ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁରା ଦେଶର ଗରିବ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ମୋଦୀ ସରକାର । ଦେଶରେ ୬ କୋଟିରୁ ଅଧିକ ଲୋକ ଏହାର ସୁବିଧା ପାଇଛନ୍ତି । କିନ୍ତୁ ଓଡ଼ିଶାରେ ଏହାର ଲାଭ କେହି ପାଉନାହାନ୍ତି । କାରଣ ବିଜେଡି ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହିଁ । ବାହାର ରାଜ୍ୟରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଚିକିତ୍ସା ମିଳିପାରୁନାହିଁ । ଏଥିପାଇଁ ଦାୟୀ କିଏ ବୋଲି ପଚାରିଛନ୍ତି ମୋଦୀ।
ମୋଦୀ ଆହୁରୀ ମଧ୍ୟ କହିଛନ୍ତି, ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବା କ୍ଷଣି ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ପାଇବେ ଓଡ଼ିଶାବାସୀ । ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଚିକିତ୍ସା ମୋଦୀ କରିବେ । ସେଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ବହୁତ ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫) ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ଏଥିପାଇଁ ୩୧୯ ଟି ମତଦାନ କେନ୍ଦ୍ର କରାଯାଇଥିବାବେଳେ ସେଥି ମଧ୍ୟରେ ୮ ଟି ସଖୀ ବୁଥ ରହିଛି । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪) ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେବେ । ଏଥିପାଇଁ ୨୬୭ ଟି ବୁଥ ହୋଇଥିବାବେଳେ ୫ ଟି ସଖୀ ବୁଥ କରାଯାଇଥିବା ସୂଚନା ମିଳିଛି ।
ଆଜି ସମସ୍ତ ମତଦାନ କେନ୍ଦ୍ରରେ ପହଞ୍ଚିବେ ପୋଲିଙ୍ଗ୍ ପାର୍ଟି । ଏଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ସହିତ ପୋଲିସଙ୍ଗ ପାର୍ଟିମାନକୁ ପଠାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୫୮୬ ବୁଥ ରହିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଖରା ହେଉଥିବାରୁ ପ୍ରତ୍ୟେକ ବୁତରେ ପାନିୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ ୯୦ ଟି ସମ୍ବେଦନଶୀଳ ଓ ୩୦ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅନ୍ୟପଟେ ବୁଥକୁ ଯାଉଥିବା ପ୍ରିଯାଇଡିଂ ଅଫିସରମାନେ ସମସ୍ତ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଯଦି ଆପଣ ମଧ୍ୟ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ତାହା ପୁଣି ସ୍ୱଳ୍ପ ବଜେଟରେ ତାହେଲେ କେନ୍ଦ୍ର ସରକାର ଆପଣଙ୍କ ପାଇଁ ଆଣିଦେଇଛନ୍ତି ଏକ ସୁବର୍ଣ୍ଣ ସୁଯୋଗ । ଯାହା ଦ୍ଵାରା ଆପଣ ବହୁତ କମ୍ ବିନିଯୋଗରେ ଆୟ କରିପାରିବେ । ଆଜ୍ଞା ହଁ ଆମେ କହୁଛୁ 'ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଓୌଷଧୀ କେନ୍ଦ୍ର' ବିଷୟରେ । ଦେଶରେ କ୍ରମାଗତ ଭାବେ ଏହାର ସଂଖ୍ୟା ବୃଦ୍ଧି ପାଉଛି । ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ହେଉଛି ସରକାରଙ୍କ ଉଦ୍ଦେଶ୍ୟ।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୦,୦୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି ଏବଂ ସରକାରଙ୍କ ତରଫରୁ ଏହାର ସଂଖ୍ୟା ଆହୁରି ବଢ଼ାଇବାକୁ ଗ୍ବରୁତ୍ବ ଦିଆଯାଉଛି। ଏହି ଓୌଷଧ କେନ୍ଦ୍ରଗୁଡିକରେ ୧୮୦୦ ପ୍ରକାରର ଔଷଧ ଏବଂ ୨୮୫ଟି ଡାକ୍ତରୀ ଉପକରଣ ରଖାଯାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରାଣ୍ଡେଡ୍ ଔଷଧ ତୁଳନାରେ ଜନ ଔଷଧୀ କେନ୍ଦ୍ରରେ ଔଷଧ ଗୁଡ଼ିକର ମୂଲ୍ୟ ୫୦ ରୁ ୯୦ ପ୍ରତିଶତ କମ୍ ମୂଲ୍ୟରେ ଉପଲବ୍ଧ ।
ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଖୋଲିବାକୁ ହେଲେ ଆପଣଙ୍କୁ ଏକ ଆବେଦନ କରିବାକୁ ପଡିବ, ଯାହାର ମୂଲ୍ୟ ୫୦୦୦ ଟଙ୍କା ଅଟେ। ଏହି କେନ୍ଦ୍ରଗୁଡିକ ଖୋଲିବାକୁ ହେଲେ ଆବେଦନକାରୀଙ୍କ ପାଖରେ ଡି ଫାର୍ମା କିମ୍ବା ବି ଫାର୍ମାର ସାର୍ଟିଫିକେଟ୍ ରହିବା ଜରୁରୀ ତାସହିତ ଆପଣଙ୍କ ପାଖରେ ୧୨୦ ବର୍ଗଫୁଟର ସ୍ଥାନ ମଧ୍ୟ ଥିବା ଆବଶ୍ୟକ। ସ୍ବତନ୍ତ୍ର ବର୍ଗ ତଥା ସ୍ବତନ୍ତ୍ର କ୍ଷେତ୍ରର ଆବେଦନକାରୀଙ୍କ ପାଇଁ ସରକାରଙ୍କ ତରଫରୁ ଶୁକ୍ଳ ରିହାତିର ମଧ୍ୟ ବ୍ୟବସ୍ଥା ରହିଛି। ପ୍ରଧାନମନ୍ତ୍ରୀ ଜନ ଔଷଧ କେନ୍ଦ୍ର ଖୋଲିବା ପରେ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। କେନ୍ଦ୍ରରେ ମାସକୁ ୫ ଲକ୍ଷ ଟଙ୍କାର ଔଷଧ କିଣିଲେ ୧୫ ପ୍ରତିଶତ ଛାଡ ରହିବ। ନିର୍ଦ୍ଦିଷ୍ଟ ବର୍ଗ କିମ୍ବା ଅଞ୍ଚଳରେ ଭିତ୍ତିଭୂମି ବ୍ୟୟ ପରିଶୋଧ ପାଇଁ ସରକାରଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ଅତିରିକ୍ତ ପ୍ରୋତ୍ସାହନ ରାଶି ଭାବେ ମଧ୍ୟ ଦିଆଯାଉଛି। ଏଥିରେ ଆବେଦନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟସ୍ ହେଉଛି ଆଧାର କାର୍ଡ,ଫାର୍ମାସିଷ୍ଟ ପଞ୍ଜୀକରଣ ପ୍ରମାଣପତ୍ର,ପାନ୍ କାର୍ଡ,ଠିକଣା ପ୍ରମାଣ ଏବଂ ମୋବାଇଲ୍ ନମ୍ବର।
କେମିତି ଆବେଦନ କରିବେ?
ଏହି ପଦକ୍ଷେପଗୁଡିକ ଅନୁସରଣ କରି ଆପଣ ଅନଲାଇନରେ PM Jan Aushadhi Kendra ପାଇଁ ଆବେଦନ କରିପାରିବେ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଥିବା ଆକଳନ କରାଯାଇଛି । ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। କାଁଭାଁ କାଳବୈଶାଖୀ ଦେଖିବାକୁ ମିଳୁଛି ।
ସେହିପରି ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ପରେ ଏହା ଉତର ପୂର୍ବ ଦିଗରେ ଗତି କରିବ । ୨୪ ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ଏହା ବାତ୍ୟାରେ ପରିଣତ ହେବ କି ନାର୍ହିଁ ତାହା ସ୍ପଷ୍ଟ ହେବ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର