ଢେଙ୍କାନାଳ : ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛି ବିକାଶ ଫାଉଣ୍ଡେସନ । ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପାଇପାରୁନଥିବା ଲୋକଙ୍କୁ ଔଷଧ ଏବଂ ମାଗଣା ଚିକିତ୍ସା ଯୋଗାଇ ଦେଉଛି ବିକାଶ ଫାଉଣ୍ଡେସନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିକାଶ ଫାଉଣ୍ଡେସନ ପକ୍ଷରୁ ଆଜି ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି |କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗ୍ରାମର ପୂର୍ବତନ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ବେହେରା ,ଯୁବ ସମାଜ ସେବୀ କୃତିବାସ ସାହୁ, ପ୍ରଧାନ ଆଚାର୍ଯ୍ୟ ରିତା ସାହୁ , ସରପଞ୍ଚ ମଞ୍ଜୁଲତା ରାଉଳ ,ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ |ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ଲୋକଙ୍କୁ ପଞ୍ଜିକୃତ କରାଯାଇଥିଲା |
ଅଧିକ ପଢନ୍ତୁ : ଅଞ୍ଚଳ ବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲେ ଅଭିଜ୍ଞ ଡାକ୍ତର
ପରେ ରେ ବିଭିନ୍ନ ବିଭାଗ ର ୧୨ଜଣ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରିବା ସହ ,ରୋଗ ଅନୁଯାଇ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ | ତେବେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମସ୍ତ ଔଷଧ ମଧ୍ୟ ମାଗଣା ରେ ଲୋକମାନଙ୍କୁ ଯୋଗାଇ ଦିଆଯାଇଛି | ଏହି ଶିବିର ରେ ଆଖପାଖ ପଂଚାୟତ ର ଶତାଧିକ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ ସେବା ର ଲାଭ ଉଠାଇଛନ୍ତି |ଏ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧକ୍ଷା ମୃଦୁଳା ଠାକୁର ଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ ଦେଇଛନ୍ତି ଅଞ୍ଚଳବାସୀ |