ଗତ ବର୍ଷ ତୁଳନାରେ ଚଳିତ ବର୍ଷର ହୋଲି ସାରା ଦେଶର ବ୍ୟବସାୟରେ ପ୍ରାୟ ୫୦ପ୍ରତିଶତ ଵଢିଛି । ଅନୁମାନ କରାଯାଉଛି ଯେ ଏଥର ୫୦ହଜାର କୋଟିରୁ ଅଧିକ ମୂଲ୍ୟର ସାରା ଦେଶରେ ବ୍ୟବସାୟ କରାଯାଇଛି।।କେବଳ ଦିଲ୍ଲୀରେ ୫ ହଜାର କୋଟି ଟଙ୍କାର ବ୍ୟବସାୟ ସମ୍ଭାବନା କରାଯାଇଛି ।୧୦ହଜାର କୋଟି ଟଙ୍କାର ସାମଗ୍ରୀ ଚାଇନାରୁ ଆସୁଥିଲା ।
ସାଧାରଣ ଲୋକ ମଧ୍ୟ ଚାଇନାର ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ଵନ୍ଦ କରିଛନ୍ତି। ଏଥର ହୋଲି ଉତ୍ସବରରେ ଗ୍ରାହକମାନେ ଚାଇନାରେ ତିଆରି ହୋଇଥିଵା ଜିନିଷକୁ ବଏକଟ୍ କରିଛନ୍ତି । କେବଳ ଭାରତରେ ତିଆରି ହର୍ବାଲ୍ ରଙ୍ଗ ଏବଂ ଗୁଲାଲ୍, ପିଚକରୀ, ବେଲୁନ୍, ଚନ୍ଦନ କାଠ, ପୂଜା ସାମଗ୍ରୀ, ବସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଚୁର ପରିମାଣରେ ବିକ୍ରି ହେଉଛି ।ଲୋକମାନେ ଭୋଜି ପାଇଁ ହଲ୍, ଫାର୍ମ ହାଉସ୍, ହୋଟେଲ, ରେଷ୍ଟୁରାଣ୍ଟ ଏବଂ ସର୍ବସାଧାରଣ ପାର୍କରେ ଏକାଠି ହେବେ। ସଵୁ ଜାଗାରେ ହୋଲି ଉତ୍ସବ ପାଇଁ ଭିଡ ଏବଂ ଛୋଟ ଆୟୋଜନ କରାଯାଉଛି । ହୋଲିର ପର୍ବ ଯେତିକି ପାଖେଇ ଆସୁଛି ସମସ୍ତ ଜାଗାରେ ହୋଲସେଲ ଏବଂ ଖୁଚୁରା ବଜାରରେ ଭିଡ ଜମୁଛି ।