୮ ତାରିଖ -
() ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡ଼ା ଓ ଭବାନୀପାଟଣାରେ କରିବେ ପ୍ରଚାର
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ କୋରାପୁଟର ତିନିଟି ସ୍ଥାନରେ କରିବେ ଜନସଭା
୯ ତାରିଖ -
() କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପୁରୀ କୃଷ୍ଣ ପ୍ରସାଦରେ ବିରାଟ ସମାବେଶ
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ନବରଙ୍ଗପୁରର ତିନିଟି ସ୍ଥାନରେ ସଭା
() ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୁଣ୍ଡା ଓ ଖଲ୍ଲିକୋଟରେ କରିବେ ପ୍ରଚାର
୧୦ ତାରିଖ
() ପୁଣି ଥରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ। ସନ୍ଧ୍ୟା ୬ ଟାରେ ଭୁବନେଶ୍ଵରରେ ବିଶାଳ ରୋଡ ସୋ କରିବେ ମୋଦି। ମାଷ୍ଟର କ୍ୟାଣ୍ଟନରୁ ବାଣୀବିହାର ପର୍ଯ୍ୟନ୍ତ ରହିଛି ପିଏମଙ୍କ ରୋଡ଼ ସୋ ପ୍ରୋଗ୍ରାମ୍।
୧୧ ତାରିଖ
୧୧ ତାରିଖରେ ରହିଛି ପ୍ରଧାନମନ୍ତ୍ରୀଙ୍କ ତିନିଟି ବିଶାଳ ଜନସଭା। କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ଜନତାଙ୍କୁ ସମ୍ବୋଧନ କରିପାରନ୍ତି ମୋଦି।
୧୨ ତାରିଖ
ପୁଣି ଥରେ ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ । ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସ୍ଥାନରେ ରହିଛି ଗୃହ ମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ
ସେହିପରି ଆଗକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନିଙ୍କଠୁ ନେଇ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀଙ୍କ ଭଳି ଆଗ ଧାଡ଼ିର ନେତା ଓଡିଶା ଆସି ପ୍ରଚାର କରିବାର ରହିଛି କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ ଓଡ଼ିଶା ଖବର