500 ରୁ ଅଧିକ ଜଗନ୍ନାଥ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଜଗନ୍ନାଥ ନାମ ସଂକୀର୍ତ୍ତନ ଜପ କରିଥିଲେ। ରୀତିନୀତି ପରେ ପବିତ୍ର ମହାପ୍ରସାଦ ସମସ୍ତ ଭକ୍ତଙ୍କୁ ପରିବେଷଣ କରାଯାଇଥିଲା। ଡକ୍ଟର ପ୍ରହାରାଜ ଏବଂ ଶ୍ରୀ ମଙ୍ଗଲ ଦାସ ଜୀ ଭକ୍ତମାନଙ୍କୁ ନିବେଦନ କରିଥିଲେ ଯେ, 20 ଜୁନ୍ 2023 ରେ Manama ShriNath ଜୀ ମନ୍ଦିରରେ ଏକତ୍ରିତ ହୋଇ ଜଗନ୍ନାଥ ପରମ୍ପରା ଅନୁଯାୟୀ ତ୍ରିନାଥଙ୍କ ପବିତ୍ର ରଥଯାତ୍ରା ଉତ୍ସବ ପାଳନ କରିବାକୁ ସେ ଅନୁରୋଧ କରିଥିଲେ |
ଟେଲିଫୋନ୍ ଯୋଗେ ଗଜପତି ମହାରାଜା ଶ୍ରୀ ଦିବ୍ୟାସିଂହ ଦେବ ମଧ୍ୟ 20 ଜୁନ୍ 2023 ରେ Manama ଶ୍ରୀନାଥ ଜୀ ମନ୍ଦିରରେ ଆଗାମୀ ରଥଯାତ୍ରା ମହୋତ୍ସବ ପାଇଁ Dr ପ୍ରହରାଜ ଏବଂ ମହାପ୍ରଭୂ ଜଗନ୍ନାଥଙ୍କ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯଦିଓ ବାହାରିନ ଏକ ଇସଲାମ ରାଷ୍ଟ୍ର କିନ୍ତୁ ଏହା ଭକ୍ତମାନଙ୍କୁ ବ୍ରହ୍ମାଣ୍ଡର ମହାପ୍ରଭୂ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ଧାର୍ମିକ ସ୍ୱାଧୀନତା ଦେଇଥାଏ ଯାହା ଅତ୍ୟନ୍ତ ଗର୍ବର ବିଷୟ ବୋଲି କହିଛନ୍ତି ଡ.ପ୍ରହରାଜ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: