ସେଠାରେ ଉପସ୍ଥିତ ଥିବା କିଛି ଲୋକ କହିଛନ୍ତି ପିଲାମାନେ ଖେଳୁଥିବା ସମୟରେ ଏକ ବୋମା ଉଠାଇ ବଲ ଭାବି ଏହାକୁ ଖେଳୁଥିଲେ ସେତେବେଳେ ଏହା ଫାଟିଯାଇଥିଲା । ସେଠାରେ ଖେଳୁଥିବା ଅନେକ ପିଲା ବିସ୍ଫୋରଣରେ ଆହତ ହୋଇଥିଲେ। ସ୍ଥାନୀୟ ଲକେ ତୁରନ୍ତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେଠାରେ ଜଣେ ୧୧ ବର୍ଷୀୟ ବଳକକୁ ଡାକ୍ତର ମୃତ ଘୋଷଣା କରିଥିଲା । ଆଉ ଜଣେ ଶିଶୁ ମଧ୍ୟ ହାତ ହରାଇଛନ୍ତି ।ବର୍ତ୍ତମାନର ବଡ ପ୍ରଶ୍ନ କି ବୋମା କେଉଁଠୁ ଆସିଲା ଏବଂ କେମତି ଆସିଲା ତାହାକୁ ତଦନ୍ତ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଲୋକ ମାନେ ଧାରଣାରେ ବସିଛନ୍ତି, ଯେପର୍ଯ୍ୟନ୍ତ ଯାଞ୍ଚ ଆଦେଶ ଦିଆ ନ ଯାଇଛି ସେବେ ପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି କହିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର