ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ଓ୍ବିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ ଅଭିଜ୍ଞ ନାସା ମହାକାଶଚାରୀ ସମସ୍ତେ ବୋଇଙ୍ଗର ଷ୍ଟାରଲିନର୍ ମହାକାଶଯାନରେ ମହାକାଶକୁ ଯିବେ। ଏହା ପ୍ରଥମ ମାନବ ମହାକାଶଯାନ ହେବ। ନାସା ଅନୁଯାୟୀ, ୟୁନାଇଟେଡ ଲଞ୍ଚ ଆଲାଇନ୍ସ ଆଟଲାସ ଭି ରକେଟ ଏବଂ ବୋଇଙ୍ଗ ଷ୍ଟାରଲିନର୍ ମହାକାଶଯାନ କେନେଡି ସ୍ପେସ ସେଣ୍ଟରରୁ ଆଜି ସକାଳ ୮ଟାରେ ଉତକ୍ଷେପଣ କରାଯିବ। ଏହି ମିଶନ ପରିଚାଳନା କରିବେ ସୁନୀତା ୱିଲିୟମ୍ସ। ୱିଲିୟମ୍ସ ଦୁଇଟି ମିଶନରେ ମହାକାଶରେ ସମୁଦାୟ ୩୨୨ ଦିନ ବିତାଇଛନ୍ତି, ଯାହା ଏକ ରେକର୍ଡ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ମୋ ପୋଲିସର ଦାଦାଗିରି । ବିଜେପି ପ୍ରାର୍ଥୀଙ୍କ ଘରେ ପହଞ୍ଚି କରୁଛି ହଇରାଣ । ଟିଟିଲାଗଡ଼ ବିଜେପି ପ୍ରାର୍ଥୀ ନବୀନ ଜୈନଙ୍କ ଘରେ ଟିଟିଲାଗଡ଼ ପୋଲିସ କରୁଛି ହଇରାଣ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନବୀନ ଜୈନଙ୍କ ପତ୍ନୀ ତଥା ଟିଟିଲାଗଡ ପୌରଧ୍ୟକ୍ଷା ମମତା ଜୈନ ଘରେ ଏକା ଥିବା ବେଳେ ବିନା କୌଣସି ମହିଳା ପୋଲିସଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ ରାଜନାଥ। ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର। କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିଛନ୍ତି ଧର୍ମେନ୍ଦ୍ର। ଶିକ୍ଷା ବିଭାଗର ମନ୍ତ୍ରୀ ହୋଇ ଯାହା କରିଛନ୍ତି ତାହା ଖୁବ୍ ପ୍ରଶଂସନୀୟ ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁଗମ୍ଭୀର ବ୍ୟକ୍ତିତ୍ୱ, କୃତୀକୁ ପ୍ରଶଂସା କରିଛନ୍ତି ରାଜନାଥ। ଏଭଳି ବ୍ୟକ୍ତିତ୍ୱକୁ ଚୁପ୍ କରି ବସାଇଦେବା ଉଚିତ୍ ନା ଆଗକୁ ଛାଡିବା ଉଚିତ ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ରାଜନାଥ ସିଂ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ଭୋଟିଂ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁସାରେ, ଶନିବାର ସନ୍ଧ୍ୟା ୬ଟାରୁ ପ୍ରଚାର ସରିଛି । ସମସ୍ତ ରାଜନୈତିକ ଦଳ ଶନିବାର ଠାରୁ ପ୍ରଚାର ବନ୍ଦ କରିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏ ଦିଗରେ କଟକଣା କଡ଼ାକଡ଼ି କରାଯାଇଛି । ଆଜି ସକାଳୁ ଡିସ୍ପୋଜାଲ ସେଣ୍ଟରରୁ ବୁଥ ଅଭିମୁଖେ ପୋଲିଂ ଅଧିକାରୀ ବାହାରିବା ଆରମ୍ଭ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏନେଇ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ୨୫୭ଟି ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପାଇଁ ୨୫୮ଟି ପୋଲିଂ ବୁଥ କରାଯାଇଛି । ସେହିଭଳି ଉଭୟ ନିର୍ବାଚନ ମଣ୍ଡଳୀର ୪୦ଟି ଲେଖାଏ ସଖୀ ବୁଥରେ ସମସ୍ତ ମହିଳା ଅଧିକାରୀ ଓ କର୍ମଚାରୀ ରହିବେ । ଉଭୟ ନିର୍ବାଚନ ମଣ୍ଡଳୀରେ ୨ଟି ଲେଖାଏଁ ବୁଥ ଦିବ୍ୟାଙ୍ଗ ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେବ ।