ବାରିବାଞ୍ଚାରୁ ମୋଟୁ କେନାଲ ପର୍ଯ୍ୟନ୍ତ ରାସ୍ତା କାମରେ 8 ଲକ୍ଷ 50 ହଜାର ଖର୍ଚ୍ଚ କାହା ଇସାରାରେ ହୋଇଥିଲା ଓ ବେଆଇନ ଜମିରେ ଗଢି ଉଠିଥିବା ଇସଲାମ ନଗରକୁ କେମିତି ବିଦ୍ୟୁତ ସଂଯୋଗ ମିଳିଲା ତା ଉତ୍ତର ବି ଦେଉନି ପ୍ରଶାସନ ।
ଅର୍ଗସ ବ୍ୟୁରୋ: ଅର୍ଗସ୍ ନ୍ୟୁଜ ଖବରର ପ୍ରଭାବ । ଇସଲାମ ନଗରରେ ଜଙ୍ଗଲ ଜମି ଜବର ଦଖଲ ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କଲା ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ।
ଇସଲାମ ନଗରରେ କେତେ ଜଙ୍ଗଲ ଜମି ଜବର ଦଖଲ ହୋଇଛି । ଜବର ଦଖଲ ହୋଇଥିବା ଜମିର କିସମ କଣ । ବନ କର୍ମଚାରୀଙ୍କ ଜାଣତରେ ହୋଇଛି କି ଜବର ଦଖଲ । ଏନଜିଟି ଛାଟ ପରେ ଏ ତମାମ ପ୍ରଶ୍ନର ଉତ୍ତର ସହ 15 ଦିନ ଭିତରେ ରିପୋର୍ଟ ଦେବାକୁ ମାଲକାନାଗିର ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ ।
ଏନଜିଟି ଛାଟ ପରେ ପୁଣି ଆକ୍ସନ ମୋଡକୁ ଆସିଛି ମାଲକାନାଗିର ବନ ବିଭାଗ । ମୋଟୁ ରେଞ୍ଜର ପୁଣି ତଦନ୍ତ କରି ଦୁଇ ଦିନରେ ରିପୋର୍ଟ ଦେବେ । ଇସଲାମ ନଗରକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ ସଂରକ୍ଷିତ ଜଙ୍ଗଲରେ ହୋଇଥିବାବେଳେ ଏଥିପାଇଁ କୌଣସି ଅନୁମତି ନିଆଯାଇନି ବୋଲି ଆଜି ସ୍ପଷ୍ଟ କରିଛନ୍ତି ମାଲକାନାଗିରି ଏସି ସି ଏଫ
ଲୋକଙ୍କ ଅଭିଯୋଗ ମାସୁମ ଖାନକୁ ସେତେବବଳେ ସୁରକ୍ଷା ଦେଉଥିଲା ବିଜେଡ଼ି । ଏବେ ସୁରକ୍ଷା ଦେଉଛନ୍ତି କି ସରକାରୀ ଅଧିକାରୀ । ଅର୍ଗସ ରେ ବାରମ୍ବାର ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଦୁଇ ବିଭାଗର ମନ୍ତ୍ରୀ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେଇଥିଲେ ତଦନ୍ତ ନିର୍ଦ୍ଦେଶ । ରାଜସ୍ବ ମନ୍ତ୍ରୀ ବି କହିଥିଲେ ତଦନ୍ତ ପରେ ହେବ ଆକ୍ସନ ।
ହେଲେ ଜିଲ୍ଲା ପ୍ରଶାସନ କଣ ତଦନ୍ତ କଣ କଲା ମୁହଁ ଖୋଲୁନି । ଆଖି ଦେଖାଣିଆ ଚଢାଉ କରି ଇସଲାମ ନଗରୁ ଜବତ କିଛି ଔଷଧର ଫଟୋ ଦେଇଥିଲା ପ୍ରଶାସନ । ହେଲେ କେତେ ଜମିରେ ଜବର ଦଖଲ ହୋଇଛି । କେମିତି ସରକାରୀ ଯୋଜନାରେ ଏଠି କାମ ହେଲା । କାହା ଚାପରେ ପ୍ରଶାସନ କାମ କଲା ସେ ନେଇ କିନ୍ତୁ ମୁହଁ ଖୋଲୁନି ମାଲକାନାଗିର ପ୍ରଶାସନ । ଏଡିଏମ କହିଛନ୍ତି ତଦନ୍ତ ସରିନି ।
କେବଳ ସରକାରି ଜମି ଲୁଟ ନୁହେଁ ବରଂ ଜଡ଼ିବୁଟି ବା ଆୟୁର୍ବେଦ ମେଡିସିନ ନାମରେ ନିରୀହ ଆଦିବାସୀଙ୍କୁ ଲୁଟ କରୁଥିଲା ମାସୁମ ଖାନ ର ଭାଇ ଜମାଲ ଖାନ । ପ୍ରଶାସନ ଚଢାଉ କରି ମେଡିସିନ ଜବତ କରିଥିଲା ସତ ହେଲେ । ମେଡ଼ିସିନ ପ୍ରସ୍ତୁତକାରୀ ଜମାଲ ଖାନ କୁ ଗିରଫ କରିନଥିଲା ପୋଲିସ ପ୍ରଶାସନ । ବିଜେଡି ନେତା ପ୍ରଦୀପ ମାଝିଙ୍କ ଖାସ ଥିଲେ ମାସୁମ ଖାନ । ଇସଲାମ ନଗରରୁ ବେଆଇନ ମେଡିସିନ ଜବତ ପରେ ମାସୁମଙ୍କ ପ୍ରତି ଦରଦ ଦେଖାଇଥିଲେ ପ୍ରଦୀପ ।
ବିଜେଡି ସରକାର ଅମଳରେ ମାସୁମ ଖାନ ପ୍ରତି ପ୍ରଦର୍ଶନ ହୋଇଥିବା ଅହେତୁକ ଅନୁକମ୍ପାର ପ୍ରମାଣ। ରାଜ୍ୟ ରାଜରାସ୍ତାରୁ ମାସୁମର ଇସଲାମନଗର ଦେଇ ମନରେଗାରେ ଦୁଇଟି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ଉଠା ଜଳସେଚନ ପ୍ରକଳ୍ପ ଓ ମତ୍ସ୍ୟ ଓ କୃଷି ବିଭାଗ ପକ୍ଷରୁ ବଡ ବଡ ପୋଖରୀ ଖୋଳା ଦିଆଯାଇଛି ରିହାତି। ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ 2022-23 ଆର୍ଥିକ ବର୍ଷରେ ଦିଆଯାଇଛି ଦୁଇଟି ପୋଖରୀ ପାଇଁ ରିହାତି । ଯେଉଁଥିରେ ମାସୁମ ଖାନର ବାପା ଇସମାଇଲ ଖାନଙ୍କୁ 3 ଲକ୍ଷ 74000 ଟଙ୍କା ଓ ମାସୁମ ଖାନଙ୍କୁ 5 ଲକ୍ଷ 44000 ଟଙ୍କାର ସବସିଡି ଦିଆଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ରେ 2020-21 ଆର୍ଥିକ ବର୍ଷରେ 17 ଲକ୍ଷ ଟଙ୍କାର ମାଛ ପୋଖରୀ ଖୋଲା ଯାଇଛି , ଯେଉଁଥିରେ ମାସୁମ ଖାନଙ୍କ ଭାଇଙ୍କୁ 6 ଲକ୍ଷ 80 ହଜାର ଟଙ୍କା ସବସିଡି ମିଳିଛି ।
ବାରିବାଞ୍ଚାରୁ ମୋଟୁ କେନାଲ ପର୍ଯ୍ୟନ୍ତ ରାସ୍ତା କାମରେ 8 ଲକ୍ଷ 50 ହଜାର ଖର୍ଚ୍ଚ କାହା ଇସାରାରେ ହୋଇଥିଲା ଓ ବେଆଇନ ଜମିରେ ଗଢି ଉଠିଥିବା ଇସଲାମ ନଗରକୁ କେମିତି ବିଦ୍ୟୁତ ସଂଯୋଗ ମିଳିଲା ତା ଉତ୍ତର ବି ଦେଉନି ପ୍ରଶାସନ ।