ପିଙ୍କ ଭିଲାର ଖବର ଅନୁଯାୟୀ, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ରାମଚରଣଙ୍କ ଝିଅକୁ ଏକ ସୁନାର ଝୁଲଣା ଉପହାର ଦେଇଥିବା ଜଣାପଡ଼ିଛି। ଏହାର ଦାମ କୋଟିଏ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ହେଲେ ଅଫିସିଆଲି ଏହାର କୌଣସି ଘୋଷଣା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଏବେ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରାମଚରଣ ଏବଂ ତାଙ୍କ ପତ୍ନୀ ଉପାସନା। ଜୁନ ୨୦ରେ ରାମ ଚରଣ ଏବଂ ଉପାସନାଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏଥିପାଇଁ ସବୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଫ୍ୟାନ୍ସ, ଫ୍ୟାମିଲି ଏବଂ ଫ୍ରେଣ୍ଡସଙ୍କ ପକ୍ଷରୁ ଶିଶୁ କନ୍ୟାକୁ ଗ୍ରାଣ୍ଡ ଓ୍ବେଲକମ କରାଯାଇଥିଲା। ଜୁନ ୩୦ରେ ରାମଚରଣଙ୍କ ଝିଅ ନାମକରଣ କାର୍ଯ୍ୟକ୍ରମ ବେଶ ଧୁମଧାମରେ ହୋଇଥିଲା। ଏହି ଉତ୍ସବରେ ବହୁ ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେଇଥିଲେ। ଏଥିରେ ଖାସ ଅତିଥି ଭାବେ ଯୋଗ ଦେଇଥିଲେ ଅମ୍ବାନି ପରିବାର। ଅମ୍ବାନି ପରିବାର ଖାଲି ଯୋଗ ଦେଇଥିଲେ ତାହା ନୁହେଁ ରାମଚରଣଙ୍କ ଝିଅକୁ ଏକ ଆଲିସାନ ଗିଫ୍ଟ ମଧ୍ୟ ଦେଇଥିଲେ। ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ।
ପିଙ୍କ ଭିଲାର ଖବର ଅନୁଯାୟୀ, ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ରାମଚରଣଙ୍କ ଝିଅକୁ ଏକ ସୁନାର ଝୁଲଣା ଉପହାର ଦେଇଥିବା ଜଣାପଡ଼ିଛି। ଏହାର ଦାମ କୋଟିଏ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି। ହେଲେ ଅଫିସିଆଲି ଏହାର କୌଣସି ଘୋଷଣା ବର୍ତ୍ତମାନ ସୁଦ୍ଧା କରାଯାଇନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ : ସନାତନକୁ ଅପମାନ, ଗୋମାତାକୁ ଅପମାନ, ହିନ୍ଦୀକୁ ଅପମାନ, ଉତ୍ତର ଭାରତକୁ ଅପମାନ । କୋଟି କୋଟି ଭାରତୀୟ ସନାତନୀଙ୍କ ଧାର୍ମିକ ଭାବନାକୁ ବାରମ୍ବାର ଚୋଟ । ଆଉ ବିବାଦ ହେବା ପରେ ଶବ୍ଦ ପ୍ରତ୍ୟାହାରର ନାଟକ । ଡିଏମକେ ସାଂସଦ ସିନ୍ଥେଲ କୁମାର ପ୍ରଥମେ ହିନ୍ଦୀ ଭାଷୀ ରାଜ୍ୟହଗୁଡ଼ିକୁ ଗୋମୁତ୍ର ରାଜ୍ୟ କହି ଅପମାନ କଲେ । ଯେତେବେଳେ ବିରୋଧ ହେଲା କହିଲେ ମୁଁ କାହାକୁ ଆଘାତ ଦେଇନି କି କିଛି ଭୁଲ କଥା କହିନି । ଆଉ ଯେତେବେଳେ ବିରୋଧ ଜୋର ଧରିଲା କହିଲେ ଶବ୍ବ ପ୍ରତ୍ୟାହାର କରିନେଉଛି ।
ଯେତେବଳେ ଚାହିଁବେ ଅପମାନ କରିବେ ଆଉ ଅଡୁଆରେ ପଡିଲେ ଶବ୍ଦ ପ୍ରତ୍ୟାହାର କଲି କହି ଖସିଯିବେ । ବିଜେପି କହିଛି ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହାର କରାଯାଇଥିବା ଶବ୍ଦ ପାଇଁ କ୍ଷମା ଗ୍ରହଣୀୟ ନୁହେଁ । ଆଉ ଡିଏମକେ ନେତା ହେଉଛନ୍ତି ଅଭ୍ୟାସଗତ ସନାତନ ଅପମାନକାରୀ ।
