ତା’ପରେ ଔଷଧୀୟ ବୃକ୍ଷ ଉଦ୍ୟାନ ଯାଇ ବୁଲି ଦେଖିଥିଲେ। ପରିଶେଷରେ ସ୍ଵାସ୍ଥ କେନ୍ଦ୍ରର ସମସ୍ତ କାଗଜ ପତ୍ର ଯାଞ୍ଚ କରି ଫେରି ଯାଇଛନ୍ତି। କମର୍ଦା ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରକୁ କାୟା କଳ୍ପର ସ୍ଥାନୀତ ହେବ କି ନାହିଁ ତାହା କମିଟି ରିପୋର୍ଟ ଦେଲା ପରେ ହିଁ ଜଣାପଡିବ। ଏହି ପରିଦର୍ଶନ ସମୟରେ କାୟା କଳ୍ପ ଟିମ ର ଏକ୍ସଟନାଲ ଆସେସର ସରୋଜ କୁମାର ସେନାପତି, ଜ୍ୟୋତିପ୍ରକାଶ, ଏନ୍ଏଚ୍,ମ ଆଡ୍ ଡାଇରେକ୍ଟର ଡ. ନିରୋଧ କୁମାର ସାହୁ ସହିତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ଡିଏପଏମ୍ ଅନିଲ କୁମାର ମହାନ୍ତି ଉପସ୍ଥିତ ଥିଲେ।
କମର୍ଦ୍ଦା ଗୋଷ୍ଟୀ ସ୍ଵାସ୍ଥକେନ୍ଦ୍ରରେ କାୟାକଳ୍ପ ଟିମର ପରିଦର୍ଶନ

ଅର୍ଗସ ବ୍ୟୁରୋ: କମର୍ଦ୍ଦା ଗୋଷ୍ଟୀ ସ୍ଵାସ୍ଥ କେନ୍ଦ୍ରରେ କାୟାକଳ୍ପ ଟିମ ପରିଦର୍ଶନ କରି ଆଜି ଫେରିଯାଇଛନ୍ତି। ଟିମ ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରରେ ପହଞ୍ଚି ପ୍ରଥମେ ପରିମଳ ଓ ସ୍ଵଚ୍ଛତା ଉପରେ ହୋଇଥିବା କାର୍ଯ୍ୟ ତଦାରଖ କରିଥିଲେ ପରେ ସ୍ଵାସ୍ଥ କେନ୍ଦ୍ର ପରିସରରେ ଚାରିପଟେ ବୁଲି ସୌନ୍ଦର୍ଯ୍ୟକରଣକୁ ବୁଲି ଦେଖିବା ପରେ ବିଭିନ୍ନ ବିଭାଗକୁ ଯାଇ ଯାଞ୍ଚ ସହିତ ସ୍ଵାସ୍ଥ ଅଧିକାରୀ ଓ କର୍ମୀକୁ ପଚାର ଉଚରା କରିଥିଲେ। ପ୍ରସୂତି ବିଭାଗରେ ଥିବା ରୋଗୀ ମାନଙ୍କୁ ସ୍ଵାସ୍ଥ କେନ୍ଦ୍ରର କିପରି ସ୍ଵାସ୍ଥ ସେଵା ଯୋଗାଇ ଦିଆଯାଉଛି କି ନାହିଁ ପଚାରି ବୁଝିଥିଲେ ।
Download Argus News App
