ଅଧିକ ପଢନ୍ତୁ : ବଡଦାଣ୍ଡକୁ ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ...
ଭଦ୍ରକ: ତୁଳସୀ କାଠ ଓ ଫାଇବର ଗୋଟିଏ ଇଞ୍ଚ୍ ର ରଥ। ଏହି ରଥକୁ ନିର୍ମାଣ କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣାଶୁଣା ଶିଳ୍ପୀ ଗୋପାଲ ସାମଲ। ତିନୋଟି ରଥ ନିର୍ମାଣର କରିଥିବା ବେଳେ ରଥର ଉଚ୍ଚତା ଗୋଟିଏ ଇଞ୍ଚ୍ ହୋଇଥିବା ବେଳେ ତିନି ରଥ ତୁଳସୀ କାଠ ଓ ଫାଇବର ରେ ନିର୍ମାଣ କରାଯାଇଥିବା ଜଣାପଡିଛି। ଏହି ରଥ କୁ ନିର୍ମାଣ ପାଇଁ ସମୟ 8 ଘଣ୍ଟା ଲାଗିଛି । ତେବେ 5 ଏମ୍ଏମ୍ ରେ ବିଗ୍ରହ ଅଛି ରଥରେ।
ପୁରୀ: ଆସନ୍ତା କାର୍ତ୍ତିକ ମାସ ପରେ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁବିଧା ଓ ସହଜ ହେବ। ଏନେଇ ଆଜି ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରୁ ଶୃଙ୍ଖଳିତ ଦର୍ଶନ ନେଇ ଆଲୋଚନା ହୋଇଥିବା ବେଳେ ଆଜି ଛତିଶାନିଯୋଗ ବୈଠକ ଏହା ଉପରେ ମୋହର ମାରିଛି। ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରିବାକୁ ବୈଠକରେ ଆଲୋଚନା ହୋଇଥିବା ବେଳେ କାର୍ତ୍ତିକ ମାସ ପରେ ପୁରୁଷ ଭକ୍ତ,ଦିବ୍ୟାଙ୍ଗ ଭକ୍ତ, ମହିଳା ଭକ୍ତ, ଶିଶୁ ଓ ବୟସାଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅଲଗା ଅଲଗା ଲାଇନ୍ ବା ଧାଡି ବ୍ୟବସ୍ଥା ହେବ। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସମୁଦାୟ 6 ଟି ଲାଇନ୍ ରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ୍ ଦେଇ ଭକ୍ତମାନେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବେ।
ତେଵେ ସ୍ୱତନ୍ତ୍ର କାଠ ବ୍ୟାରିକେଡ୍ ରେ ଭକ୍ତମାନେ ଦର୍ଶନ କରିବା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବ୍ୟାଘାତ ହେବନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। କାଠ ବ୍ୟାରିକେଡ୍ କୁ ଉଚ୍ଚତା ସମ୍ପର୍ଣ୍ନ କରିବା ସହ ଗରୁଡସ୍ତମ୍ଭ ପାଖରୁ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। 6 ଟି ଲାଇନ୍ କୁ ତିନିଭାଗରେ ବିଭକ୍ତ କରାଯାଇ ଏହି ଦର୍ଶନ ବ୍ୟବସ୍ଥା ଆଗାମୀ ଦିନରେ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବ ଓ ଆଗାମୀ ଦିନରେ ଏହାକୁ ନେଇ ତ୍ରୁଟି ଦେଖାଗଲେ ଏହାର ନିରାକରଣ ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ନୂଆ ସରକାରଙ୍କ ନୂଆ ନିଷ୍ପତ୍ତି । ବଦଳିବ ସରକାରୀ କୋଠାର ରଙ୍ଗ । ରାଜ୍ୟର ସମସ୍ତ ସରକାରୀ କୋଠାର ବାହାର କାନ୍ଥ ର ରଙ୍ଗ ନାରଙ୍ଗୀ ଓ ଧାରର ରଙ୍ଗ ନାଲି କରାଯିବ । ଏନେଇ ରାସ୍ତା ଓ ଡିପିକ୍ୟୁର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ଓବିସିସି ନିର୍ଦ୍ଦେଶକ ଙ୍କୁ ଚିଠି ଲେଖିଛନ୍ତି ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଚିଠି ରେ କୁହାଯାଇଛି ପୂରୂଣା କୋଠାର ରକ୍ଷଣା ବେକ୍ଷଣ ଓ ମରମତି ବେଳେ ନୂଆ ରଙ୍ଗ ଲଗାଯିବ । ତେବେ ଏନେଇ ବିରୋଧୀଙ୍କ ମଧ୍ୟରେ ଜୋରଦାର ବିରୋଧ କରୁଥିବା ଦେଖିବାକୁ ମିଳିଛି । ସରକାରଙ୍କୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ବିଜେଡି କଂଗ୍ରେସ । ଯାହାର କଡା ଜବାବ ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ । ପୂର୍ବ ସରକାର କାହିଁକି ସବୁଜ ରଙ୍ଗ କରିଥିଲେ ଉତ୍ତର ରଖନ୍ତୁ ବୋଲି ସିଧା ନିଶାନା କରିଛନ୍ତି ପୃଥୀରାଜ୍ ହରିଚନ୍ଦନ ।
ଅଧିକ ପଢନ୍ତୁ : ସବୁଜ ବଦଳରେ ବାଦାମୀ ଡ୍ରେସ୍ ପିନ୍ଧିବେ ୯ମ, ଦଶମ ଛାତ୍ରଛାତ୍ରୀ
ଦୁଇ ବର୍ଷ ତଳେ ସମସ୍ତ କୋଠାର ରଙ୍ଗ ସବୁଜ କରିବାକୁ ନିଷ୍ପତି ନେଇଥିଲେ ବିଜେଡି ସରକାର । ଏହାପରେ ଅଧିକାଂଶ କୋଠା ର ରଙ୍ଗ ସବୁଜ କରାଯାଇଥିଲା । ୫ ଟି ସ୍କୁଲ ରୂପାନ୍ତରିକରଣ ବେଳେ ସ୍କୁଲ ଗୁଡିକର ରଙ୍ଗ ମଧ୍ୟ ସବୁଜ କରାଯାଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ଡ୍ରେସ ସହ ମୋ ବସ ଓ ଲକ୍ଷ୍ମୀବସ ର ରଙ୍ଗ ମଧ୍ୟ ସବୁଜ କରାଯାଇଥିଲା । ଏବେ ସରକାର ବଦଳିବା ପରେ ଲକ୍ଷ୍ମୀ ବସ ଓ ହାଇ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ ର ରଙ୍ଗ ପରିବର୍ତ୍ତନ କରିବା ପରେ ଏବେ କୋଠାର ରଙ୍ଗ ପରିବର୍ତ୍ତନ ପାଇଁ ନିଷ୍ପତି ହୋଇଛି ।
ଅର୍ଗସ ବ୍ୟୁରୋ : ହରିୟାଣାରେ ବିଜେପିରର ବାଜିମାତ୍ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହରିୟାଣା ବିଜୟ ଅଭୂତପୂର୍ବ, ଐତିହାସିକ ବିଜୟ: ଧର୍ମେନ୍ଦ୍ର ପ୍ରଧାନ । ହରିୟାଣାରେ ବିଜେପି ଇତିହାସ ରଚିଥିବାରୁ ହରିୟାଣାବାସୀଙ୍କୁ ଧନ୍ୟବାଦ । ତୃତୀୟ ଥର ପାଇଁ ବିଜେପିକୁ ଜିତାଇଥିବାରୁ ହୃଦୟରୁ ଧନ୍ୟବାଦ । ଏହା ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଜନକଲ୍ୟାଣକାରୀ ଯୋଜନାର ପ୍ରତିଫଳନ । ଡବଲ୍ ଇଞ୍ଜିନ ସରକାରର କଲ୍ୟାଣକାରୀ ଯୋଜନା ଉପରେ ଜନତାଙ୍କ ମୋହର ।
ଅଧିକ ପଢନ୍ତୁ : ମୋଦିଙ୍କ ଲୋକପ୍ରିୟତା, ଧର୍ମେନ୍ଦ୍ରଙ୍କ ଜଲୱା : ଧରାଶାୟୀ କଂଗ୍ରେସ
ଏହି ଦମ୍ଦାର ବିଜୟ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମର ପ୍ରତିଫଳନ । ଏହି ପ୍ରଚଣ୍ଡ ଜନାଦେଶ କଂଗ୍ରେସର ଜାତିବାଦ, ପରିବାରବାଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପିର ନିରନ୍ତର ବିକାଶ ଯୋଗୁଁ ଲୋକଙ୍କ ଭରପୂର ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହୃଦୟରୁ ଧନ୍ୟବାଦ । ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଛି ସେଲିବ୍ରେସନ । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି ।