ଦେଶରେ ଦୈନିକ କୋଭିଡ୍ ପଜିଟିଭି ହାର ୪.୪୮% ଥିବା ବେଳେ ସାପ୍ତାହିକ ପଜିଟିଭି ହାର ୫.୩୨% ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ଅର୍ଗସ ବ୍ୟୁରୋ : ପୁଣି ଫେରିବ ଲକଡାଉନ, ସଟଡାଉନ୍ ଆଉ ଆଇସୋଲେଶନକୁ। ମାନେ ସିଧା ସିଧା କହିଲେ କରୋନା ପୁଣି ଫର୍ମକୁ ଲେଉଟୁଛି। ପ୍ରାୟ ୮ ମାସ ପରେ ଆଜି ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ୧୨,୦୦୦ ଟପିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ କହିଛି, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨,୫୯୧ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ରେକର୍ଡ ହୋଇଛି। ଚିହ୍ନଟ ହୋଇଥିବା ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୫୭,୯୯୨ରେ ପହଞ୍ଚିଛି।
ଦେଶରେ ଦୈନିକ କୋଭିଡ୍ ପଜିଟିଭି ହାର ୪.୪୮% ଥିବା ବେଳେ ସାପ୍ତାହିକ ପଜିଟିଭି ହାର ୫.୩୨% ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।
ଅର୍ଗସ ବ୍ୟୁରୋ: ମାହାଙ୍ଗା କୂଆଁପାଳର ଏ ଦୃଶ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ନ୍ୟାୟ ପାଇଁ ଲଡେଇ ପରିବାରର ସଦସ୍ୟ ଦିଲୀପ ସାହୁ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରାଙ୍କୁ ଗୋଡାଇ ଗୋଡାଇ ପିଟିଲେ ପ୍ରତାପ ଜେନାଙ୍କ ଗୁଣ୍ଡା, ତାହା ପୁଣି ପୋଲିସ ଉପସ୍ଥିତିରେ। ଭିଜୁଆଲରେ ଜଳ ଜଳ ହୋଇ ଦିଶୁଛି କିଭଳି ମାଡ ମାରୁଛନ୍ତି ରାମଚନ୍ଦ୍ରଙ୍କୁ। ପ୍ରଶ୍ନ କେତେବେଳେ କାହାକୁ ଅସଦାଚରଣ କଲେ 64 ବର୍ଷର ରାମଚନ୍ଦ୍ର, କେତେବେଳେ ଡକାୟତି କଲେ ଆଉ କେତେବେଳେ କାହାକୁ ହତ୍ୟା ଉଦ୍ୟମ କଲେ, ପ୍ରତାପ ଜେନା ଇସାରାରେ ତାଙ୍କ ନାଁରେ ପୋଲିସ ମିଛ ମାମଲା ରୁଜ୍ଜୁ କରିଥିବା ଅ ଭିଯୋଗ କରିଛନ୍ତି ରାମଚନ୍ଦ୍ର ।
ମାହାଙ୍ଗା ଡବଲ ମର୍ଡର କେସରେ ସନ୍ଦେହ ଘେରରେ ମାହାଙ୍ଗା ପୋଲିସ । ଡବଲ ମର୍ଡର ଅଭିଯୁକ୍ତ କାବୁଆ ସହିତ ପ୍ରତାପ ଜେନା କଥା ହେଉଥିବା ସିଡିଆର ରିପୋର୍ଟ ଥିଲା ପୋଲିସ ପାଖରେ। ହେଲେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲା ପୋଲିସ। ଯାହାକୁ ନେଇ ବର୍ତ୍ତମାନର ସାଲେପୁର ଏସଡିପିଓ ତଥା ସେତେବେଳେର ତଦନ୍ତକାରୀ ଅଧିକାରୀ ବିମଳ ବାରିକ ବିବାଦରେ। କାହା ନିର୍ଦ୍ଦଶରେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲେ ବିମଳ, କାହିଁକି ବିମଳଙ୍କ ବିରୋଧରେ ହେବନାହିଁ ଆକସନ୍ । ସେପଟେ କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଦପା 302 ଲଗାଇଲା ପରେ ବି ଚୁପ୍ ବିଜେଡି। କାହିଁକି ଦଳରୁ ବିଦା ହେଉନାହାନ୍ତି ପ୍ରତାପ ଜେନା ।
ଆହୁରି ପଢନ୍ତୁ ଓଡିଶା ଖବର...
ନବରଙ୍ଗପୁର: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଲେ ମହିଳା ସୁପରଭାଇଜର୍ । କୋଡ଼ିଙ୍ଗା ଅଙ୍ଗନବାଡି ସେକ୍ଟରର ସୁପରଭାଇଜର୍ ରାଜେଶ୍ୱରି ନାଗ , ବନ୍ଦୀଗୁଡ଼ା ଅଙ୍ଗନୱାଡ଼ି କର୍ମୀ ସୁଭାସିତା ପାତ୍ରଙ୍କ ଠାରୁ 5400 ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ ।
ସୂଚନା ଅନୁଯାୟୀ 2022 ମସିହା ଅକ୍ଟୋବର ମାସରୁ 2023 ମସିହା ଜୁଲାଇ ମାସ ସୁଦ୍ଧା ଦିଆଯାଇଥିବା ପୋଷଣ ସାମଗ୍ରୀ ଏବଂ ଖେଳନା ବାବଦରେ ପ୍ରତ୍ୟେକ ଅଙ୍ଗନବାଡ଼ି ପିଛା ଆସିଥିବା ଟଙ୍କାକୁ ମଞ୍ଜୁର କରିବା ପାଇଁ ଲାଞ୍ଚ ମାଗିଥିଲେ ମହିଳା ସୁପରଭାଇଜର୍ ।
ଆଜି ଅପରାହ୍ନ ସମୟରେ ଉକ୍ତ ଟଙ୍କାକୁ ମହିଳା ସୁପରଭାଇଜରଙ୍କୁ ଦେବା ସମୟରେ ମାଡ଼ି ବସିଥିଲା ଭିଜିଲାନ୍ସ । କୋଡ଼ିଙ୍ଗା ସେକ୍ଟର ଅଧୀନରେ ଥିବା 23 ଗୋଟି ସେକ୍ଟରର 22 ଜଣ ଅଙ୍ଗନବାଡି କର୍ମୀଙ୍କ ଠାରୁ 200 ଲେଖାଏଁ ଏବଂ ବନ୍ଦୀଗୁଡ଼ା ଅଙ୍ଗନବାଡିଙ୍କ ଠାରୁ 1000 ଟଙ୍କା , ସମୁଦାୟ 5400 ଟଙ୍କା ମାଗିଥିଲେ ମହିଳା ସୁପରଭାଇଜର୍ । ଅଧିକ ତଦନ୍ତ ନିମନ୍ତେ ପ୍ରଥମେ କୋଡ଼ିଙ୍ଗା ସେକ୍ଟର କାର୍ଯ୍ୟାଳୟ ଏବଂ କୋଷଗୁମୁଡ଼ା ସ୍ଥିତ ICDS ଅଫିସ୍ ରେ ତନାଘନା କରୁଛି ଭିଜିଲାନ୍ସ ଟିମ୍ ।
ଆହୁରି ପଢନ୍ତୁ ଓଡିଶା ଖବର...