ଗୁରୁଗ୍ରାମର ଏହି ଅଟୋ ଡ୍ରାଇଭରଙ୍କ କଥା ଲିଙ୍କଡେନରେ ଶେୟାର କରିଛନ୍ତି ପ୍ରଡକ୍ଟ ମ୍ୟାନେଜର ଅର୍ଣ୍ଣବ୍ ଦେଶମୁଖ୍ । ସେ ଲେଖିଛନ୍ତି ତାଙ୍କର ଜଣେ ବାନ୍ଧବୀ ମଧ୍ୟାହ୍ନ ୧ଟା ସମୟରେ ଅଟୋରେ କିଛି ଜରୁରୀ ଜିନିଷ ସହ ନିଜ ଘରକୁ ଯାଉଥିଲେ । ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପରେ ୟୁପାଇ ଦ୍ବାରା ଡ୍ରାଇଭରକୁ ପେମେଣ୍ଟ କରିବା ପରେ ଭୁଲବଶତଃ ନିଜର ବ୍ୟାଗ ସେଠାରେ ଛାଡି ଦେଇଥିଲେ । ଯେଉଁଥିରେ ନିଜର ଆଧାର କାର୍ଡ, ପ୍ୟାନ କାର୍ଡ ଆଦି ସହ ଗୋଟେ ସୁନା ଚେନ୍ ଏବଂ ହୀରା ପେଣ୍ଡେଣ୍ଟ ମଧ୍ୟ ଥିଲା । ଯାହା ସେ ନିଜର ମାଆ ଏବଂ ଜେଜେମାଆଙ୍କୁ ଗିଫ୍ଟ କରିବାକୁ ଆଣିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ହେଲେ ଯେତେବେଳେ ସେ ଜାଣିପାରିଲେ ନିଜ ବ୍ୟାଗ ସେ ଅଟୋରେ ଛାଡିଛନ୍ତି, ସେ ସଙ୍ଗେସଙ୍ଗେ ପୋଲିସକୁ ଜଣାଇଥିଲେ । ପୋଲିସ ଅଟୋକୁ ଅପରାହ୍ନ ୪ରେ ଟ୍ରାକ କରିପାରିଥିଲା । ହେଲେ ଏହାର ଗୋଟେ ଘଣ୍ଟା ପରେ ପ୍ରପୋର୍ଟି ମ୍ୟାନେଜର ପାଖରୁ ସେମାନଙ୍କ ପାଖକୁ ଏକ କଲ ଆସିଥିଲା । ସେ କହିଥିଲେ କି ସେହି ଡ୍ରାଇଭର ଜଣକ ତାଙ୍କୁ ତାଙ୍କର ବ୍ୟାଗ ଫେରାଇଛନ୍ତି । ଏମାନେ ସେଠାରେ ପହଞ୍ଚିବା ପରେ ଦେଖିଥିଲେ, ଯେ ସେହି ପର୍ସରେ ସବୁ ଜିନିଷ ପୂର୍ବ ପରି ସେହି ସ୍ଥାନରେ ଅଛି । ସମସ୍ତ ଜିନିଷ ସୁରକ୍ଷିତ ଅଛି । ଏହାପରେ ସେ ସେହି ଡ୍ରାଇଭରକୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯାହାକୁ ଅନେକ ଲୋକ ଖୁବ ପ୍ରଶଂସା କରିଛନ୍ତି, ଏବଂ କହିଛନ୍ତି , ଏବେ ବି ବଞ୍ଚିଛି ମାନବିକତା ।