ଆଜିକାଲି ଇନଷ୍ଟାଗ୍ରାମର ରିଲ୍ସ ଟ୍ରେଣ୍ଡ ସମସ୍ତଙ୍କୁ ପାଗଳ କରିଛି । କେବଳ ଯୁବପିଢୀ କହିଲେ ଭୁଲ ହେବ, ପିଲାଠୁ ବୃଦ୍ଧ ସମସ୍ତେ ରିଲ୍ସ କରୁଛନ୍ତି । ଏବଂ ସେଥିପାଇଁ ଖୁବ ବିପଦପୂର୍ଣ୍ଣ ଷଣ୍ଟ ମଧ୍ୟ କରୁଛନ୍ତି। ଏବେ ସେମିତି କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରିଲ୍ସ କରୁଥିବା ଯୁବକ ଜଣକ ଏକ କାରରେ ପ୍ଲାଷ୍ଟିକ ଟେପରେ ଗୁଡାଇ ହୋଇ ଏକ କାରରେ ଝୁଲି ରହିଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓକୁ ସୁମ୍ମିତ ଦୁବେ ନାମକ ଏକ ଆକାଉଣ୍ଟ ଦ୍ବାରା ପୋଷ୍ଟ କରାଯାଇଛି । ଯେଉଁଥିରେ ଜଣେ ଯୁବକ କାର ଚଲାଉଥିବା ବେଳେ ଅନ୍ୟ ଜଣେ ତାଙ୍କ ପଛରେ ବସିଛନ୍ତି । ଆଉ ଜଣେ କାରରେ ଧଳାଟେପରେ ଗୁଡାଇ ହୋଇ ଝୁଲି ରହିଛନ୍ତି । ଯାହାକୁ ଦେଖିଲେ ବିପଦପୂର୍ଣ୍ଣ ସ୍ଥିତି ବୋଲି ଅନୁଭବ ହେଉଛି । ସେ କିନ୍ତୁ ଖୁବ ମଜାରେ ପଛରେ ବସିଥିବା ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି । ଯେଉଁ ଭିଡିଓରେ କ୍ୟାପ୍ସନ ଅଛି , "ଭାଇକୁ ଶୋଇକି ଯିବାର ଇଚ୍ଛା ଥିଲା" । ତେବେ ଅନେକ ୟୁଜର୍ସ ଏହି ଭିଡିଓର ଥଟ୍ଟା ଉଡାଇବା ସହ ଏହାକୁ ବିପଦ ବୋଲି ଲେଖିଛନ୍ତି । ଏହି ଭିଡିଓକୁ ୯୨ ମିଲିୟନ ଲୋକ ଦେଖି ସାରିଛନ୍ତି ।