ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆକ୍ଟିଭ ମୋଡ଼ରେ କଂଗ୍ରେସ । ଆଜି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ହେଲିକପ୍ଟରରେ ସତ୍ୟଭାମାପୁର ଯିବେ । ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସାଲେପୁର ଯାଇ ଜନସଭାକୁ ସମ୍ବୋଧିତ କରିବେ । ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ତାର ମୁଦ୍ଦାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛି। କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ, କିନ୍ତୁ କଂଗ୍ରେସ ବର୍ତ୍ତମାନ ଆକ୍ଟିଭ ମୋଡରେ ରହିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଜଗତସିଂହପୁର : ଶନିଶ୍ଚରଙ୍କୁ ଜଳଲାଗି କରିବାବେଳେ ଘଟିଲା ଅଘଟଣ। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ କନିମୂଳ ଶନିଶ୍ଚର ମନ୍ଦିରରେ ଶନିଶ୍ଚର ଯଜ୍ଞ ପାଇଁ ଶନି ଠାକୁରଙ୍କୁ ଜଳଲାଗି କରିବାକୁ ଶତାଧିକ ଶ୍ରଦ୍ଧାଳୁ ମହାନଦୀ ପଠାରୁ ଜଳ ଆଣୁଥିଲେ। ଏହି ସମୟରେ କନିମୂଳ ଗ୍ରାମର ଆଲୋକ ସାମଲଙ୍କ ଧର୍ମପତ୍ନୀ ସେଠାରେ ସନି ଠାକୁରଙ୍କୁ ଜଳଲାଗି କରୁଥିଲେ। ତାଙ୍କ ସହିତ ତାଙ୍କର ୧୨ ବର୍ଷ ର ବାଳକ କାହ୍ନା ସାମଲ ମହାନଦୀ ପଠାରେ ଗାଧୋଉଥିଲେ।
ଏହି ସମୟରେ ଶ୍ରଦ୍ଧାଳୁ ମାନଙ୍କ ପେଲା ଠେଲା ରେ ନଦୀ ବୁଡିଯାଇଥିଲେ। କିଛି ସମୟପରେ ସେଠାରେ ଜଳଲାଗି କରୁଥିବା ବ୍ୟକ୍ତି କାହ୍ନା କୁ ନଦୀରେ ବୁଡି ଯାଉଥିବା ଦେଖିଥିଲେ। ସେ ତୁରନ୍ତ ବାଳକକୁ ପାଣି ଭିତରୁ ଉଦ୍ଧାର କରିବା ସହିତ ଉପସ୍ଥିତ ଥାନା ଅଧିକାରୀ ଙ୍କ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ସେଠାରେ ପହଞ୍ଚି ବାଳକ କୁ ତୁରନ୍ତ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର କାହ୍ନା କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଗତ କାଲି ଅହମ୍ମଦାବାଦ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ଗୁଜୁରାଟ ଟାଇଟନ୍ସ । ଚେନ୍ନାଇର ସମସ୍ତ ଯୋରଦାର ଆଟାକ କରିଥିଲେ ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଏହି ମ୍ୟାଚରେ ଉଭୟ ବ୍ୟାଟର ଦମଦାର ଶତକ ହାସଲ କରିବା ସହିତ ଦଳକୁ ଏକ ବିଶାଳ ସ୍କୋରର ଲକ୍ଷ୍ୟ ଦେଇଛି ଗୁଜୁରାଟ ।
ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ । ଦଳର କୌଣସି ବୋଲର ଗୁଜୁରାଟର ଓପନରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରି ନାହାନ୍ତି । ତେବେ ଏହାର ଫାଇଦା ଉଠାଇ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ଗୁଜୁରାଟର ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚରେ ଉଭୟ ଓପନର ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ।
ଅଧିକ ପଢନ୍ତୁ ଖେଳ ଖବର
ଶୁଭମନ ମାତ୍ର ୫୨ ବଲରୁ ୯ଟି ଚୌକା ଏବଂ ୬ଟି ଛକା ସହିତ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ ୫୦ ବଲରୁ ଶତକ ହାସଲ କରିଛନ୍ତି । ତେବେ ୫ଟି ଚୌକା ଏବଂ ୭ଟି ଛକା ସହ ଶତକ ପୂରଣ କରିବା ପରେ ସାଇ(୧୦୩) ତୁଷାର ଦେଶପାଣ୍ଡେଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଏହାପରେ ଗିଲ୍(୧୦୪) ମଧ୍ୟ ଏହି ଓଭରର ଶେଷ ବଲରେ ନିଜ ୱିକେଟ ହରାଇଥିଲେ ।
ଅର୍ଗସ ବ୍ୟୁରୋ : ବର୍ତ୍ତମାନ ସମୟରେ ସମସ୍ତେ କିଛି ନା କିଛି କାମରେ ଵ୍ୟସ୍ତ ରହୁଛନ୍ତି । ତାରି ଭିତରେ ସମସ୍ତଙ୍କ ପାଖରେ ଅନେକ ରୋଗ ଦେଖାଯାଉଛି ଏବେ । ଆପଣଙ୍କର ହାତ ଏବଂ ଆଙ୍ଗୁଠିରେ ଯଦି ପ୍ରବଳ ଯନ୍ତ୍ରଣା ହେଉଛି ଏହି ରୋଗର କାରଣ ହୋଇପାରେ।
ଆପଣ ଆଙ୍ଗୁଠି,ପାପୁଲି ବେଳେବେଳେ ପୁରା ହାତରେ ଭାର ବହନ କରିଥାନ୍ତି । ସେଥିପାଇଁ ପ୍ରବଳ ଯନ୍ତ୍ରଣା ଅନୁଭବ ହୁଏ । ବିଶେଷକରି ଯେତେବେଳେ ଆପଣ ଏକ କମ୍ପ୍ୟୁଟର କିମ୍ବା ଲାପଟପ୍ ରେ କାମ କରନ୍ତି ଯଦି ଏହା ଘଟେ ତେବେ ଏହା କାର୍ପାଲ ଟନେଲ ସିଣ୍ଡ୍ରୋ ହୋଇପାରେ । କାର୍ପାଲ ଟନେଲ ସିଣ୍ଡ୍ରୋମ ହାତ ଏବଂ ହାତଗୋଡ଼ରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ଏହି ସିଣ୍ଡ୍ରୋମ ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଅଧିକ ହୋଇଥାଏ। ପ୍ରାୟତଃ ଏହି ସମସ୍ୟା ୩୦ ବର୍ଷ ପରେ କିମ୍ବା ଗର୍ଭଧାରଣ ସମୟରେ ଆରମ୍ଭ ହୋଇଥାଏ । ତଥାପି ବେଳେବେଳେ ଗୋଟିଏ ହାତର ଅତ୍ୟଧିକ ବ୍ୟବହାର, କମ୍ପ୍ୟୁଟର କିମ୍ବା ଲାପଟପ୍ ଉପରେ ଅଙ୍ଗୁଳି ଉଠାଇବା କିମ୍ବା ହାତର ସ୍ଥିତି ଯୋଗୁଁ ଏହା ଘଟିଥାଏ ।
କାର୍ପାଲ ଟନେଲ ସିଣ୍ଡ୍ରୋମ ଆରମ୍ଭ ହୁଏ ଯେତେବେଳେ ସେବେ ଯଦି ଯତ୍ନ ନିଆଯାଏ ନାହିଁ ତେବେ ସମସ୍ୟା ବଢିବାରେ ଲାଗେ । ଏହି ଅବସ୍ଥାରେ ଆଙ୍ଗୁଠିର ମଧ୍ୟମ ଏବଂ ରିଙ୍ଗ ଆଙ୍ଗୁଠିରେ ଯନ୍ତ୍ରଣା ହୁଏ ।ଅନେକ ଥର ପୁରା ହାତଗୋଡ, କାନ୍ଧ ଏବଂ ଆଙ୍ଗୁଠିରେ ଯନ୍ତ୍ରଣା ହୁଏ ।
କାର୍ପାଲ ଟନେଲ୍ କ’ଣ
କାର୍ପାଲ୍ ଟନେଲ୍ ହେଉଛି ଏକ ସଂକୀର୍ଣ୍ଣ ରୋଗ ଯାହା ହାଡ ଏବଂ ଅନ୍ୟ କୋଷମାନଙ୍କୁ ନେଇ ତିଆରି ହୁଏ ।ଆମ ଶରୀରରେ ଆଙ୍ଗୁଠି, ମଧ୍ୟମ ଆଙ୍ଗୁଠି ଏବଂ ରିଙ୍ଗ ଆଙ୍ଗୁଠି ସହିତ ମଧ୍ୟମ ସ୍ନାୟୁ ଯୋଡି ହୋଇ ରହିଛି । ଏହା ହେବାର ମୁଖ୍ୟ କାରଣ କୀବୋର୍ଡ୍ କିମ୍ବା ମାଉସ୍ ର ଅତ୍ୟଧିକ ବ୍ୟବହାର କରିବା ସହ ଅଧିକ ସମୟ ଟାଇପିଂ କରିବା ,ଜେନେଟିକ୍ସ,ମଧୁମେହ,ଥାଇରଏଡ୍ ସମସ୍ୟା,ଉଚ୍ଚ ରକ୍ତଚାପ ଖାଲି ସେତିକି ନୁହେଁ ଅତ୍ୟଧିକ ମଦ୍ୟପାନ କରିବା ମଧ୍ୟ ଏହାରର ଏକ କାରଣ ।
ଅଧିକ ପଢ଼ନ୍ତୁ ଦେଶ ଖବର: