ବିଧାନସଭାର ବାଚସ୍ପତି ସତୀଶ ମହାନା କହିଛନ୍ତି ଯେ ସେହି ଦିନ ସମସ୍ତ ବିଧାୟକଙ୍କୁ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି, ହେଲେ ମହିଳା ବିଧାୟକ ମାନଙ୍କୁ କେବଳ କହିବାକୁ ଅନୁମତି ଦିଆଯିବ । ସେ କହିଛନ୍ତି ଯେ ପ୍ରତ୍ୟେକ ମହିଳା ସଦସ୍ୟଙ୍କୁ ସର୍ବ ନିମ୍ନ ତିନି ମିନିଟରୁ ସର୍ବାଧିକ 8 ମିନିଟ ଯାଏ କହିବାକୁ ଦିଆଯିବ ।ସେ କହିଛନ୍ତି ଯେ ସ୍ୱାଧୀନତା ପର ଠାରୁ ଉତ୍ତର ପ୍ରଦେଶରେ ଏଭଳି ପ୍ରଥମ ଥର ପାଇଁ କରାଯାଉଛି ।ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ବିଧାନସଭା ଅଧିବେଶନ ପୂର୍ବରୁ ବିଜେପି ଓ ସହଯୋଗୀ ଦଳ ମାନଙ୍କର ବିଧାୟକ ମାନଙ୍କ ମିଳିତ ବୈଠକରେ ଉଦବୋଧନ ଦେଇଛନ୍ତି ।
ଏହି ବୈଠକରେ ମଧ୍ୟ ସେ ମହିଳା ବିଧାୟକ ମାନଙ୍କ ପାଇଁ ଗୋଟିଏ ଦିନ ସଂରକ୍ଷିତ କରାଯାଇଥିବା କଥା ଉଲ୍ଲେଖ କରିଛନ୍ତି । ଉତ୍ତର ପ୍ରଦେଶକର ବିଧାନସଭାରେ 47 ଜଣ ମହିଳା ସଦସ୍ୟ ଥିବା ବେଳେ ବିଧାନ ପରିଷଦରେ 6 ଜଣ ମହିଳା ସଦସ୍ୟ ରହିଛନ୍ତି । ସମସ୍ତଙ୍କୁ ସେଦିନ କହିବାକୁ ମିଳିବ ବୋଲି ସେ କହିଛନ୍ତି ।ସେ ମହିଳା ସଦସ୍ୟ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ରାଜ୍ୟ ସରକାର ଦ୍ବାରା ପ୍ରଦେଶରେ ମହିଳାଙ୍କ ସୁରକ୍ଷା, ସମ୍ମାନ, ସ୍ବାବଲମ୍ବନକୁ ଦୃଷ୍ଟି ରଖି ଚଳା ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ନିଶ୍ଚିତ ଭାବେ କୁହନ୍ତୁ ।
କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂସଦୀୟ ମାମଲାର ମନ୍ତ୍ରୀ ସୁରେଶ ଖାନ୍ନାଙ୍କୁ ଅନୁରୋଧ କରିଛନ୍ତି ଯେ ସେହି ଦିନକୁ ଆହୁରି ସ୍ମରଣୀୟ କରିବାକୁ ମହିଳା ସଦସ୍ୟ ମାନଙ୍କୁ ଉଭୟ ସଦନର ପୀଠାସୀନ ଅଧିକାରୀ ଭାବେ ଦାୟିତ୍ବ ଦିଅନ୍ତୁ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜେପି ବିଧାୟକ ମାନଙ୍କୁ କହିଛନ୍ତି ଯେ ଅଧିକରୁ ଅଧିକ ସମୟ ଯାଏ ସେମାନେ ବିଧାନସଭାରେ ଉପସ୍ଥିତ ରୁହନ୍ତୁ ଓ ତନ୍ମୟତାର ସହ ଏହି କାର୍ଯ୍ୟକଳାପରେ ଭାଗ ନିଅନ୍ତୁ ।ନିଜର ଆଚରଣ ଓ ସମୟ ଉପରେ ଧ୍ୟାନ ଦିଅନ୍ତୁ । ଯଦି କୌଣସି କାରଣରୁ ବିଧାନସଭା କାର୍ଯ୍ୟରେ ଯୋଗ ଦେଇ ପାରୁ ନାହାନ୍ତା ତେବେ ସଚେତକଙ୍କୁ ତାର ପ୍ରାକ୍ ସୂଚନା ଦିଅନ୍ତୁ ।
ଭାରତ ଖବର ଆହୁରି ପଢ଼ନ୍ତୁ ।