ତାମିଲନାଡୁରେ ଡିଏମକେର ସହଯୋଗୀ କଂଗ୍ରେସ । ଇଣ୍ଡି ଆଲାଏନ୍ସରେ ବି ସାମିଲ ଡିଏମକେ । ହେଲେ ଗୋମାତା ଓ ସନାତନ ପ୍ରତି ଏପରି ଅପଶବ୍ଦକୁ ନେଇ କଂଗ୍ରେସ ନେତାଙ୍କ ମୁହଁରେ ତାଲା । ନା ରାହୁଲ ଗାନ୍ଧି ନା ସୋନିଆ କେହିଁ ଏ ପ୍ରସଙ୍ଗ ଏଯାଏ ପଦଟିଏ ବି ପ୍ରତିକ୍ରିୟା ଦେଲେ ନାହିଁ । ପୂର୍ବୁର ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ବି ସନାତନ ଧର୍ମକୁ କରିଥିଲେ ଅପମାନ । ସେତେବେଳ ମଧ୍ୟ କଂଗ୍ରେସ ନେତାଙ୍କ ମୁହଁରେ ପଡ଼ିଯାଇଥିଲା ତାଲା ।
ଅଧିକ ପଢନ୍ତୁ ଭାରତ ଖବର
ବିଜେପି କହିଛି ଉଦୟନିଧିଙ୍କ କ୍ଷେତ୍ରରେ ଚୁପ ରହିବା ଯୋଗୁଁ ୩ ରାଜ୍ୟରେ କଂଗ୍ରେସକୁ ଆଉଟ କରିଦେଲେ ଜନାତା । ଏବେ ସେନ୍ଥିଲ କୁମାରଙ୍କ ସନାତନ ବିରୋଧୀ ବୟନକୁ ନେଇ ନୀରବତା ୨୪ ନିର୍ବାଚନରେ କଂଗ୍ରେସକୁ ପଡ଼ିବ ମହଙ୍ଗା । କେବଳ କଂଗ୍ରେସ ନୁହଁ ଇଣ୍ଡି ଆଲାଏନ୍ସର ସବୁ ଦଳ ସେନ୍ଥିଲ କୁମାରଙ୍କ ବୟାନ ନେଇ ଚୁପ୍ । ଯାହାକି ଧରାପକାଇଦେଇଛି ଏହି ମେଣ୍ଟର ସନାତନ ବିରୋଧୀ ଓ ବିଭାଜନକାରୀ ଆଭିମୁଖ୍ୟ । ଗୋମା ଓ ସନାତନକୁ ବାରମ୍ବାର ଅପମାନକୁ ବରଦାସ୍ତ କରିବେତ ଦେଶର କୋଟି କୋଟି ସନାତନୀ ।
ଅର୍ଗସ ବ୍ୟୁରୋ : ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ବାତ୍ୟା ମିଗଜୋମର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି । ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ବାତ୍ୟା । ଉତ୍ତର ପୂର୍ବ ତେଲଙ୍ଗାନା ଉପରେ ରହିଛି ଲଘୁଚାପର କେନ୍ଦ୍ର । ଏହାର ପ୍ରଭାବରେ ଆନ୍ଧ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅଧିକ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଯାଏଁ ପାଗ କୋହଲା ରହିବ । ତେବେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁରର ୪ଟି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳରେ ମଧ୍ୟ ବର୍ଷା ହେବ ।
ଅଧକ ପଢନ୍ତୁ : ଦୁର୍ବଳ ହେଉଛି 'ମିଗଜୋମ୍'
ଲଗାଣ ବର୍ଷା ପରେ କୋଟିଆ ପଂଚାୟତରେ ଛୋଟ ଭୂସ୍ଖଳନ ହୋଇଛି । ମାଡକାର ଗାଁକୁ ଯିବା ରାସ୍ତାରେ ପାହାଡ଼ରୁ ପଥର ଖସିଛି । ପଥର ମୁଖ୍ୟ ରାସ୍ତାରେ ପଡ଼ିଥିଲେ ବି ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ମେଡଙ୍ଗଗନ୍ଦି ଅଞ୍ଚଳରେ ତିନିଟି ଘରର ଛପର ଉଡିବା ସହିତ ଘର ଭାଙ୍ଗିଯାଇଛି । ଏପଟେ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ସହର । ବ୍ରହ୍ମପୁର ମହାମାୟୀ କଲେଜ ଭିତରେ ପଶିଛି ଡ୍ରେନପାଣି । ସହରର ଅଞ୍ଚଳରେ ବର୍ଷା ପାଣିରେ ହାଲ୍ ବେହାଲ୍ ହୋଇଛି ।
