ରସମଲାଇ ସତେଜ ଛେନାରେ ତିଆରି କରାଯାଏ । କ୍ଷୀରକୁ ବହୁତ ସମୟ ଧରି ଫୁଟା ଯାଏ । ସେଥିରୁ ରାବିଡି ପ୍ରସ୍ତୁତ କରାଯାଏ । ପରେ ସେହି କ୍ଷୀରରେ ମିଠାକୁ ଭିଜାଇ ଦିଆଯାଏ । ସେଥିରେ ବାଦାମ, କେଶର ଓ ପିସ୍ତା ପକାଇ ସିଝା ଯାଇ ଥାଏ । ଏହି ମିଠା ସଵୁ ପୂଜା ପର୍ଵରେ ଘରକୁ ଆସିଥାଏ । ଘରେ ଘରେ ରସମଲାଇ ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି ।
ରସ ମଲାଇ ସାଧାରଣତଃ କ୍ଷୀର ଏବଂ ଛେନାରେ ପ୍ରସ୍ତୁତ କରାଯାଏ । ଏହି ମିଠାକୁ ୪.୪ ଷ୍ଟାର୍ ମିଳିଥିବା ବେଳେ ପୋଲାଣ୍ଡର ସେର୍ନିକକୁ ୪.୫ ଷ୍ଟାର୍ ମିଳିଛି । ପୋଲାଣ୍ଡର ସେର୍ନିକ୍ ଅଣ୍ଡା, ଚିନି ଏବଂ ତ୍ୱରୋଗରେ ପ୍ରସ୍ତୁତ କରାଯାଏ । ତ୍ୱରଗ ଏକ ପ୍ରକାର ଦହି ଛେନା । ଏହି ଛେନା ଖୁବ୍ ନରମ ଏବଂ ଏହା ଜେଲି ପରି ଏବଂ ଛୋଟ ଛୋଟ କଟା ଫଳରେ ସଜା ହୋଇଥାଏ ।