ଘର
ଓଡ଼ିଶା
ବାତ୍ୟା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ
ବାତ୍ୟା ଭାଙ୍ଗିଦେଇଛି ବାଲେଶ୍ୱର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ
by Banajyotshna Ray
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ପବନ ଓ ବର୍ଷା ଭାଙ୍ଗିଦେଇଛି ବାଲେଶ୍ବର ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡ । ଜିଲ୍ଲାର ରେମୁଣା, ବାଲିଆପାଳ ଓ ବସ୍ତାର ହଜାର ହଜାର ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ପାଚିଲା ଧାନ କିଆରୀରେ ଲହରୀ ମାରୁଛି ଉଛୁଳା ପାଣି । ପାଣିରେ ଭାସୁଛି ବର୍ଷଟା ଯାକର ଭରସା । ଏବେ ସରକାରଙ୍କ ଉପରେ ଅନେକ ଆଶା । ବିଜେପି ସରକାରଙ୍କଠାରୁ ମଧ୍ୟ ପ୍ରତିଶ୍ରୁତି ମିଳିଛି ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିପୂରଣ ମିଳିବ । ଯାହାକୁ ଚାହିଁ ରହିଛନ୍ତି ଚାଷୀ । ସେପଟେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।
ସୁବର୍ଣ୍ଣରେଖା, କାଂସବାଂଶ, ବୁଢାବଳଙ୍ଗ ନଦୀରେ ଜଳସ୍ତର ବଢୁଛି । ବିପଦ ସଂକୁଳ ଟପିଲା କାଂଶବାଂଶ ଜଳସ୍ତର । ଯାହାକୁ ନେଇ ନଈ କୂଳିଆ ଲୋକେ ଛାନିଆ । ସୋର ଓ ସିମୁଳିଆ ବ୍ଲକର ସୀମାନ୍ତରେ ପ୍ରବାହିତ ହୋଇଥିବା କାଂଶବାଂଶ ନଦୀ କୂଳିଆ ଲୋକେ ଏହି ବନ୍ୟାଜଳକୁ ନେଇ ବେଶ ଚିନ୍ତିତ । କାଂଶବାଂଶ ନଦୀର ଜଳସ୍ତର ୭.୫୦ ମିଟରରେ ବିପଦ ଶଙ୍କୁଳ ଛୁଉଁଥିବା ବେଳେ, ଆଜି ସକାଳ ସୁଦ୍ଧା ନଦୀର ଜଳ ବଢି ୭. ୮୬ ମିଟରରେ ପହଂଚିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: