ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭବାନୀପାଟଣା ବିନାୟକ କଲେଜରେ ଅଘଟଣ । ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚାରି ମହଲା ଉପରୁ ସହପାଠୀ ଠେଲି ଦେଇଥିବା ଅଭିଯୋଗ । ଗୁରୁତର ଛାତ୍ରଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିନାୟକ କଲେଜ ଯୁକ୍ତ ଦୁଇ କଳା ଛାତ୍ର ଅଙ୍କେଶ ବାଗଙ୍କୁ ସହପାଠୀ ଆକ୍ରମଣ କରୁଥିବା ଭିଡିଓ ଡିଲିଟ୍ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏନେଇ ଅଙ୍କେଶଙ୍କ ପରିବାର ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: