ଏମିତି ଭିଡ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବି କାଠିଗର ପାଠ ହୋଇପଡିଛି । ଏହାରି ମଧ୍ୟରେ ଭିଡକୁ ଦୃଷ୍ଟିରେ ରଖି ମନ୍ଦିରର ବଢିଛି ସୁରକ୍ଷା ବ୍ୟବସ୍ଥା । ଯେପରି କିଛି ଅନୁବିଧା ନହେଉ ସେଥିପାଇଁ ATS ଓ RAF ଯବାନଙ୍କୁ ମନ୍ଦିର ଭିରକୁ ପଠାଯାଇଛି ।
ଭିଡ ଯୋଗୁଁ ଯେପରି ମନ୍ଦିର ପରିସରରେ କୌଣସି ଅସୁବିଧା ନ ହେଉ ସେଥିପାଇଁ ATS ଓ RAF ଯାବନଙ୍କୁ ଚେକିଂ ପାଇଁ ପଠାଯାଇଛି । ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସକାଳୁ ଲୋକେ ନିଜ ପାଳିକୁ ଅପେକ୍ଷା କରିଛନ୍ତି ।
ଅଯୋଧ୍ୟାରେ ଭିଡ ନିୟନ୍ତ୍ରଣ କରିବାକୁ ଆଖପାଖ ଜିଲ୍ଲାରେ ବି ପୋଲିସ ଖୁବ ଆକ୍ଟିଭ୍ ହୋଇଯାଇଛି । ଅଯୋଧ୍ୟାରୁ 60 କିମି ଦୂରରୁ ପୋଲିସ ପ୍ରବଳ ଭିଡ ହେତୁ ଅଯୋଧ୍ୟା ନଯିବା ପାଇଁ ଲୋକଙ୍କୁ ନିବେଦନ କରୁଛନ୍ତି ।
ସେପଟେ ରାମଲାଲାଙ୍କ ଦର୍ଶନ ପାଇଁ ଭୋର୍ ୩ଟାରୁ ମନ୍ଦିର ବାହାରେ ଲାଗିଛି ଭିଡ଼ । ପ୍ରାଣପ୍ରତିଷ୍ଠା ପରେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ମନ୍ଦିର ବାହାରେ ଜନ ସମୁଦ୍ର । କିଏ କେଉଁ ଦୂର ଦୂରାନ୍ତରୁ ଛୁଟି ଆସିଛନ୍ତି ରାମଲାଲାଙ୍କ ଦର୍ଶନ ପାଇଁ । ରାମଲାଲାଙ୍କ ଦର୍ଶନ କରି ମନ୍ତ୍ରମୁଗ୍ଧ ହେଉଛନ୍ତି ଶ୍ରଦ୍ଧାଳୁ । ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲାଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ୫ ଶତାବ୍ଦୀ ପରେ ଜନ୍ମସ୍ଥାନକୁ ଫେରିଛନ୍ତି ଯୁଗ-ପୁରୁଷୋତ୍ତମ । ଯାହାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ।
କ'ଣ ଖାଇ ବ୍ରତ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