ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ଅଫିସ୍ରେ ଦ୍ୱିପ୍ରହରରେ ସମୟରେ ଦୁର୍ବଳ ଲାଗିବା, ହାଲକା ନିଦ ଆସିବା ଏବଂ ଥକାନ ଅନୁଭବ ହେବା ଏକ ସାଧାରଣ କଥା। ହେଲେ ଏସମସ୍ୟା ଯୋଗୁ ଆପଣଙ୍କ କାମରେ ମଧ୍ୟ ପ୍ରଭାବ ପଡିଥାଏ। ଏଭଳି ସମୟରେ ଆପଣ କଣ କରିବା ଦରକାର ଆସନ୍ତୁ ଜାଣିବା । କାର୍ଲିଫୋର୍ନିଆର ଡେବିସର ନ୍ୟୁଟ୍ରିଶନିଷ୍ଟ ଡା. କ୍ରିଷ୍ଟୋଫର ରୋଡସ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ମଧ୍ୟାହ୍ନରେ ଥକାନ ଅନୁଭବ ହେଉଛି ସେତେବେଳେ ବ୍ୟକ୍ତି ଅଧିକ ପାଣି ପିଇବାରେ ଲାଗିଥାନ୍ତି। କାରଣ ଦୁର୍ବଳ ଅନୁଭବ ନେହେବା ଲାଗି ଏପରି କରିଥାନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଶରୀରରେ କୈଫିନ୍ ର ମାତ୍ରା ବଢିଯାଇଥାଏ। ଯେଉଁଥିପାଇଁ ରାତିରେ ଆପରଙ୍କୁ ନିଦ ଆସିନଥାଏ। ଡ. କିଷ୍ଟ୍ରୋଫର କିଛି ମାଧ୍ୟମ କହିଛନ୍ତି ଯାହା ଦ୍ୱିପ୍ରହର ସମୟରେ ଦୁର୍ବଳ ଅନୁଭବରୁ ରକ୍ଷା କରିବ।
୧- ପେଟପୁରା ଖାଆନ୍ତୁ ନାହିଁ
ରୋଡ୍ସ କହିଛନ୍ତି ଯେତେବେଳେ ସମୟ ମିଳୁଛି କିଛି ନା କିଛି ଖାଇବା ଦ୍ୱାରା ନିଦ ଆସିଥାଏ। ଏବଂ ବ୍ଲଡ ସୁଗର ଅନାବଶ୍ୟକ ଭାବେ ବଢିଯାଇପାରେ। ଛୋଟ ସ୍ନାକ୍ସ ସବୁବେଳେ ଭୋକ ମେଣ୍ଟାଇନଥାଏ। ବହୁତମାତ୍ରାରେ ଏପରି ସ୍ନାକ୍ସ ଅଛି ଯେଉଁଥିରେ କିଛି ଏପରି ଉପାଦାନଗୁଡିକ ଥାଲ ଯାହା ଆପଣଙ୍କୁ ଅଧିକ ଖାଇବା ପାଇଁ ବାଧ୍ୟ କରିଥାଏ। ସେଥିପାଇଁ ଏପରି ଛୋଟ ଛୋଟ ମିଲ୍ସ ଖାଇବାକୁ ଆଭୋଏଡ୍ କରନ୍ତୁ।
୨- ଅଧିକ ଚିନି ଥିବା ଖାଦ୍ୟରୁ ଦୁରେଇ ରୁହନ୍ତୁ
ରୋଡ୍ସଙ୍କ ଅନୁସାରେ ଆପଣଙ୍କୁ ପୁରା ଦିନ ଆପଣଙ୍କ ଗ୍ଲୁକୋଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଦରକାର। ଗ୍ଲକୋଜ ଯାହା ଚିନିର ଏକ ସରଳ ରୂପ। କାରଣ ଆପଣ ଯାହା ମିଠା ଖାଉଛନ୍ତି ତାହା ଆମ ଶରୀରରେ ଗ୍ଲୁକୋଜ ଭାବେ ଷ୍ଟୋର ହୋଇଥାଏ। ଏବଂ ଏହା ଶକ୍ତି ପ୍ରଦାନ କରିଥାଏ। ଯଦି ଆପଣଙ୍କ ଗ୍ଲୁକୋଜ ଲେବଲ ହାଇ ରହିବ ତେବେ ଆପଣ ଥକାନ ଅନୁଭବ କରିବେ। ଏଥିପାଇଁ ଏକ୍ସପୋର୍ଟ କୁହନ୍ତି ବ୍ଲଡ ସୁଗାର ଅଧିକ ହେବା ଦରକାର ନାହିଁ କି କମ ହେବା ଦରକାର ନାହିଁ। ବାଲାନ୍ସ ରହିବା ଦରକାର।
୩-କଫି ପିଇବା ବନ୍ଦ କରନ୍ତୁ
ରୋଡ୍ସ ଙ୍କ ଅନୁସାରେ ନିଦ ଆସିଲେ ଲୋକ ମାନେ କଫି ପିଅନ୍ତି। ଏପରି କରିବାରୁ ବଞ୍ଚନ୍ତୁ। କାରଣ କଫିରେ ଚିନି ମିସେଇକି ପିଇଲେ ଗ୍ଲୁକୋଜ ବଢିପାରେ। ତେଣୁ କଫି ଆପେକ୍ଷା ଗ୍ରୀନ ଟି ପିଇ ପାରିବେ। କାରଣ ଏଥିରେ କୈଫିନ ଥାଏ କିନ୍ତୁ ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଏଲ-ଥେନାଇନ୍ ପରି ଅନ୍ୟ କମ୍ପାଉଣ୍ଡ ମଧ୍ୟ ରହିଥାଏ। ଏଲ-ଥେନାଇନ୍ ଏକ ଏମୋନିଆ ଏସିଡ ଯାହା ଷ୍ଟ୍ରେସ, ଇମ୍ସୋମ୍ନିୟା ଏବଂ ଏବଂ ଏଙ୍ଗଜାଇଟ୍ କୁ କମ କରିବାରେ ସାହାଯ୍ୟ କରିଥାଏ। ।
