ଡଙ୍କାରି ପାହାଡ଼ରେ ବେଆଇନ ରାସ୍ତା ନିର୍ମାଣ ସହ ଲିଜ ଏରିଆ ଠାରୁ ଅଧିକ ଖନନ ଓ ପରିବେଶ ସୁରକ୍ଷା ଆଇନକୁ ଅବମାନନା କରାଯାଇଥିବା ଦର୍ଶାଯାଇଛି। ଲିଜଧାରୀ ନାରାୟଣ ରାଉତ ୭୯ ହଜାର ୯୯୯ କ୍ୟୁବିକ୍ ମିଟର ଅଂଚଳରୁ ବେଆଇନ୍ ଭାବେ ଖନନ କରିଛନ୍ତି । ଏଥିପାଇଁ ଯାଜପୁର ମଣ୍ଡଳ ଖଣି ବିଭାଗର ଉପନିର୍ଦ୍ଦେଶକଙ୍କ ନାରାୟଣ ରାଉତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। କାହିଁକି 3 କୋଟି ୮୧ ଲକ୍ଷ ୩୯ ହଜାର ଟଙ୍କା ଫାଇନ ଆଦାୟ କରାଯିବ ନାହିଁ ତାର ଉତ୍ତର ରଖିବାକୁ କୁହାଯାଇଛି । ବିଜେଡି ସରକାରରେ ଧର୍ମଶାଳାର ଡଙ୍କାରି, ଲୁଣିବର, ରାହଡପୁର, ବାଜବାଟି, ବିଛାଖଣ୍ଡି ଥିଲା ବେଆଇନ ପଥର କାରବାରର ପେଣ୍ଠସ୍ଥଳୀ ।
ପଥର ମାଫିଆ ବେଆଇନ ଭାବେ ଲିଜ୍ ବାହାରୁ ଖନନ କରି କୋଟି କୋଟି ଟଙ୍କାର ମୁନାଫା କରିଛନ୍ତି । ଚାନ୍ଦା ନେଇ ପ୍ରଣବ ବଳବନ୍ତରାୟ ଓ ବିଜେଡି ହେବିୱେଟ୍ ଦେଉଥିଲେ ମାଫିଆଙ୍କ ସୁରକ୍ଷା। ଧର୍ମଶାଳାର ପଥର ମାଫିଆଙ୍କ ଉପରେ 3 ଶହ କୋଟିରୁ ଅଧିକ ଫାଇନ୍ ବି ଲାଗିଛି । ଯାଜପୁର ଖଣି ଉପରେ ଥିଲା 3 ପରିବାରର ରାଜ୍। ଅଶୋକ ଦାସ ଓ ତାଙ୍କ ପୁଅ ବବି ଦାସ, କଳ୍ପତରୁ ଦାସ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟ, ପ୍ରଫୁଲ୍ଲ ଘଡାଇ ଓ ତାଙ୍କ ପୁଅ ପ୍ରିତିରଂଜନ ଘଡେଇ। ଅଭିଯୋଗ ଅନୁସାରେ ଖଣି ଲୁଟ ପଛରେ ଥିଲେ ଏଇ 3 ପରିବାର। ଗତ ନିର୍ବାଚନରେ ଏମାନଙ୍କୁ ଜବାବ ଦେଇଛନ୍ତି ଯାଜପୁର ଭୋଟର। ଆଉ ଏବେ ଆକସନ ମୋଡରେ ମୋହନ ସରକାର।
ଅଧିକ ପଢନ୍ତୁ ଓଡିଶା ଖବର