କିଏ ଥରେ ହାରିଲେ ଦ୍ୱିତୀୟ ଥର ହାରିବା ଭୟରେ ଠିଆ ହେବାକୁ ସାହାସ କରେନି । ଏମିତି କି କେହି କେହି ହାରିବା ପରେ କାହାକୁ ମୁହଁ ଦେଖାଇବାକୁ ବି କୁଣ୍ଠାବୋଧ ପ୍ରକାଶ କରନ୍ତି । ହେଲେ ତାମିଲନାଡୁର ଡଃ. କେ.ପଦ୍ମାରଜନ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।
ଜୀବନରେ 238 ଥର ନିର୍ବାଚନ ଲଢି ହାରିବା ପରେ ବି ସେ ପୁଣି ଥରେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିଜ ଜୀବନରେ ସେ ଲୋକାଲ୍ ଇଲେକସନ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପର୍ଯ୍ୟନ୍ତ 238 ଥର ନିର୍ବାଚନ ଲଢିଛନ୍ତି । ଆଉ ତାଙ୍କୁ ପ୍ରତ୍ୟେକ ଥର ହାରିବାକୁ ପଡିଛି ।
ପଦ୍ମରାଜନଙ୍କୁ ଇଲେକସନ୍ କିଙ୍ଗ୍ ଏବଂ world biggest election looser ମଧ୍ୟ କୁହାଯାଏ । 65 ବର୍ଷୀୟ ପଦ୍ମରାଜନ୍ ଟାୟାର କମ୍ପାନୀର ମାଲିକ । ହୋମିଓପାଥି ଡାକ୍ତର । ଏହାସହ ଏକ ସ୍ଥାନୀୟ ମିଡିଆ ଚ୍ୟାନେଲ୍ ର ଏଡିଡର୍ ।
ପ୍ରଥମ ଥର ପାଇଁ 1988 ମସିହାରେ ତାମିଲନାଡୁର ମେଡୁରରୁ ନିର୍ବାଚନ ଲଢିଥିଲେ । ଏତେ ବର୍ଷ ନିର୍ବାଚନ ଭିତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ମନମୋହନ ସିଂ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ନିର୍ବାଚନ ଲଢି ହାରିଛନ୍ତି । ସେହିପରି ପିଭି ନରସିଂହା ରାଓଙ୍କ ବିରୋଧରେ ମଧ୍ୟ ନିର୍ବାଚନ ଲଢି ହାରିଛନ୍ତି । ଏଥର ସେ 2024 ଲୋକସଭା ନିର୍ବାଚନ ତାମିଲନାଡୁର ଧରମପୁରୀରୁ ଲଢିଛନ୍ତି ।
ଏତେ ଥର ହାରିବା ପରେ ପୁଣି ଥରେ ନିର୍ବାଚନ ଲଢିବାକୁ କିପରି ଇଚ୍ଛା କରୁଛନ୍ତି ପଚାରିବାରୁ ସେ କହିଛନ୍ତି ଯେତେବେଳେ ମୁଁ ପ୍ରଥମ ଥର ନିର୍ବାଚନ ପାଇଁ ନୋମିନେସନ୍ ଫାଇଲ୍ କଲି ଲୋକ ମୋ ଉପରେ ହସୁଥିଲେ । କିନ୍ତୁ ମୁଁ ନିର୍ବାଚନ ଲଢି ଏହା ପ୍ରମାଣ କରିବାକୁ ଚାହୁଁଛି ଯେ, ଜଣେ ସାଧାରଣ ଲୋକ ମଧ୍ୟ ନିର୍ବାଚନ ଲଢିପାରିବ । ଲୋକ ନିର୍ବାଚନ ଲଢିବା ପାଇଁ କୁଣ୍ଠାବୋଧ ପ୍ରକାଶ କରନ୍ତି । ହେଲେ ମୁଁ ସଚେତନତା ଆଣିବା ପାଇଁ ଚାହୁଁଛି । ଏପରିକି ନୋମିନେସନ୍ ଫାଇଲ୍ କରିବା ପାଇଁ ଗତ 30 ବର୍ଷରେ 1 କୋଟି ଖର୍ଚ୍ଚ ହୋଇଛି ବୋଲି ସେ କହିଛନ୍ତି ।