ଅପରେସନ୍ ସମୟରେ ଗିରଫଦାରୀରୁ ବଞ୍ଚିବା ପାଇଁ ପାକିସ୍ତାନୀ ନାଗରିକମାନେ ଏଟିଏସ୍ ଅଧିକାରୀଙ୍କ ଉପରେ ନିଜର ଡଙ୍ଗାକୁ ଚଢାଇ ମାରିବାକୁ ଉଦ୍ୟମ କରିଥିଲେ । ତେଣୁ ସେମାନଙ୍କୁ ଜବାବ୍ ଦେବାକୁ ପୋଲିସ୍ ଫାୟାରିଂ କରିଥିଲା । ଏହାପରେ ସନ୍ଦିଗ୍ଧମାନେ ପୋଲିସ ହାତରେ ଧରାପଡିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ସୁରକ୍ଷା ଏଜେନ୍ସିମାନେ ଦୁଇ ଦିନ ଧରି ଅନ୍ତରାଷ୍ଟ୍ରୀୟ ସୀମାରେ ଏହି ଅଭିଯାନ ଚଳାଇଥିଲେ, ଆଉ ଶେଷରେ ସେମାନଙ୍କୁ ସଫଳତା ମିଳିଛି । ଇଣ୍ଡିଆନ୍ କୋଷ୍ଟ ଗାର୍ଡ ବିଶେଷ ସୂତ୍ରରୁ ଏନେଇ ସୂଚନା ପାଇଥିଲା, ଏହାପରେ ଏହାକୁ ରୋକିବାକୁ ସ୍ୱତନ୍ତ୍ର ଅଭିଯାନ ଚଳାଇଥିଲା । ଏହାପରେ ୧୪ ପାକିସ୍ତାନୀ ନାଗରିକଙ୍କ ସହିତ ୬୦୨ କୋଟି ଟଙ୍କାର ଡ୍ରଗ୍ସ ଜବତ ହେଇଛି ।