ଅଧିକ ପଢନ୍ତୁ ଦେଶ ବିଦେଶ ଖବର
ଅର୍ଗସ ବ୍ୟୁରୋ: ମ୍ୟାଡାମ କ୍ୟୁରୀ ହେଉଛନ୍ତି ପ୍ରଥମ ମହିଳା ଯିଏ ଦୁଇ ଦୁଇ ଥର ନୋବେଲ ପୁରସ୍କାର ପାଇଛନ୍ତି। ରେଡିୟମ ଆବିଷ୍କାର ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା। ରେଡିୟମ ଏକ ଅତ୍ୟନ୍ତ ମୂଲ୍ୟବାନ ଓ ଧାତବ ପଦାର୍ଥ। ଯାହା କୋଟି କୋଟି କ୍ୟାନସର ରୋଗୀଙ୍କୁ ଭଲ କରୁଛି। ମ୍ୟାଡାମ କ୍ୟୁରୀ ଖୁବ୍ ସୁନ୍ଦର ପାଠ ପଢୁଥିଲେ। ତାଙ୍କର ସ୍ମରଣ ଶକ୍ତି ଥିଲା ଅସାଧାରଣ। ସେ ପାଠ ପଢିବା ସମୟରେ ତାଙ୍କ ଚାରି ପାଖେ କଣ ହେଉଛି ସେ ନିଜେ ଜାଣିପାରନ୍ତି ନାହିଁ।୧୮୬୭ ମସିହା ନଭେମ୍ବର ୭ ତାରିଖରେ ମ୍ୟାଡାମ କ୍ୟୁରୀ ଜନ୍ମ ଗ୍ରହଣ କରିଥିଲେ। ପିଲା ବେଳେ ତାଙ୍କ ନାଁ ମେରୀ ଥିଲା। ବାପା ମାଆ ଶ୍ରଦ୍ଧାରେ ମାନିଆ ଡାକନ୍ତି। ତାଙ୍କର ଆଉ ଚାରି ଜଣ ଭାଇ ଭଉଣୀ ଥିଲେ। ସେମାନେ ସମସ୍ତେ ପୋଲାଣ୍ତ ଦେଶର ଅଧିବାସୀ।
ମାନିଆଙ୍କର ବିବାହ ହେଲା ପ୍ୟାରିସ୍ ର ଜଣେ ଯୁବ ବୈଜ୍ଞାନିକ ଅଧ୍ୟାପକ ପେରି କ୍ୟୁରୀଙ୍କ ସହିତ। ସ୍ବାମୀ ସ୍ତ୍ରୀ ଦୁହେଁ ଗବେଷଣା କାର୍ଯ୍ୟରେ ଲାଗିପଡ଼ନ୍ତି। ଦିନେ ସାରା ପୃଥିବୀରେ ଚହଳ ପକାଇ ସେ ଦୁହେଁ ଆବିଷ୍କାର କଲେ ରେଡିୟମ୍। ରେଡିୟମ୍ କୁ ସେ ନିଜର ବ୍ୟକ୍ତିଗତ ସମ୍ପତ୍ତି ନ କରି ସମଗ୍ର ମାନବ ଜାତି ଉଦେଶ୍ୟରେ ଦେଲେ।
ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଯେଉଁ ରେଡିୟମ ପାଇଁ ସେ ସାରା ବିଶ୍ବରେ ପରିଚୟ ପାଇଲେ ସେଇ ରେଡିୟମ ହିଁ ହେଲା ତାଙ୍କ ମୃତ୍ୟୁର କାରଣ। ରେଡିୟମ ମାରାତ୍ମକ ବିଷ ତାଙ୍କ ଦେହ ସାରା ଚରି ଯାଇଥିଲା। ତାଙ୍କ ରକ୍ତ ବିଷାକ୍ତ ହୋଇଯାଇଥିଲା। ସେ ଅସୁସ୍ଥ ଓ ଦୃର୍ବଳ ହୋଲି ମୃତ୍ୟୁବରଣ କଲେ। ତାଙ୍କ ମହାନ କାର୍ଯ୍ୟ ପାଇଁ ସେ ଆଜି ସମସ୍ତଙ୍କ ପାଖରେ ଅମର ହୋଇ ଅଛନ୍ତି।
ଅଧିକ ପଢନ୍ତୁ ଦେଶ ବିଦେଶ ଖବର
କଟକ: କଟକ ଜିଲ୍ଲା ବୈଦେଶ୍ଵର ଥାନା ଅନ୍ତର୍ଗତ ନାଟେରୀ ଛକ ନିକଟରୁ କାନାରା ବ୍ୟାଙ୍କର ବଡମ୍ବା ଶାଖା ପରିଚାଳକ ତପନ କୁମାର ସାହୁ ନିଖୋଜ ହୋଇଯାଇଛନ୍ତି । ଗତକାଲି ସେ ଏକ ବାଇକ ଯୋଗେ ଶଶୁର ଘର ବ୍ରହ୍ମପୁରରୁ ବଡମ୍ବାରେ ଥିବା ନିଜ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ଫେରୁଥିଲେ ।
ବାଟରେ ଥିବା କଳାପଥର କାର୍ଯ୍ୟାଳୟରେ କିଛି ବ୍ୟାଙ୍କ କାମସାରି ଫେରୁଥିବା ସମୟରେ ଅଧା ରାସ୍ତାରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ସେପଟେ ତାଙ୍କ ଫୋନ ସୁଇଚ ଅଫ ରହିଥିବାବେଳେ ଏନେଇ କଳାପଥର ଶାଖା ପରିଚାଳକଙ୍କ ପକ୍ଷରୁ ବୈଦେଶ୍ଵର ଥାନାରେ ଏକ ଲିଖିତ ଏତଲା ଦିଆଯାଇଛି । ଏତଲା ଆଧାରରେ ଏକ ମିସିଙ୍ଗ ରିପୋର୍ଟ ରୁଜୁ କରି ବୈଦେଶ୍ଵର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡ଼ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ 14 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 244କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ବରଗଡ଼ ସମେତ ସୁନ୍ଦରଗଡ଼ ଓ ଅନ୍ୟ ଜିଲ୍ଲାମାନଙ୍କରେ ବ୍ୟାପିବାରେ ଲାଗିଛି ସ୍କ୍ରବ ଟାଇଫସ୍ ।ଯାହାକୁ ନେଇ ଚିନ୍ତା ବଢ଼ୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗଡ଼ାସନ୍ତ୍ରୀ ପଞ୍ଚାୟତ ବାଇଝାଲିଆ ସାହିରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ପ୍ରଫୁଲ୍ଲ ଭୋଇ ।
ଆଜି ସକାଳେ ଟାଟା ପ୍ଲାଣ୍ଟକୁ କାମ କରିବାକୁ ଯାଇଥିଲାବେଳେ, ନାଳଚନ୍ଦ୍ରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ହାବୁଡରେ ପଡ଼ିଥିଲେ ପ୍ରଫୁଲ୍ଲ । ହାତୀଟି ପ୍ରଫୁଲଙ୍କୁ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ହାତୀଟି ସ୍ଥାନୀୟ ଜଙ୍ଗଲରୁ ଆସି ଗାଁରେ ବୁଲୁଛି । କେତେବେଳେ ଗେଟ୍ ଭାଙ୍ଗି ଘରେ ପଶୁଛି ତ ଆଉ କେତେବେଳେ ଘର ଭାଙ୍ଗୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...