ସୂଚନା ଅନୁସାରେ ୩୫ ବର୍ଷିୟ ଚନ୍ଦ୍ର ପ୍ରକାଶ ମିଶ୍ର ଭଉଣୀ ବାହାଘରରେ ସୁନା ମୁଦି ଓ ଟିଭି ଗିଫ୍ଟ ଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ଭଉଣୀର ବିବାହ ଆନ୍ତା ୨୬ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି। କିନ୍ତୁ ଏହାଜାଣି ଚନ୍ଦ୍ରପ୍ରକାଶଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ଉପରେ ରାଗିଯାଇଥିଲେ। ଏବଂ ଏହାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା। ସ୍ବାମୀଙ୍କୁ ଦଣ୍ଡ ଦେବା ପାଇଁ ସ୍ତ୍ରୀ ଛବି ନିଜ ଭାଇ ଦ୍ଵାରା ଚନ୍ଦ୍ର ପ୍ରକାଶଙ୍କୁ ଆକ୍ରମଣ କରାଇଥିଲେ। ହସ୍ପିଟାଲରେ ହିଁ ଚନ୍ଦ୍ରପ୍ରକାଶଙ୍କର ମୃତ୍ୟୁ ହୋଇଥିଲା ଚନ୍ଦ୍ରପ୍ରକାଶଙ୍କ ମାତାପିତା ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ କେନ୍ଦ୍ର କରି ସ୍ତ୍ରୀ ଛବି ତାଙ୍କ ଭାଇ ଅନ୍ୟ ତିନି ଜଣଙ୍କୁ ପୋଲିସ ଗିରଫ କରିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର