ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ପରମବୀର ସିଂ ରାବଲୋତ୍ କହିଛନ୍ତି ଯେ, ଆମେ ଟିଓ୍ୱେଲ ପାଖରେ ବସିଥିଲୁ ସେହିସମୟରେ ବିମାନଟି ଖସିପଡିଥିଲା। ଘଟଣାସମ୍ପର୍କରେ ଜାଣିବା ପରେ ତତ୍କ୍ଷଣାତ ପୋଲିସ୍ ଏବଂ ଭାରତୀୟ ବାୟୁସେନା ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର UAV ବିମାନ ଦୁର୍ଘଟଣାଗ୍ରସ୍ତ । ରାଜସ୍ଥାନର ଜୈସଲମେର ପିଥଲା ଅଞ୍ଚଳରେ UAV ବିମାନ କ୍ରାସ ହୋଇଥିବା ସୂଚନା। ତେବେ ଏହି ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁ ଘଟିଥିବା କୁହାଯାଉଛି। ବିମାନଟି ନିୟମିତ ଉଡାଣରେ ଥିଲାବେଳେ ଘଟିଥିଲା ଦୁର୍ଘଟଣା। UAV ର କ୍ରାସରେ କେହି ମୃତାହତ ଥିବାର ସୂଚନା ନାହିଁ। ପୋଲିସ୍ ଅଧୀକ୍ଷକ ସୁଧୀର ଚୌଧୁରୀ କହିଛନ୍ତି, ଏହା ଏକ ଅନୁସନ୍ଧାନକାରୀ ବିମାନ ହୋଇପାରେ ।
ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ପରମବୀର ସିଂ ରାବଲୋତ୍ କହିଛନ୍ତି ଯେ, ଆମେ ଟିଓ୍ୱେଲ ପାଖରେ ବସିଥିଲୁ ସେହିସମୟରେ ବିମାନଟି ଖସିପଡିଥିଲା। ଘଟଣାସମ୍ପର୍କରେ ଜାଣିବା ପରେ ତତ୍କ୍ଷଣାତ ପୋଲିସ୍ ଏବଂ ଭାରତୀୟ ବାୟୁସେନା ର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ପୁରୀ: ଆସନ୍ତାକାଲି ୬ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଆସନ୍ତାକାଲି ସନ୍ଧ୍ୟା ୬ ଟା ଠାରୁ ରାତ୍ର ୧୨ ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବୈଶାଖ କୃଷ୍ଣ ଅମାବାସ୍ୟା ତିଥି ବୁଧବାରରେ ମହାପ୍ରଭୁଙ୍କର ହେବ ବନକଲାଗି ନୀତି । ଆସନ୍ତାକାଲି ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ହେବ ବନକଲାଗି ନୀତି । ଶ୍ରୀମୁଖ ସିଂହାର ହେବେ ଚତୁର୍ଦ୍ଧାମୂର୍ତ୍ତି ।
ଏଥିସହିତ ମହାପ୍ରଭୁଙ୍କ ଅଣସର ପିଣ୍ଡିରେ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦିତ ହେବ । ଏସବୁ ଗୁପ୍ତ ନୀତି ହୋଇଥିବାରୁ ମହାପ୍ରଭୁଙ୍କ ଦର୍ଶନରୁ ୬ ଘଣ୍ଟା ପାଇଁ ବଞ୍ଚିତ ରହିବେ ଭକ୍ତ ଶ୍ରଦ୍ଧାଳୁ ।
ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସଂଧ୍ୟା 6ଟା ଠାରୁ ରାତି 10 ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ 4ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ । ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ।
ଆହୁରି ପଢନ୍ତୁ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି; ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମସ୍ତେ ଚାହାନ୍ତି କି କମ ପରିଶ୍ରମରେ ନିଜର ଓଜନ କମାଇବା ପାଇଁ । ଯଦି ଏମିତି କିଛି ଆପଣବି ଚାହୁଁଛନ୍ତି ତେବେ କିସମିସ୍ ପାଣି ପିଅନ୍ତୁ ।କିସମିସ୍ ପାଣି ପିଇବା ଦ୍ଵରା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ। ଏହି ଶୁଖିଲା ଫଳର ପାଣି ପିଇବାର ସୁବିଧା ଏବଂ ଅସୁବିଧା କ’ଣ ଜାଣନ୍ତୁ
କିସମିସ୍ ଏକ ଭଲ ଶୁଖିଲା ଫଳ ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ମିଳିଥାଏ । କିସମିସ୍ ଖାଇବାର ଅନେକ ଲାଭ ଅଛି ଆଜିକାଲି କିସମିସ୍ ପାଣି ବହୁତ ଚର୍ଚ୍ଚାରେ ।ଅନେକ ଲୋକ ବିଶ୍ୱାସ କରନ୍ତି କି କିସମିସ୍ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେଇଥାଏ ।ଏହି ଶୁଖିଲା ଫଳରେ ପ୍ରାକୃତିକ ଚିନି, ଭିଟାମିନ୍ ଏବଂ ମିନେରାଲ୍ସ ରହିଥାଏ ଯାହା ଏହାକୁ ଖାଇବା ଦ୍ଵାରା ସୁସ୍ଥ କରିଥାଏ। ତେଣୁ କିସମିସ୍ ପାଣି ପିଇବା ଦ୍ୱାରା ଅନେକ ଲାଭ ମିଳିପାରେ କିନ୍ତୁ ଏହାର କିଛି ଅସୁବିଧା ମଧ୍ୟ ହୋଇପାରେ । ଏଠାରେ ଆମେ ଏହାର ସୁବିଧା ଏବଂ ଅସୁବିଧା ବିଷୟରେ କହୁଛୁ ।
କିସମିସ୍ ଜଳର ଉପକାର :-
ଓଜନ ହ୍ରାସ କରିବାରେ ସହାୟକ ହୁଏ:-କିସମିସ୍ ପାଣିରେ କମ୍ ପରିମାଣର ପ୍ରାକୃତିକ ଚିନି ରହିଥାଏ। ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଅନ୍ତନଳୀକୁ ସଫା ରଖେ:-କିସମିସରେ ପ୍ରଚୁର ପରିମାଣର ଫାଇବର ଥାଏ ଯାହା ଆପଣଙ୍କ ଅନ୍ତନଳୀକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ
ଶକ୍ତିଶାଳୀ: କିସମିସରେ ପ୍ରାକୃତିକ ଚିନି ରହିଥାଏ ଯାହା ଶରୀରକୁ ଶକ୍ତି ଯୋଗାଇଥାଏ । ଏହା ଆପଣଙ୍କ ଶରୀରକୁ ଶକ୍ତିଶାଳୀ ଏବଂ ଉତ୍ସାହିତ ରଖେ
କିସମିସ୍ ଜଳର ଅସୁବିଧା :-
ଅତ୍ୟଧିକ କ୍ୟାଲୋରୀ: କିସମିସରେ ଚିନି ସହିତ ଅଧିକ ପରିମାଣର କ୍ୟାଲୋରୀ ଥାଏ । ଅଧିକ ପରିମାଣର କିସମିସ୍ ପାଣି ପିଇଲେ ଓଜନ ବଢିପାରେ ।
ହାଇ ଗ୍ଲାଇସେମିକ୍ ଇଣ୍ଡେକ୍ସ: କିସମିସ୍ ପାଣିରେ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ମଧୁମେହ ରୋଗୀଙ୍କ ପାଇଁ ପରିଚାଳନା କରିବା କଷ୍ଟକର ହୋଇପାରେ ତେଣୁ କିସମିସ୍ ପାଣି ପିଇବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ଆହୁରି ମଧ୍ୟ ଏହାକୁ ଅଳ୍ପ ପରିମାଣରେ ଖାଇବା ଏବଂ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ କରନ୍ତୁ ସୁସ୍ତ ରୁହନ୍ତୁ ।
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର
ଅର୍ଗସ ବ୍ୟୁରୋ: ବସ୍ ଚକା ତଳେ ଖସିପଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରାହୁଲ ନାୟକ ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ହିଞ୍ଜିଳି ଥାନା ଅନ୍ତର୍ଗତ ରାଲବ ଗ୍ରାମରେ ରାହୁଲଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।
ସୂଚନା ଅନୁସାରେ ବସଟି ହିଞ୍ଜିଳିରୁ ପୁରୁଷୋତ୍ତମପୁର ଯିବା ସମୟରେ ହଠାତ ଭାରସାମ୍ୟ ହରେଇବା ଫଳରେ ରାହୁଲ ହଠାତ ବସ ଚକା ତଳେ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର