ଆହୁରି ପଢନ୍ତୁ ଓଡିଶା ଖବର...
ପୁରୀ: ବାମନ ଜନ୍ମନୀତି ପାଇଁ ଆଜି ମଧ୍ୟାହ୍ନଧୂପ ଛେକ ପରେ ପ୍ରାୟ 3 ଘଣ୍ଟା ପୁରୀ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଜନ୍ମ ନୀତି ସରିବା ପରେ ପୁନର୍ବାର ଦର୍ଶନ ଚାଲୁ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ସନାତନକୁ ଅପମାନ, ଗୋମାତାକୁ ଅପମାନ, ହିନ୍ଦୀକୁ ଅପମାନ, ଉତ୍ତର ଭାରତକୁ ଅପମାନ । କୋଟି କୋଟି ଭାରତୀୟ ସନାତନୀଙ୍କ ଧାର୍ମିକ ଭାବନାକୁ ବାରମ୍ବାର ଚୋଟ । ଆଉ ବିବାଦ ହେବା ପରେ ଶବ୍ଦ ପ୍ରତ୍ୟାହାରର ନାଟକ । ଡିଏମକେ ସାଂସଦ ସିନ୍ଥେଲ କୁମାର ପ୍ରଥମେ ହିନ୍ଦୀ ଭାଷୀ ରାଜ୍ୟହଗୁଡ଼ିକୁ ଗୋମୁତ୍ର ରାଜ୍ୟ କହି ଅପମାନ କଲେ । ଯେତେବେଳେ ବିରୋଧ ହେଲା କହିଲେ ମୁଁ କାହାକୁ ଆଘାତ ଦେଇନି କି କିଛି ଭୁଲ କଥା କହିନି । ଆଉ ଯେତେବେଳେ ବିରୋଧ ଜୋର ଧରିଲା କହିଲେ ଶବ୍ବ ପ୍ରତ୍ୟାହାର କରିନେଉଛି ।
ଯେତେବଳେ ଚାହିଁବେ ଅପମାନ କରିବେ ଆଉ ଅଡୁଆରେ ପଡିଲେ ଶବ୍ଦ ପ୍ରତ୍ୟାହାର କଲି କହି ଖସିଯିବେ । ବିଜେପି କହିଛି ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହାର କରାଯାଇଥିବା ଶବ୍ଦ ପାଇଁ କ୍ଷମା ଗ୍ରହଣୀୟ ନୁହେଁ । ଆଉ ଡିଏମକେ ନେତା ହେଉଛନ୍ତି ଅଭ୍ୟାସଗତ ସନାତନ ଅପମାନକାରୀ ।
ତାମିଲନାଡୁରେ ଡିଏମକେର ସହଯୋଗୀ କଂଗ୍ରେସ । ଇଣ୍ଡି ଆଲାଏନ୍ସରେ ବି ସାମିଲ ଡିଏମକେ । ହେଲେ ଗୋମାତା ଓ ସନାତନ ପ୍ରତି ଏପରି ଅପଶବ୍ଦକୁ ନେଇ କଂଗ୍ରେସ ନେତାଙ୍କ ମୁହଁରେ ତାଲା । ନା ରାହୁଲ ଗାନ୍ଧି ନା ସୋନିଆ କେହିଁ ଏ ପ୍ରସଙ୍ଗ ଏଯାଏ ପଦଟିଏ ବି ପ୍ରତିକ୍ରିୟା ଦେଲେ ନାହିଁ । ପୂର୍ବୁର ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ବି ସନାତନ ଧର୍ମକୁ କରିଥିଲେ ଅପମାନ । ସେତେବେଳ ମଧ୍ୟ କଂଗ୍ରେସ ନେତାଙ୍କ ମୁହଁରେ ପଡ଼ିଯାଇଥିଲା ତାଲା ।
ଅଧିକ ପଢନ୍ତୁ ଭାରତ ଖବର
ବିଜେପି କହିଛି ଉଦୟନିଧିଙ୍କ କ୍ଷେତ୍ରରେ ଚୁପ ରହିବା ଯୋଗୁଁ ୩ ରାଜ୍ୟରେ କଂଗ୍ରେସକୁ ଆଉଟ କରିଦେଲେ ଜନାତା । ଏବେ ସେନ୍ଥିଲ କୁମାରଙ୍କ ସନାତନ ବିରୋଧୀ ବୟନକୁ ନେଇ ନୀରବତା ୨୪ ନିର୍ବାଚନରେ କଂଗ୍ରେସକୁ ପଡ଼ିବ ମହଙ୍ଗା । କେବଳ କଂଗ୍ରେସ ନୁହଁ ଇଣ୍ଡି ଆଲାଏନ୍ସର ସବୁ ଦଳ ସେନ୍ଥିଲ କୁମାରଙ୍କ ବୟାନ ନେଇ ଚୁପ୍ । ଯାହାକି ଧରାପକାଇଦେଇଛି ଏହି ମେଣ୍ଟର ସନାତନ ବିରୋଧୀ ଓ ବିଭାଜନକାରୀ ଆଭିମୁଖ୍ୟ । ଗୋମା ଓ ସନାତନକୁ ବାରମ୍ବାର ଅପମାନକୁ ବରଦାସ୍ତ କରିବେତ ଦେଶର କୋଟି କୋଟି ସନାତନୀ ।
ଅର୍ଗସ ବ୍ୟୁରୋ : ଆନ୍ଧ୍ର ଉପକୂଳରେ ମାଡ଼ ହୋଇଥିବା ବାତ୍ୟା ମିଗଜୋମର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି । ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ବାତ୍ୟା । ଉତ୍ତର ପୂର୍ବ ତେଲଙ୍ଗାନା ଉପରେ ରହିଛି ଲଘୁଚାପର କେନ୍ଦ୍ର । ଏହାର ପ୍ରଭାବରେ ଆନ୍ଧ୍ର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ାରେ ଅଧିକ ବର୍ଷା ହୋଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୦୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ଯାଏଁ ପାଗ କୋହଲା ରହିବ । ତେବେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁରର ୪ଟି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏଥିସହ ଗଞ୍ଜାମ, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳରେ ମଧ୍ୟ ବର୍ଷା ହେବ ।
ଅଧକ ପଢନ୍ତୁ : ଦୁର୍ବଳ ହେଉଛି 'ମିଗଜୋମ୍'
ଲଗାଣ ବର୍ଷା ପରେ କୋଟିଆ ପଂଚାୟତରେ ଛୋଟ ଭୂସ୍ଖଳନ ହୋଇଛି । ମାଡକାର ଗାଁକୁ ଯିବା ରାସ୍ତାରେ ପାହାଡ଼ରୁ ପଥର ଖସିଛି । ପଥର ମୁଖ୍ୟ ରାସ୍ତାରେ ପଡ଼ିଥିଲେ ବି ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ମେଡଙ୍ଗଗନ୍ଦି ଅଞ୍ଚଳରେ ତିନିଟି ଘରର ଛପର ଉଡିବା ସହିତ ଘର ଭାଙ୍ଗିଯାଇଛି । ଏପଟେ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ସହର । ବ୍ରହ୍ମପୁର ମହାମାୟୀ କଲେଜ ଭିତରେ ପଶିଛି ଡ୍ରେନପାଣି । ସହରର ଅଞ୍ଚଳରେ ବର୍ଷା ପାଣିରେ ହାଲ୍ ବେହାଲ୍ ହୋଇଛି ।
ବାତ୍ୟା ଓ ବର୍ଷାରେ ଜୀବନ ନିରାପଦ ରହିଛି କିନ୍ତୁ ବିପନ୍ନ ହୋଇଛି ଜୀବିକା । ହତାଶ ହୋଇଛନ୍ତି ଚାଷୀ କୂଳ । ତିନି ଦିନ ବର୍ଷା ରାୟଗଡ଼ା ଜିଲ୍ଲାରେ ଚାଷୀଙ୍କର ଅନେକ କ୍ଷୟକ୍ଷତି କରିଛି । ଧାନଠାରୁ ଆରମ୍ଭ କରି କପା, ହରଡ଼ ଓ ମାଣ୍ଡିଆ ଏବଂ ପନିପରିବା ଚାଷ ନଷ୍ଟ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ବର୍ଷାରେ ଶୋଇ ପଡ଼ିଛି ପାଚିଲା ଧାନ ଗଛ । ଖୋଲା ଆକାଶ ତଳେ ଥିବା ମଣ୍ଡିରେ ଥିବା ଧାନ ଭିଜିଛି । ଗଜପତି ମୋହନାରେ ବହୁ ପରିମାଣର ମକା ଓ ଧାନ ଚାଷୀଙ୍କର ଫସଲ କ୍ଷତିଗ୍ରସ୍ତ ହୋଇଛି । ଜମିରେ ଧାନ ଗଛ ସବୁ ଶୋଇଯାଇଥିବା ବେଳେ କେଣ୍ଡାରୁ ଧାନ ଝଡି ଯାଇଥିବା ଦେଖିବାକୁ ମିଳିଛି ।
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର, ପାତ୍ରପୁର, ଗୋପାଳପୁର, ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡିରେ ବର୍ଷା ଜାରି ରହିଛି । ଏ ସବୁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ସେହିପରି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ବିଜେପୁରରେ ବର୍ଷାରେ ବିପନ୍ନ ହୋଇଛି ଫସଲ । ମଣ୍ଡିରେ ପଡ଼ିଥିବା ଧାନ ମଧ୍ୟ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଚାଷୀ ।
ଅମଳ ଋତୁରେ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ମେରୁଦଣ୍ଡ । ଧାନ ରାଜ୍ୟର ପ୍ରମୁଖ ଫସଲ । କିନ୍ତୁ ଆଖି ଆଗରେ ଏହାକୁ ବରବାଦ ହେଉଥିବା ଦେଖି ଚାଷୀର ଛାତି ଫାଟି ଯାଉଛି । ଏବେ କୃଷି ବୀମାକୁ ନେଇ ସବୁକିଛି ସ୍ବଚ୍ଛତା ରହିଥିବାବେଳେ ରାଜ୍ୟ ସରକାର ସଠିକ୍ ଆକଳନ କରୁନଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ପ୍ରଶ୍ନ ହେଲା କ୍ଷୟକ୍ଷତିର ସଠିକ୍ ଆକଳନ କରାଯିବ ତ ? କ୍ଷୟକ୍ଷତିର ଶିକାର ପ୍ରକୃତ ଚାଷୀଙ୍କୁ ମିଳିବ ତ କ୍ଷତିପୂରଣ ?
ଅର୍ଗସ ବ୍ୟୁରୋ : ନିଷ୍ଠୁର ପାଲଟିଲେ ବିଜେଡି ନେତା । ଗରିବ ନିରୀହ ଲୋକଙ୍କ ୮ଗୋଟି ଛେଳିକୁ ବିଷ ଦେଇ ମାରିଦେଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାମାକ୍ଷାନଗର ଅଞ୍ଚଳରେ । କାମାକ୍ଷାନଗର ଥାନା ବାଇସିଙ୍ଗା ଗାଁରେ ଘଟିଛି ଏଭଳି ଘଟଣା ।
ଗାଁର ମିନି ଦେହୁରୀଙ୍କ ୭ଗୋଟି ଛେଳି ଏବଂ କଣ୍ଢେଇ ନାଏକଙ୍କ ଗୋଟିଏ ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଜେଡି ନେତା ତଥା କାମାକ୍ଷାନଗରର ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ବସନ୍ତ ବିଶ୍ୱାଳ, ଅନ୍ୟ ଦୁଇ ସହଯୋଗୀ ନୃସିଂହ ସାହୁ, ସୁଶା ଦାଶଙ୍କ ନାମରେ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସବୁଦିନ ଭଳି ଛେଳି ଗୁଡିକ ଗାଁ ପାଖ ରାମିଆଳ ନଦୀ ପଠାକୁ ଚରିବାକୁ ଯାଇଥିବା ବେଳେ ଛେଳି ମାନଙ୍କର ମୃତ୍ୟୁ ହୋଇଛି । ତେବେ ଘାସରେ ବିଷ ମିଶେଇ ଦେଇ ମାରିଥିବା ମିନି ଦେହୁରୀ ଅଭିଯୋଗ କରିଛନ୍ତି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗର କରିଛନ୍ତି । ଯାହାକୁ ନେଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରି ଦେଇଛନ୍ତି ।