ଏବେ ପ୍ରଶ୍ନ ଉଠୁଛି କେବେଠୁ ଇସଲାମନଗରରେ ଚାଲିଥିଲା ବେଆଇନ୍ ଔଷଧ ଉତ୍ପାଦନ ? ଏକଥା କେମିତି ଜାଣିପାରିନଥିଲା ଜିଲ୍ଲା ପ୍ରଶାସନ ? କିଏ ଦେଉଥିଲା ମାସୁମ ଖାନର ବେଆଇନ୍ କାରବାରକୁ ସୁରକ୍ଷା ? ଏବେ କଣ କହିବେ ବିଜେଡି ନେତା ପ୍ରଦୀପ ମାଝି ? ମାସୁମ ଖାନ ପ୍ରତି ଖୁବ୍ ଦରଦ ଦେଖାଇ ଗଣମାଧ୍ୟମକୁ ଆକ୍ଷେପ କରୁଥିଲେ ପ୍ରଦୀପ ? କାହିଁକି ମାସୁମ ଖାନ ପ୍ରତି ଏତେ ଦରଦୀ ବନିଛନ୍ତି ପ୍ରଦୀପ ? ମାସୁମ ଖାନର ଏହି ବେଆଇନ୍ କାରବାରରେ ଭାଗୀଦାର ଥିଲେ କି ଏହି ବିଜେଡି ନେତା ? ଶୁଣନ୍ତୁ ମାସୁମ ପ୍ରତି ପ୍ରଦୀପ ମାଝିଙ୍କର କିପରି ଦରଦ ବୋହି ପଡୁଥିଲା। ପ୍ରଦୀପ ମାଝି ନିଜକୁ ଆଦିବାସୀଙ୍କର ମସିହା ବୋଲାଉଛନ୍ତି। କିନ୍ତୁ ଅଭିଯୋଗ ହୋଇଛି ମାସୁମ ଖାନ୍ ଇସଲାମନଗରରେ ବେଆଇନ୍ ଚିକିତ୍ସା ନାଁରେ ଆଦିବାସୀଙ୍କୁ ଲୁଟୁଥିଲା। ଆଉ ଆଦିବାସୀଙ୍କ ଶୋଷଣ କରୁଥିବା ଲୋକପାଇଁ ଓକିଲାତି କରୁଛନ୍ତି ପ୍ରଦୀପ ମାଝି। ଗୋଟିଏ କଥା ସ୍ପଷ୍ଟ ବିଜେଡି ସରକାରର ମାସୁମ ଖାନର ବେଆଇନ୍ କାରବାରକୁ ମିଳିଥିଲା ଖୋଲା ଛୁଟ୍। ନା ପ୍ରଶାସନ କିଛି କରୁଥିଲା ନା ପୋଲିସ ମୁଣ୍ଡ ଖେଳାଉଥିଲା। ଏଥିପାଇଁ କି କାରଣ ତାର ସୁରକ୍ଷା କବଚ ସାଜିଥିଲେ ପ୍ରଦୀପ ମାଝିଙ୍କ ବିଜେଡି ନେତା। ନହେଲେ ତହସିଲ ଅଫିସ ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲିଆଖି ଦେଖାଇବାକୁ ସାହସ କେଉଁଠୁ ପାଇଲେ ମାସୁମ ଖାନର ଗୁଣ୍ଡାବାହିନୀ।