ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି ବିଜେଡିର ଆୟୁଷ ସରିବାକୁ ଯାଉଛି । ଗୋଟିଏ ଲୋକର ପାର୍ଟି ଏବେ ଦୁଇ ଲୋକଙ୍କର ପାର୍ଟି ହୋଇଛି । ପାଣ୍ଡିଆନ ନା ନବୀନ, ମାଲିକ କିଏ ଜଣାନାହିଁ ବୋଲି କହି ବିଜେଡିକୁ ତେରଛା ବାଣ ମାରିଛନ୍ତି ଜୟନାରାୟଣ। ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି, ବିଜେଡିର ବହୁତ ନେତା ଲମ୍ବା ଲାଇନରେ ଅଛନ୍ତି । କିନ୍ତୁ କେଉଁ ବ୍ୟକ୍ତିଙ୍କୁ ବିଜେପିକୁ ଅଣାଯିବ, ସେଥିପାଇଁ ବି ସ୍କୃଟିନି କରାଯାଉଛି ବୋଲି କହିଛନ୍ତି।
ଧିରେ ଧିରେ ଖୋଲୁଛି ବିଜେଡି ଗୁମର,ମମତା ମହାନ୍ତଙ୍କ ପରେ ସୁଜିତ୍ କୁମାର ଦଳ ଛାଡିବା ବିଜେଡିକୁ ଯେତେବଡ଼ ଝଟକା ତା ଠୁ ଅଧିକ ଆଘାତ ଦେଇଛି ସେମାନଙ୍କ ଅଭିଯୋଗ। ସାଂସଦ ପାଣ୍ଠି ଦୁର୍ନୀତି ଅଭିଯୋଗ ଆଣି ଗୁମର ଖୋଲିଥିଲେ ମମତା। ୧୧ରୁ ଅଧିକ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ଯାଜପୁରରେ ଖର୍ଚ୍ଚ ହୋଇଥିବାର ମିଳିଥିଲା ତଥ୍ୟ ଓ ପ୍ରମାଣ । ସୁଜିତ୍ କୁମାର ବି ବିଜେଡି ଶାସନରେ କଳାହାଣ୍ଡିରେ ବାଲି, ଛତୁଆ ଓ ଆଦିବାସୀ ଜମି ହଡ଼ପ ଭଳି ଦୁର୍ନୀତିର ଖୁଲାସା କରିଛନ୍ତି। ନିର୍ଦ୍ଦିଷ୍ଟ ଲୋକଙ୍କ ଆଗରେ ମୁଣ୍ଡନଇବାକୁ ବାଧ୍ୟ କରାଯାଉଥିବା କହିଛନ୍ତି । ସାଂଘାତିକ ଅଭିଯୋଗର ଜବାବ ଦେବା ବଦଳରେ ଦଳ ଛାଡୁଥିବା ନେତାଙ୍କୁ ସ୍ୱାର୍ଥବାଦୀ କହୁଛି ବିଜେଡି। ୨୪ ବାଜି ହାରିବା ପରେ ଘାଇଲା ହେଉଛନ୍ତି ବିଜେଡି ନେତାଏ,ନିଜ ଦଳର ନେତା ଅସନ୍ତୋଷ ଝାଡି ଛାଡୁଛନ୍ତି ଦଳ,ଦଳ ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ବିସ୍ପୋରଣର ରୂପନେଇ ସାରିଛି। ଦୁଇ ମାସ ପରେ ବି ରାଜ୍ୟ ସ୍ତରୀୟ କିମିଟି ଗଠନ କରି ପାରୁ ନାହାଁନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଆଗକୁ କଣ ହେବ ବିଜେଡିର