ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପର୍ତ୍ତି ନେଇଥିଲା,କେବଳ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ୬,ଗିଲ୍ ଖାତା ଖୋଲିନପାରି ପ୍ୟାଭିଲିୟନକୁ ଫେରିଥିଲେ,ପନ୍ତ ୩୯ଏବଂ ଜୟସ୍ୱାଲ ୫୬ ରନ୍ କରି ବାଂଲାଦେଶ ବୋଲଂରଙ୍କ ସହ ଲଢେଇ କରିଥିଲେ,ମିଳିଥିବା ସୂଚନା ଅନୁସାରେ ଜାଡେଜା ୩୨,ଅଶ୍ବିନ ୪୭ ରନ୍ କରି ଅପରାଜିତ ଥିଲେ,ଭାରତ ୬ ୱିକେଟ୍ ହରାଇ ୨୨୮ କରିଥିଲା।
ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳାଯିବ,୨ଟିରୁ ୨ଟି ମ୍ୟାଚ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ। ଫଳରେ ଡବ୍ଲ୍ୟୁଟିସି ପଏଣ୍ଟକୁ ଅଧିକ ଦୃଢ଼କରିପାରିବ। ଭାରତକୁ ଆସିବା ପୂର୍ବରୁ ପାକିସ୍ତାନକୁ ତା’ମାଟିରେ ୨-୦ରେ ହରାଇ ବାଂଲାଦେଶ ଐତିହାସିକ ସଫଳତା ହାସଲ କରିଥିଲା । ତଥାପି ରୋହିତ ସେନାକୁ ବାଂଲାଦେଶ ପକ୍ଷରୁ ମିଳିବାକୁ ଥିବା ଚ୍ୟାଲେଞ୍ଜ ପ୍ରତି ମଧ୍ୟ ସତର୍କ ରହିବାକୁ ପଡିବ। ଉଭୟ ଦଳଙ୍କ ଭିତରେ ୮ ଶୃଙ୍ଖଳାରେ ମୋଟ୍ ୧୩ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଛି, ପ୍ରତ୍ୟେକ ଥର ଭାରତ ହିଁ ବାଜି ମାରିଛି। କେବଳ ୨୦୧୫ରେ ଭାରତର ବାଂଲାଦେଶ ଗସ୍ତ ଟେଷ୍ଟ୍ ଡ୍ର ରହିଥିଲା। ବାଂଲାଦେଶ ମଧ୍ୟ ଭାରତରେ ତି ନୋଟି ଟେଷ୍ଟ୍ ଖେଳିଛି। ହେଲେ ପ୍ରତେକ ଥର ହୋଇଛି ପରାସ୍ତ। ଭାରତୀୟ ଦଳ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲର ରହିଛି