କିନ୍ତୁ ସଫଳତା ପାଇବା ପର୍ଯ୍ୟନ୍ତ ସେ ଚେଷ୍ଟା ଜାରି ରଖିବେ ଏବଂ ଥରେ ସଫଳତା ପାଇବା ପରେ ସେ ଦୂରେଇ ଯିବେ। ତେଣୁ ସେପର୍ଯ୍ୟନ୍ତ ସେ ଖେଳକୁ ସବୁକିଛି ଅବଦାନ ଦେଇଚାଲିବେ ବୋଲି ଆର୍ସିବିର ଏକ ରାତ୍ରିଭୋଜନ କାର୍ଯ୍ୟକ୍ରମରେ କହିଛନ୍ତି। ଅଧିନାୟକ ଫାଫ୍ ଡୁପ୍ଲେସିସ୍ଙ୍କ ସହ ମଞ୍ଚରେ କୋହଲି ବସିବା ସହ ଅନେକ ପ୍ରଶ୍ନର ଜବାବ ରଖିଥିଲେ। କିନ୍ତୁ ଏକଥା ଶୁଣି ଫ୍ୟାନ ମାନେ ଦୁଃଖିତ ହୋଇଯାଇଛନ୍ତି।
କିନ୍ତୁ ରନ୍ ପାଇଁ ସବୁବେଳେ ଭୋକିଲା ରହୁଥିବାରୁ ଏଥିପାଇଁ ତାଙ୍କୁ କ’ଣ ପ୍ରେରିତ କରୁଛି ବୋଲି ପ୍ରଶ୍ନରେ କୋହଲି ଅବସର ବିଷୟରେ ସଙ୍କେତ ଦେଇଥିଲେ। କୋହଲି କହିଥିଲେ, ଜଣେ କ୍ରୀଡ଼ାବିତ୍ ଭାବେ ଦିନେନା ଦିନେ ଆମ କ୍ୟାରିୟର ଶେଷ ହେବ। ତେଣୁ ମୁଁ କେବଳ ମୋ କର୍ତ୍ତବ୍ୟ କରିଚାଲିଛି। ମୋ କ୍ୟାରିୟରକୁ କିଛି ପାଇପାରି ନଥିବା ଭଳି ସ୍ଥିତିରେ ଛାଡ଼ିପାରିବିନି।
ଆଜି ଯାହା ମୁଁ କରିପାରୁଛି, ସବୁବେଳେ ସେମିତି ଖେଳିପାରିବିନି। ତେଣୁ ମୋର କୌଣସି କାମକୁ ଅଧାବାଟରେ ଛାଡ଼ିପାରିବିନି, ଯେଉଁଥିପାଇଁ ପଶ୍ଚାତାପ କରିବାକୁ ପଡ଼ିବ। ଏପରି କରିବାକୁ ମୁଁ ଆଦୌ ଚାହିବିନି ବୋଲି କୋହଲି କହିଛନ୍ତି। ସେ ପୁଣି କହିଛନ୍ତି, ଯେତେବେଳେ ଥରେ ମୁଁ ମୋ ଲକ୍ଷ୍ୟରେ ପହଞ୍ଚିଯିବି, ତାପରଠୁ ସବୁଦିନ ପାଇଁ ଚାଲିଯିବି। ଏହାପରେ କିଛି ଦିନ ପାଇଁ ମୋତେ କେହି ଦେଖିବାକୁ ପାଇବେନି। ଭବିଷ୍ୟତ ବିଷୟରେ ଏହି ସମୟରେ ଚିନ୍ତା କରିବି। ତେଣୁ ଯେପର୍ଯ୍ୟନ୍ତ ଖେଳୁଥିବି, ସେତେବେଳ ପର୍ଯ୍ୟନ୍ତ କ୍ରିକେଟ୍କୁ ସବୁକିଛି ଦେଇଦେବି। ଏହା ହିଁ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି ବୋଲି କୋହଲି କହିଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର