଥଳ ରହିଛି ।ସକାଳ ୮ଟା ୨୧ ମିନିଟରେ ଥରି ଉଠିଲା ବଙ୍ଗୋପସାଗର ପ୍ଲେଟ୍ ।
ଅର୍ଗସ ବ୍ୟୁରୋ : ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ବାତ୍ୟା ମିଗଜୋମର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି । ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ବାତ୍ୟା । ଉତ୍ତର ପୂର୍ବ ତେଲଙ୍ଗାନା ଉପରେ ରହିଛି ଲଘୁଚାପର କେନ୍ଦ୍ର । ଏହାର ପ୍ରଭାବରେ ଆନ୍ଧ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅଧିକ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଯାଏଁ ପାଗ କୋହଲା ରହିବ । ତେବେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁରର ୪ଟି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳରେ ମଧ୍ୟ ବର୍ଷା ହେବ ।
ଅଧକ ପଢନ୍ତୁ : ଦୁର୍ବଳ ହେଉଛି 'ମିଗଜୋମ୍'
ଲଗାଣ ବର୍ଷା ପରେ କୋଟିଆ ପଂଚାୟତରେ ଛୋଟ ଭୂସ୍ଖଳନ ହୋଇଛି । ମାଡକାର ଗାଁକୁ ଯିବା ରାସ୍ତାରେ ପାହାଡ଼ରୁ ପଥର ଖସିଛି । ପଥର ମୁଖ୍ୟ ରାସ୍ତାରେ ପଡ଼ିଥିଲେ ବି ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ମେଡଙ୍ଗଗନ୍ଦି ଅଞ୍ଚଳରେ ତିନିଟି ଘରର ଛପର ଉଡିବା ସହିତ ଘର ଭାଙ୍ଗିଯାଇଛି । ଏପଟେ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ସହର । ବ୍ରହ୍ମପୁର ମହାମାୟୀ କଲେଜ ଭିତରେ ପଶିଛି ଡ୍ରେନପାଣି । ସହରର ଅଞ୍ଚଳରେ ବର୍ଷା ପାଣିରେ ହାଲ୍ ବେହାଲ୍ ହୋଇଛି ।
ବାତ୍ୟା ଓ ବର୍ଷାରେ ଜୀବନ ନିରାପଦ ରହିଛି କିନ୍ତୁ ବିପନ୍ନ ହୋଇଛି ଜୀବିକା । ହତାଶ ହୋଇଛନ୍ତି ଚାଷୀ କୂଳ । ତିନି ଦିନ ବର୍ଷା ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କର ଅନେକ କ୍ଷୟକ୍ଷତି କରିଛି । ଧାନଠାରୁ ଆରମ୍ଭ କରି କପା, ହରଡ଼ ଓ ମାଣ୍ଡିଆ ଏବଂ ପନିପରିବା ଚାଷ ନଷ୍ଟ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ବର୍ଷାରେ ଶୋଇ ପଡ଼ିଛି ପାଚିଲା ଧାନ ଗଛ । ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଥିବା ଧାନ ଭିଜିଛି । ଗଜପତି ମୋହନାରେ ବହୁ ପରିମାଣର ମକା ଓ ଧାନ ଚାଷୀଙ୍କର ଫସଲ କ୍ଷତିଗ୍ରସ୍ତ ହୋଇଛି । ଜମିରେ ଧାନ ଗଛ ସବୁ ଶୋଇଯାଇଥିବା ବେଳେ କେଣ୍ଡାରୁ ଧାନ ଝଡି ଯାଇଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର, ପାତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡିରେ ବର୍ଷା ଜାରି ରହିଛି । ଏ ସବୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ସେହିପରି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ବିଜେପୁରରେ ବର୍ଷାରେ ବିପନ୍ନ ହୋଇଛି ଫସଲ । ମଣ୍ଡିରେ ପଡ଼ିଥିବା ଧାନ ମଧ୍ୟ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଚାଷୀ ।
ଅମଳ ଋତୁରେ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଧାନ ରାଜ୍ୟର ପ୍ରମୁଖ ଫସଲ । କିନ୍ତୁ ଆଖି ଆଗରେ ଏହାକୁ ବରବାଦ ହେଉଥିବା ଦେଖି ଚାଷୀର ଛାତି ଫାଟି ଯାଉଛି । ଏବେ କୃଷି ବୀମାକୁ ନେଇ ସବୁକିଛି ସ୍ବଚ୍ଛତା ରହିଥିବାବେଳେ ରାଜ୍ୟ ସରକାର ସଠିକ୍ ଆକଳନ କରୁନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଲା କ୍ଷୟକ୍ଷତିର ସଠିକ୍ ଆକଳନ କରାଯିବ ତ ? କ୍ଷୟକ୍ଷତିର ଶିକାର ପ୍ରକୃତ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?
ଅର୍ଗସ ବ୍ୟୁରୋ : ନିଷ୍ଠୁର ପାଲଟିଲେ ବିଜେଡି ନେତା । ଗରିବ ନିରୀହ ଲୋକଙ୍କ ୮ଗୋଟି ଛେଳିକୁ ବିଷ ଦେଇ ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାମାକ୍ଷାନଗର ଅଞ୍ଚଳରେ । କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁରେ ଘଟିଛି ଏଭଳି ଘଟଣା ।
ଗାଁର ମିନି ଦେହୁରୀଙ୍କ ୭ଗୋଟି ଛେଳି ଏବଂ କଣ୍ଢେଇ ନାଏକଙ୍କ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେଡି ନେତା ତଥା କାମାକ୍ଷାନଗରର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ବସନ୍ତ ବିଶ୍ୱାଳ, ଅନ୍ୟ ଦୁଇ ସହଯୋଗୀ ନୃସିଂହ ସାହୁ, ସୁଶା ଦାଶଙ୍କ ନାମରେ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସବୁଦିନ ଭଳି ଛେଳି ଗୁଡିକ ଗାଁ ପାଖ ରାମିଆଳ ନଦୀ ପଠାକୁ ଚରିବାକୁ ଯାଇଥିବା ବେଳେ ଛେଳି ମାନଙ୍କର ମୃତ୍ୟୁ ହୋଇଛି । ତେବେ ଘାସରେ ବିଷ ମିଶେଇ ଦେଇ ମାରିଥିବା ମିନି ଦେହୁରୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗର କରିଛନ୍ତି । ଯାହାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି ।
ଅର୍ଗସ ବ୍ୟୁରୋ : ନେହେରୁଙ୍କ ଭୁଲ ପାଇଁ ଆଜି ପାକିସ୍ତାନ କବଜାରେ ରହିଛି ପିଓକେ । କାଶ୍ମୀରର ସମସ୍ତ ଅଞ୍ଚଳକୁ କବଜା କରିବା ପୂର୍ବରୁ ସିଜ୍ ଫାୟାର ଘୋଷଣା କରି ନଥିଲେ ଆଜି ଏହି ଅଞ୍ଚଳ ଭାରତରେ ଥାନ୍ତା । ସଂସଦର ଶୀତ ଅଧିବେଶର ତୃତୀୟ ଦିନରେ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକସଭାରେ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଧେୟକ ସମ୍ପର୍କରେ ଆଲୋଚନା କରିଛନ୍ତି ଶାହ ।
କହିଛନ୍ତି ଏହି ବିଲ୍ ବିସ୍ଥାପିତଙ୍କୁ ଅଧିକାର ଦେବ । ଏହି ବିଲକୁ କେହି ବି ବିରୋଧ କରି ନଥିବା ବେଳେ କାଶ୍ମୀରବାସୀଙ୍କ ସ୍ବରକୁ ପ୍ରଧାନମନ୍ତ୍ରୀ ମୋଦି ଶୁଣିଥିବା କହିଛନ୍ତି ଶାହ । ତେବେ ପିଓକେ ଭାରତର ଅଂଶ ବୋଲି କହିଛନ୍ତି ଶାହ । ତେଣୁ ପିଓକେର ୨୪ ଆସନକୁ ସଂରକ୍ଷିତ ରଖାଯାଇଥିବା ସେ କହିଛନ୍ତି । ସେହିପରି ପୂର୍ବରୁ ଜମ୍ମୁରେ ୩୭ ଆସନ ଥିବା ବେଳେ ଏବେ ଏହା ୪୩ ହୋଇଛି । କାଶ୍ମୀରରେ ପୂର୍ବରୁ ୪୬ ଆସନ ଥିବା ବେଳେ ଏବେ ଏହା ୪୭ ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ତେବେ ଶାହାଙ୍କ ଏହି ବୟାନକୁ ନେଇ ସଂସଦରେ ବିରୋଧୀ ହଙ୍ଗାମା କରିବା ସହ କକ୍ଷତ୍ୟାଗ କରିଛନ୍ତି । ଏହି ବିଲ୍ ସହ ସମ୍ମାନ ଯୋଡି ହୋଇ ରହିଛି । ଏହି ବିଲର ପ୍ରକୃତ ଉଦ୍ଦେଶ୍ୟ ସେହିମାନେ ବୁଝିପାରିବେ ଯେଉଁମାନେ ପଛରେ ରହି ଯାଇଥିବା ଲୋକଙ୍କୁ ପୁଣିଥରେ ହାତ ଧରି ଆଗକୁ ବଢାଇବାକୁ ଚାହୁଁଛନ୍ତି । କିନ୍ତୁ ଏହି ବିଲ ସେମାନଙ୍କ ପାଇଁ ଅଡୁଆ ସୃଷ୍ଟି କରିବ ଯେଉଁମାନେ ଭୋଟବ୍ୟାଙ୍କ ପାଇଁ ଏହାର ଉପଯୋଗ କରୁଥିଲେ ।