କ୍ୟାଡେଟମାନେ ପୋଖରୀ ଚାରିପଟେ ପଡ଼ିଥିବା ପ୍ଲାଷ୍ଟିକ, ପଲିଥିନ ଆଦି ବର୍ଜ୍ୟ ଗୁଡ଼ିକୁ ସଫାକରିବା ସହ ପୋଖରୀ ଚାରିପଟକୁ ଝାଡୁ ସାହାଯ୍ୟରେ ସଫେଇ କରିଥିଲେ । ଏହି ଉପଲକ୍ଷେ ପିଲାମାନେ ବଜାରରେ ଥିବା ବିଭିନ୍ନ ଦୋକାନୀମାନଙ୍କୁ ପରିବେଶ ପ୍ରଦୂଷଣ ଉପରେ କିପରି ରୋକ ଲଗାଯାଇ ପାରିବ ସେନେଇ ସଚେତନ କରିବା ସହ ପଲିଥିନର କମ ବ୍ୟବହାର କରିବା ପାଇଁ ବାର୍ତ୍ତା ଦେଇଛନ୍ତି ।
ପ୍ଲାଷ୍ଟିକ ଆବର୍ଜନାର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପରିବେଶ ଦିବସର ଧିମ ରହିଛି ବିଟ୍-ପ୍ଲାଷ୍ଟିକ-ପଲ୍ୟୁସନ । ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଭବିଷ୍ୟତ ପାଇଁ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି । ପରିବେଶପ୍ରତି ବିଶ୍ବବାସୀଙ୍କୁ ସଚେତନ କରିବା ପାଇଁ 1973 ମସିହାରୁ ପ୍ରତିବର୍ଷ ମେ 5 ତାରିଖରେ ପାଳନ ହେଉଛି ବିଶ୍ବ ପରିବେଶ ଦିବସ ।
ବୃକ୍ଷରୋପଣର ଆବଶ୍ୟକତା ପ୍ରତି ଲୋକଙ୍କୁ ସତେତନତାର ବାର୍ତ୍ତା ଦେଉଛି ଜାତିସଂଘ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2019ରେ ତାମିଲନାଡୁ ଗସ୍ତ ସମୟରେ ମାମଲ୍ଲାପୁରମ ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ଉଠାଇ ସାରା ବିଶ୍ବକୁ ସତେଚନାର ବାର୍ତ୍ତା ଦେଇଥିଲେ ।
ସଚେତନତା ସୃଷ୍ଟି କରିବା ପାଇଁ ପାଳନ ହେଉଛି ଓ୍ବାର୍ଲ୍ଡ ଏନଭାରମେଣ୍ଟ ଡେ