ଅଧିକ ପଢନ୍ତୁ ଭାରତ ଖବର
ପୁରୀ : ଟିକେଟ୍ ଫେରାଇଲେ ସୁଚରିତା ମହାନ୍ତି । ପୁରୀ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଥିବା ସୂଚନା ରହିଛି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ପଠାଇଛନ୍ତି ଇ-ମେଲ । ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇଥିବା AICCକୁ ଜଣାଛନ୍ତି । ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର
ଲୋକସଭା ଅଧୀନ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି । ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲି ବୋଲି କହିଛନ୍ତି ସୁଚରିତା । ତେବେ ମେ ୨୫ରେ ତୃତୀୟ ପର୍ଯ୍ୟାୟରେ ହେବ ପୁରୀରେ ନିର୍ବାଚନ । ତୃତୀୟ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ୬ ତାରିଖ ।
ଅର୍ଗସ ବ୍ୟୁରୋ : ଆଜି ଓଡିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କର । ଭୁବନେଶ୍ବରରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପର ସାମ୍ବାଦିକ ସମ୍ମିଳନୀ କରିବେ । ସେହିପରି ଆସନ୍ତାକାଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସୁଥିବା ସୂଚନା ରହିଛି । ଭୁବନେଶ୍ବରରେ ନଡ୍ଡାଙ୍କର ରହିଛି ଦଳୀୟ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ : ୫ରେ ପୁଣି ଓଡିଶା ଆସୁଛନ୍ତି ଜେପି ନଡ୍ଡା
ଆଗକୁ ନିର୍ବାଚନ ଥିବାବେଳେ କେନ୍ଦ୍ରୀୟ ନେତାଙ୍କ ତୋଫାନୀ ଓଡିଶା ଗସ୍ତ ଦେଖିବାକୁ ମିଳିଛି । ପ୍ରଥମେ ଅମିତ ଶାହ, ପରେ ଜେପି ନଡ୍ଡା , ପୁଣି ଏସ ଜୟଶଙ୍କର ଓ ପୁଣି ନଡ୍ଡା ଆସୁଥିବା ସୂଚନା ରହିଛି । ଓଡିଶାରେ ନିର୍ବାଚନର ରଣକ୍ଷେତ୍ରକୁ ପ୍ରସ୍ତୁତ କରିବା ପାଇଁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ଆଗମନ ଓଡିଶାର ମାହୋଲକୁ ଆଙୁରି ସରଗରମ କରିଛି ।
ଅର୍ଗସ ବ୍ୟୁରୋ : 14ରେ ବାରାଣସୀ ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଆସନ୍ତା 13 ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି । ବାରାଣସୀରେ ଲୋକସଭା ଆସନରେ ଜୁନ 1ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ।
ଅଧିକ ପଢନ୍ତୁ : ଆଜି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
2014ରେ ପ୍ରଥମ ଥର ପାଇଁ ମୋଦି ବାରାଣସୀ ଆସନରୁ ନିର୍ବାଚନ ଲଢ଼ିଥିଲେ ।