ବାତ୍ୟା ଓ ବର୍ଷାରେ ଜୀବନ ନିରାପଦ ରହିଛି କିନ୍ତୁ ବିପନ୍ନ ହୋଇଛି ଜୀବିକା । ହତାଶ ହୋଇଛନ୍ତି ଚାଷୀ କୂଳ । ତିନି ଦିନ ବର୍ଷା ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କର ଅନେକ କ୍ଷୟକ୍ଷତି କରିଛି । ଧାନଠାରୁ ଆରମ୍ଭ କରି କପା, ହରଡ଼ ଓ ମାଣ୍ଡିଆ ଏବଂ ପନିପରିବା ଚାଷ ନଷ୍ଟ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ବର୍ଷାରେ ଶୋଇ ପଡ଼ିଛି ପାଚିଲା ଧାନ ଗଛ । ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଥିବା ଧାନ ଭିଜିଛି । ଗଜପତି ମୋହନାରେ ବହୁ ପରିମାଣର ମକା ଓ ଧାନ ଚାଷୀଙ୍କର ଫସଲ କ୍ଷତିଗ୍ରସ୍ତ ହୋଇଛି । ଜମିରେ ଧାନ ଗଛ ସବୁ ଶୋଇଯାଇଥିବା ବେଳେ କେଣ୍ଡାରୁ ଧାନ ଝଡି ଯାଇଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର, ପାତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡିରେ ବର୍ଷା ଜାରି ରହିଛି । ଏ ସବୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ସେହିପରି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ବିଜେପୁରରେ ବର୍ଷାରେ ବିପନ୍ନ ହୋଇଛି ଫସଲ । ମଣ୍ଡିରେ ପଡ଼ିଥିବା ଧାନ ମଧ୍ୟ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଚାଷୀ ।
ଅମଳ ଋତୁରେ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଧାନ ରାଜ୍ୟର ପ୍ରମୁଖ ଫସଲ । କିନ୍ତୁ ଆଖି ଆଗରେ ଏହାକୁ ବରବାଦ ହେଉଥିବା ଦେଖି ଚାଷୀର ଛାତି ଫାଟି ଯାଉଛି । ଏବେ କୃଷି ବୀମାକୁ ନେଇ ସବୁକିଛି ସ୍ବଚ୍ଛତା ରହିଥିବାବେଳେ ରାଜ୍ୟ ସରକାର ସଠିକ୍ ଆକଳନ କରୁନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଲା କ୍ଷୟକ୍ଷତିର ସଠିକ୍ ଆକଳନ କରାଯିବ ତ ? କ୍ଷୟକ୍ଷତିର ଶିକାର ପ୍ରକୃତ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?
ଅର୍ଗସ ବ୍ୟୁରୋ : ନିଷ୍ଠୁର ପାଲଟିଲେ ବିଜେଡି ନେତା । ଗରିବ ନିରୀହ ଲୋକଙ୍କ ୮ଗୋଟି ଛେଳିକୁ ବିଷ ଦେଇ ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାମାକ୍ଷାନଗର ଅଞ୍ଚଳରେ । କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁରେ ଘଟିଛି ଏଭଳି ଘଟଣା ।
ଗାଁର ମିନି ଦେହୁରୀଙ୍କ ୭ଗୋଟି ଛେଳି ଏବଂ କଣ୍ଢେଇ ନାଏକଙ୍କ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେଡି ନେତା ତଥା କାମାକ୍ଷାନଗରର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ବସନ୍ତ ବିଶ୍ୱାଳ, ଅନ୍ୟ ଦୁଇ ସହଯୋଗୀ ନୃସିଂହ ସାହୁ, ସୁଶା ଦାଶଙ୍କ ନାମରେ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସବୁଦିନ ଭଳି ଛେଳି ଗୁଡିକ ଗାଁ ପାଖ ରାମିଆଳ ନଦୀ ପଠାକୁ ଚରିବାକୁ ଯାଇଥିବା ବେଳେ ଛେଳି ମାନଙ୍କର ମୃତ୍ୟୁ ହୋଇଛି । ତେବେ ଘାସରେ ବିଷ ମିଶେଇ ଦେଇ ମାରିଥିବା ମିନି ଦେହୁରୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗର କରିଛନ୍ତି । ଯାହାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି ।