ସୁଭଦ୍ରା ସହରରୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୨ୟ ପର୍ଯ୍ୟାୟ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଚଳଚଞ୍ଚଳ ବାରିପଦା ସହର, ଉତ୍ସାହିତ ମହିଳା । ପ୍ରଥମ ପର୍ଯ୍ୟାୟ ଟଙ୍କା ଭୁବନେଶ୍ୱରରୁ ପ୍ରଧାନମନ୍ତ୍ରୀଙ୍କ ପଠାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମହିଳାଙ୍କୁ ବାରିପଦାରୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ । ଛଉ ପଡିଆରେ ଚୂଡାନ୍ତ ପର୍ଯ୍ୟାୟରେ ସୁଭଦ୍ରା କାର୍ଯ୍ୟକ୍ରମ ପ୍ରସ୍ତୁତି । ଆସନ୍ତାକାଲି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ତେଣୁ ବାରପଦାରେ ପହଞ୍ଚି ପ୍ରଥମେ ମୁଖ୍ୟମନ୍ତ୍ରୀ ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଠାରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ତାପରେ ଛଉ ପଡିଆରେ ଠାରେ ସୁଭଦ୍ରା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେବେ ।
ତେବେ ୧ କୋଟିରୁ ଉର୍ଦ୍ଧ୍ଵ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ମିଳିବ ବୋଲି କହିଛନ୍ତି ସରକାର ।