ଏହା ପରେ କମଳା ରଙ୍ଗର ଟି ସାର୍ଟ ପିନ୍ଧିଥିବା ବ୍ୟକ୍ତି ଜଣକ ନିଜ ପକେଟରୁ ଟଙ୍କା ବିଡ଼ା କାଢି ଉକ୍ତ ଯୁବକଙ୍କୁ ଦେଉଛନ୍ତି। ଆଉ ପରେ ଯୁବକ ଜଣକ ଟଙ୍କା ବିଡା ବାଇକରେ ବସିଥିବା ବ୍ୟକ୍ତିଙ୍କୁ ଦେଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠେଇଛନ୍ତି କିଛି ସାମାଜିକ କର୍ମୀ ଓ ସ୍ଥାନୀୟ କର୍ପୋରେଟର। SCB ମେଡ଼ିକାଲର ଜଣେ କର୍ମଚାରୀ ଚାକିରୀ କରେଇ ଦେବା ନାଁରେ ଯୁବକଙ୍କ ଠାରୁ ଟଙ୍କା ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ନିବେଦନ କରିଛନ୍ତି। ତେବେ କିଏ ଏହି ବ୍ୟକ୍ତିମାନେ ? କାହାଠାରୁ ନେଉଛନ୍ତି ଟଙ୍କା ? ଟଙ୍କା ନେଉଥିବା ବ୍ୟକ୍ତି ଜଣକ କିଏ ? ଯାହାକୁ ନେଇ ଉଠିଲାଣି ବଡ଼ ପ୍ରଶ୍ନ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।