ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୨୫୩ ମିଲିମିଟର ବର୍ଷା ରେକର୍ଡ । ଗଞ୍ଜାମ, ନୟାଗଡ଼, କନ୍ଧମାଳ, ଖୋର୍ଦ୍ଧା, ପୁରୀକୁ ବୌଦ୍ଧ, ବଲାଙ୍ଗୀର, କୋରାପୁଟକୁ ଆଜି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨ଦିନ ପାଇଁ ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳ କରିଛି ପାଣିପାଗ ବିଭାଗ । କାଲି କମିପାରେ ବର୍ଷାର ପରିମାଣ । ୧୧ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସ ବୁ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ଲଗାଣ ବର୍ଷାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ. ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ। ଏହି ସମୀକ୍ଷା ବୈଠକରେ ଅନ୍ୟ ବରିଷ୍ଠ କର୍ମଚାରୀ ମଧ୍ୟ ସାମିଲ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ପୁରୀ: ଆସନ୍ତା କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ। ଏନେଇ ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରୁ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା ହୋଇଥିବା ବେଳେ ଆଜି ଛତିଶାନିଯୋଗ ବୈଠକ ଏହା ଉପରେ ମୋହର ମାରିଛି। ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ କାର୍ତ୍ତିକ ମାସ ପରେ ପୁରୁଷ ଭକ୍ତ,ଦିବ୍ୟାଙ୍ଗ ଭକ୍ତ, ମହିଳା ଭକ୍ତ, ଶିଶୁ ଓ ବୟସାଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଲାଇନ୍ ବା ଧାଡି ବ୍ୟବସ୍ଥା ହେବ। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସମୁଦାୟ 6 ଟି ଲାଇନ୍ ରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ୍ ଦେଇ ଭକ୍ତମାନେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ।
ତେଵେ ସ୍ୱତନ୍ତ୍ର କାଠ ବ୍ୟାରିକେଡ୍ ରେ ଭକ୍ତମାନେ ଦର୍ଶନ କରିବା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବ୍ୟାଘାତ ହେବନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। କାଠ ବ୍ୟାରିକେଡ୍ କୁ ଉଚ୍ଚତା ସମ୍ପର୍ଣ୍ନ କରିବା ସହ ଗରୁଡସ୍ତମ୍ଭ ପାଖରୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। 6 ଟି ଲାଇନ୍ କୁ ତିନିଭାଗରେ ବିଭକ୍ତ କରାଯାଇ ଏହି ଦର୍ଶନ ବ୍ୟବସ୍ଥା ଆଗାମୀ ଦିନରେ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବ ଓ ଆଗାମୀ ଦିନରେ ଏହାକୁ ନେଇ ତ୍ରୁଟି ଦେଖାଗଲେ ଏହାର ନିରାକରଣ ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ନୂଆ ସରକାରଙ୍କ ନୂଆ ନିଷ୍ପତ୍ତି । ବଦଳିବ ସରକାରୀ କୋଠାର ରଙ୍ଗ । ରାଜ୍ୟର ସମସ୍ତ ସରକାରୀ କୋଠାର ବାହାର କାନ୍ଥ ର ରଙ୍ଗ ନାରଙ୍ଗୀ ଓ ଧାରର ରଙ୍ଗ ନାଲି କରାଯିବ । ଏନେଇ ରାସ୍ତା ଓ ଡିପିକ୍ୟୁର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଓବିସିସି ନିର୍ଦ୍ଦେଶକ ଙ୍କୁ ଚିଠି ଲେଖିଛନ୍ତି ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଚିଠି ରେ କୁହାଯାଇଛି ପୂରୂଣା କୋଠାର ରକ୍ଷଣା ବେକ୍ଷଣ ଓ ମରମତି ବେଳେ ନୂଆ ରଙ୍ଗ ଲଗାଯିବ । ତେବେ ଏନେଇ ବିରୋଧୀଙ୍କ ମଧ୍ୟରେ ଜୋରଦାର ବିରୋଧ କରୁଥିବା ଦେଖିବାକୁ ମିଳିଛି । ସରକାରଙ୍କୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ବିଜେଡି କଂଗ୍ରେସ । ଯାହାର କଡା ଜବାବ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ । ପୂର୍ବ ସରକାର କାହିଁକି ସବୁଜ ରଙ୍ଗ କରିଥିଲେ ଉତ୍ତର ରଖନ୍ତୁ ବୋଲି ସିଧା ନିଶାନା କରିଛନ୍ତି ପୃଥୀରାଜ୍ ହରିଚନ୍ଦନ ।
ଅଧିକ ପଢନ୍ତୁ : ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ୯ମ, ଦଶମ ଛାତ୍ରଛାତ୍ରୀ
ଦୁଇ ବର୍ଷ ତଳେ ସମସ୍ତ କୋଠାର ରଙ୍ଗ ସବୁଜ କରିବାକୁ ନିଷ୍ପତି ନେଇଥିଲେ ବିଜେଡି ସରକାର । ଏହାପରେ ଅଧିକାଂଶ କୋଠା ର ରଙ୍ଗ ସବୁଜ କରାଯାଇଥିଲା । ୫ ଟି ସ୍କୁଲ ରୂପାନ୍ତରିକରଣ ବେଳେ ସ୍କୁଲ ଗୁଡିକର ରଙ୍ଗ ମଧ୍ୟ ସବୁଜ କରାଯାଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ଡ୍ରେସ ସହ ମୋ ବସ ଓ ଲକ୍ଷ୍ମୀବସ ର ରଙ୍ଗ ମଧ୍ୟ ସବୁଜ କରାଯାଇଥିଲା । ଏବେ ସରକାର ବଦଳିବା ପରେ ଲକ୍ଷ୍ମୀ ବସ ଓ ହାଇ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ ର ରଙ୍ଗ ପରିବର୍ତ୍ତନ କରିବା ପରେ ଏବେ କୋଠାର ରଙ୍ଗ ପରିବର୍ତ୍ତନ ପାଇଁ ନିଷ୍ପତି ହୋଇଛି ।