ଯୋଜନାରେ ନୂଆକରି ସାମିଲ ହେବା ପାଇଁ ଚାଷୀମାନେ ସିଏମ କିଷାନ ପୋର୍ଟାଲରେ ଆବେଦନ କରିପାରିବେ । ସେହିପରି ଯୋଗ୍ୟତା ଥାଇ ବି ପିଏମ୍ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଇ- ଚାଷ ଆପ୍ ଜରିଆରେ ସାରା ରାଜ୍ୟରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଂଚି ପାରୁଛି । ସର୍ବେକ୍ଷଣ ଆଧାରରେ ସିଏମ୍- କିଷାନ ତଥା ଚାଷୀଙ୍କ ପାଇଁ ଥିବା ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇ ପାରିବେ । କୃଷକଙ୍କ ତଥ୍ୟ ଏକ ପଞ୍ଜିକୃତ ID ସହ ରହିବ।
ଏଥିପାଇଁ ପ୍ରତିଜିଲ୍ଲାରେ ନୋଡାଲ ଅଧିକାରୀ ରହିବେ ଓ ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ । ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ । ଏ ନେଇ ଏକ ମାର୍ଗଦର୍ଶିକା ତିଆରି ହେବ । ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ। ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ ଚାଷୀଙ୍କୁ କୌଣସି ଦେୟ ଦେବାକୁ ହେବ ନାହିଁ। ଗତ ସପ୍ତାହରେ କୃଷିମନ୍ତ୍ରୀ ସିଏମ୍ କିଷାନ ଯୋଜନାର ଘୋଷଣା କରିବା ପରେ ଓଡ଼ିଶାର ଅଗଣିତ ଚାଷୀଙ୍କ ଆର୍ଥିକ ପ୍ରଗତି ସହ ରାଜ୍ୟର କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି ଏକ୍ସରେ ଲେଖିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ବିଜେଡି ସରକାର ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ତାହା କେବଳ ଘୋଷଣାରେ ସୀମିତ ରହିଯାଇଥିଲା । କିନ୍ତୁ ବର୍ତ୍ତମାନ ର ମୋହନ ସରକାର ଉଭୟ ସିଏମ କିଷାନ ଏବଂ ପିଏମ କିଷାନ ଯୋଜନାରେ ରାଜ୍ୟର କୋଟିଏ ଚାଷୀ ଙ୍କୁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର