ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
ଲ୍ୟାସି ଷ୍ଟୋଲି କାମ କଣ କରନ୍ତି ?
ଲ୍ୟାସି ଷ୍ଟୋଲି ପେଶାରେ ଜଣେ ସଫ୍ଟୱେର୍ ଡିକୋଡର୍ । ନିକଟରେ ନିଜର ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ଟ୍ରେନର ଜୀବନ ବେଶ ଭଲ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ ସହଜରେ ଯିବା ଆସିବା କରି ହେଉଛି । ଟ୍ରେନରେ ଯାତ୍ରା କରିବା ସମୟରେ ବିଭିନ୍ନ ଭାବନାକୁ ଉପଭୋଗ କରିଛନ୍ତି । ସକାଳର ସୂର୍ଯ୍ୟର କିରଣ, ସନ୍ଧ୍ୟାର ଅସ୍ତ ସୂର୍ଯ୍ୟ ସବୁ ଦେଖିଛନ୍ତି ଏହି ଟ୍ରେନ୍ ଯାତ୍ରାରେ ।
ଦିନର ଅଧାରୁ ଅଧେ ସମୟ ସେ ନିଜ ଲ୍ୟାପଟପରେ ବିତାନ୍ତି । ଯାହା ପାଇଁ ସେ କେତେବେଳେ ଟ୍ରେନରେ ତ ଆଉ କେତେବେଳେ ଯାତ୍ରୀ ମାନଙ୍କ ମଝିରେ ବସି ଯାତ୍ରା କରନ୍ତି । ତେବେ, ସେ ଏପର୍ଯ୍ୟନ୍ତ ୫ଲକ୍ଷ କିମି ଯାତ୍ରା କରିଛନ୍ତି ବୋଲି ଜର୍ମାନୀର ରେଳ ବିଭାଗ ସୂଚନା ଦେଇଛି । ଟ୍ରେନ ଆପ୍ ଦ୍ଵାରା ସେ ନିଜର ଟିକେଟ ବୁକିଂ କରନ୍ତି । କେତେବେଳେ କେଉଁ ଟ୍ରେନରେ ଯିବା ଆସିବା କରିବେ ସେ ନେଇ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି ଲ୍ୟାସି ଷ୍ଟୋଲି ।
ତାଙ୍କ କହିବାନୁସାରେ ଏହି ଜୀବନଶୈଳୀ ଗ୍ରହଣ କରିବାକୁ ନିଜ ପିତାମାତାଙ୍କ ବହୁତ କହିବା ପରେ ସେମାନେ ରାଜି ହୋଇଥିଲେ । ବର୍ତ୍ତମାନ ସେ ନିଜର ଟି-ସାର୍ଟ ଓ ୨ଟି ପ୍ୟାଣ୍ଟରେ ଯାତ୍ରା କରୁଛନ୍ତି ।